ମହାମାରୀ ଦେଖାଇଲା ନୂଆ ବାଟ

କେନ୍ଦୁଝର,୧୬।୭(ସ୍ବ.ପ୍ର.): ପେସା ଶିକ୍ଷକତା, ହେଲେ କରୋନା ବେଳେ ସମୟର ସଦୁପଯୋଗ କରି ଚାଷକୁ ନିଶା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ଜିତେନ୍ଦ୍ର ମହାନ୍ତ। ଗ୍ରାମଠାରୁ ପ୍ରାୟ ୧୦୦ କି.ମି. ଦୂର ଏକ ବିଦ୍ୟାଳୟରେ ସେ ୫ବର୍ଷ ହେଲା ଶିକ୍ଷକତା କରିଆସୁଛନ୍ତି। ହେଲେ କରୋନା ସମୟରେ ସ୍କୁଲ ବନ୍ଦ ରହିବାରୁ ସେ ଘରେ ରହି ଅନ୍ୟାନ୍ୟ ଚାଷ ସହିତ ଲେମ୍ବୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା ଜିତେନ୍ଦ୍ରଙ୍କ ପିଲାଦିନରୁ ଚାଷ ପ୍ରତି ଦୁର୍ବଳତା ଥିଲା।

ସ୍କୁଲ ଓ କଲେଜରେ ପଢା ଶେଷ ହେବା ପରେ ଶିକ୍ଷକ ହେବାକୁ ମନ ବଳାଇ ରାଇସୁଆଁ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା ଆରମ୍ଭ କଲେ। ଦୀର୍ଘ ୫ ବର୍ଷ ହେଲା ସେ ଗଣିତ ପଢାଉଛନ୍ତି। ଶିକ୍ଷକତା ସହ ୨୦୧୮ରେ ବିଏଡ୍‌ ଶିକ୍ଷା ଲାଭ କରିବା ପରେ ୨୦୧୯ରେ ଓଟିଇଟି, ଓଏସଏସଟିଇଟି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଏବେ ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି ଜିତେନ୍ଦ୍ର।

ସେ ଘରେ ୧୫ଟି ଲେମ୍ବୁ ଗଛ ଲଗାଇ ସେଥିରୁ ୨ବର୍ଷ ହେଲା ଲକ୍ଷାଧିକ ଟଙ୍କାର ଲେମ୍ବୁ ବିକିସାରିଛନ୍ତି। ତେବେ କରୋନା କଟକଣା ପାଇଁ ବାହାରକୁ ନେଇ ଲେମ୍ବୁ ବିକିବା ସୁବିଧା ହେଉନାହିଁ। ଏଣୁ ଲେମ୍ବୁ ଗଛରେ ନଷ୍ଟ ହେଉଥିବା ଜିତେନ୍ଦ୍ର କହିଛନ୍ତି। ଘରୁ ବାଇକରେ ସ୍କୁଲକୁ ଆସିଲା ବେଳେ ବସ୍ତାରେ ଲେମ୍ବୁ ଭର୍ତ୍ତି କରି ଆଣି କେନ୍ଦୁଝର ସହରରେ ବିକିଥାନ୍ତି। ଗତବର୍ଷ ସେ ଲେମ୍ବୁ ବିକି ପାଖାପାଖି ୩ଲକ୍ଷ ଟଙ୍କା ପାଇଥିବା ସେ କହିଛନ୍ତି। ତେବେ ଚଳିତବର୍ଷ ସେଭଳି ବିକି ପାରିନାହାନ୍ତି। ଏବେ ମଧ୍ୟ ଗଛରେ ଲେମ୍ବୁ ବିକ୍ରି ନ ହୋଇ ରହିଛି । ବେପାରୀମାନେ ଯାଇ ପାରୁନାହାନ୍ତି କିମ୍ବା ସେ ଲେମ୍ବୁ ଧରି ହାଟବଜାର ଆସିପାରୁନାହାନ୍ତି ବୋଲି କହିଛନ୍ତି । ଲକ୍‌ଡାଉନ ବେଳେ ରୋଜଗାର ପାଇଁ ଚିନ୍ତା କରି ବାପା ଓ ଭାଇଙ୍କ ସହିତ ମିଶି ଚାଷ କାର୍ଯ୍ୟରେ ଲାଗିଥିବା ସେ କହିଛନ୍ତି। ଧାନ ଓ ପନିପରିବା ଚାଷ ସହିତ ଲେମ୍ବୁ ଚାଷ କରୁଥିବା ସେ କହିଛନ୍ତି। ଘରେ ବାପା ନାରାୟଣ ମହାନ୍ତ ଓ ମା’ ସରସ୍ବତୀ ମହାନ୍ତ, ଭାଇ ଗୁରୁପ୍ରସାଦଦ ମହାନ୍ତ ଓ ଭାଉଜ ଅଛନ୍ତି । ସମସ୍ତେ ମିଶି ଚାଷ କରି ପରସ୍ପରକୁ ସହଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri