ଧାନକ୍ଷେତ ଛାଡ଼ି ଯାଉନାହାନ୍ତି ହାତୀ

କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଧାନ ଫସଲ ଭଲ ହୋଇଛି। କ୍ଷେତରେ ଏବେ ଧାନ କେଣ୍ଡା ମାରିଲାଣି। ଆଉ ପ୍ରାୟ ମାସକ ମଧ୍ୟରେ ଚାଷୀ ଫସଲ ଅମଳ କରିବ। ଧାନ ଅମଳ କଲେ ବିକି ଧାର କରଜ ଶୁଝିବ ଏବଂ ଆସନ୍ତା ଏକବର୍ଷ ପାଇଁ ପରିବାର ଗୁଜୁରାଣ କରିବ। କିନ୍ତୁ ଏବେ ସବୁଜ ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ ଚାଷୀର ନିଦ ହଜାଇଦେଇଛି। ହାତୀଙ୍କ ଖାଦ୍ୟର ସ୍ବାଦରେ ପରିବର୍ତ୍ତନ ହୋଇଯାଇଥିବାରୁ ଧାନ ଫସଲ ଖାଇବାକୁ ଜଙ୍ଗଲ ଛାଡ଼ି ଜନବସତିମୁହଁା ହେଉଛନ୍ତି। ଧାନ ଫଳିବା ଆରମ୍ଭ ହୋଇଥିବାରୁ ଜମି ଛାଡ଼ି ଯାଉନାହାନ୍ତି। ହାତୀ ବିଲରେ ପଶି ଧାନ ଖାଇବା ସହ ବହୁ ପରିମାଣରେ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯଦିଓ ଫସଲ ନଷ୍ଟ ପାଇଁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁଛି। ତେବେ ପ୍ରକୃତ କ୍ଷତିପୂରଣ ମିଳୁ ନ ଥିବାରୁ ଚାଷୀମାନେ ଜୀବନକୁ ବାଜି ଲଗାଇ ଫସଲର ସୁରକ୍ଷା କରିବାକୁ ଦିନରାତି ଜଗି ରହୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲାରେ ପାଖାପାଖି ଏକ ଶହ ହାତୀ ବିଭିନ୍ନ ରେଞ୍ଜ ଅଞ୍ଚଳରେ ବିଚରଣ କରୁଛନ୍ତି। କେନ୍ଦୁଝର ସଦର ରେଞ୍ଜର କେରୀ, ମଇଦାନକେଲ, ତାଳପଦା, ଦେଓବନ୍ଧ ଆଦି ଗ୍ରାମାଞ୍ଚଳରେ ଏକ ୧୮ ଟିକିଆ ହାତୀପଲ ଏକ ମାସରୁ ଊର୍ଦ୍ଧ୍ୱ ହେଲା ଉପଦ୍ରବ ଜାରି ରଖିଛନ୍ତି। ଦିନରେ ହାତୀପଲ ପାଖ ଜଙ୍ଗଲରେ ରହୁଛନ୍ତି, ସନ୍ଧ୍ୟା ହେଲେ ଚାଷ ଜମିମୁହଁା ହେଉଛନ୍ତି। ଧାନ ଫସଲର ସୁରକ୍ଷା ପାଇଁ ରାତି ଉଜାଗର ରହି ପିଲାଠାରୁ ବୁଦ୍ଧ ହାତୀ ଘଉଡ଼ାଉଛନ୍ତି। ଘଉଡ଼ାଇବା ସମୟରେ ହାତୀ ପଲ ଏଣେ ତେଣେ ବିଲରେ ଧାଉଁ ଥିବାରୁ ବହୁ ଫସଲ ଉଜୁଡ଼ି ଯାଉଛି। ଯଦିଓ ହାତୀ ଗତିପଥକୁ ଟ୍ରାକିଂ କରି ବନ ବିଭାଗ ଲୋକଙ୍କୁ ହାତୀ ଆସିବା ପୂର୍ବରୁ ବିଭିନ୍ନ ବାଟରେ ସଚେତନ କରୁଛି, କିନ୍ତୁ ଚାଷ ଜମିର ସୁରକ୍ଷା କରିପାରୁ ନ ଥିବାରୁ ଅନେକ ସମୟରେ ଚାଷୀଙ୍କ ସହିତ ବନ କର୍ମଚାରୀଙ୍କ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଗ୍ରାମବାସୀ ଫସଲର ସୁରକ୍ଷା ପାଇଁ ହାତୀପଲକୁ ଘଉଡ଼ାଇବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକ ସମୟରେ ଉତ୍ତେଜନା ଦେଖାଯାଉଛି।
ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଭାଗୀରଥି ସିଂ କହିଛନ୍ତି, ହାତୀ ଉପଦ୍ରବ ଯୋଗୁ ଜିଲାରେ ଅନେକ ଶହ ଏକର ଧାନ ଫସଲ ନଷ୍ଟ ହେଉଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ ଏକର ପିଛା ମିଳୁଥିବା ୨୦ ହଜାର ଟଙ୍କାରେ ଉକ୍ତ କ୍ଷୟକ୍ଷତି ଭରଣା ହେଉନାହିଁ। ଅନେକ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ମଧ୍ୟ ଠିକ୍‌ ଭାବରେ ହେଉନାହିଁ। ଫଳରେ ବହୁ ଚାଷୀ କ୍ଷତିପୂରଣ ପାଉନାହାନ୍ତି। ହାତୀ ଉପଦ୍ରବ ଲାଗି ରହୁଥିବାରୁ ଅନେକ ଚାଷ କାର୍ଯ୍ୟ ଛାଡ଼ି ଦେଲେଣି। କେନ୍ଦୁଝର ସଦର ବନାଞ୍ଚଳ ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, ଲୋକ ଓ ହାତୀଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ହାତୀ ପଲ ଏ ପର୍ଯ୍ୟନ୍ତ ୬ ଏକର ଧାନ କ୍ଷେତ ନଷ୍ଟ କରିଥିବା ଜଣାପଡ଼ିଥିବାବେଳେ ତଦନ୍ତ ପରେ ପ୍ରକୃତ ରିପୋର୍ଟ ଆସିବ। ତେବେ ଫସଲହାନୀ ହେଲେ ଆକଳନ କରି କ୍ଷତିପୂରଣ ଦିଆଯାଉଛି ବୋଲି ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri