ଧାନକ୍ଷେତ ଛାଡ଼ି ଯାଉନାହାନ୍ତି ହାତୀ

କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଧାନ ଫସଲ ଭଲ ହୋଇଛି। କ୍ଷେତରେ ଏବେ ଧାନ କେଣ୍ଡା ମାରିଲାଣି। ଆଉ ପ୍ରାୟ ମାସକ ମଧ୍ୟରେ ଚାଷୀ ଫସଲ ଅମଳ କରିବ। ଧାନ ଅମଳ କଲେ ବିକି ଧାର କରଜ ଶୁଝିବ ଏବଂ ଆସନ୍ତା ଏକବର୍ଷ ପାଇଁ ପରିବାର ଗୁଜୁରାଣ କରିବ। କିନ୍ତୁ ଏବେ ସବୁଜ ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ ଚାଷୀର ନିଦ ହଜାଇଦେଇଛି। ହାତୀଙ୍କ ଖାଦ୍ୟର ସ୍ବାଦରେ ପରିବର୍ତ୍ତନ ହୋଇଯାଇଥିବାରୁ ଧାନ ଫସଲ ଖାଇବାକୁ ଜଙ୍ଗଲ ଛାଡ଼ି ଜନବସତିମୁହଁା ହେଉଛନ୍ତି। ଧାନ ଫଳିବା ଆରମ୍ଭ ହୋଇଥିବାରୁ ଜମି ଛାଡ଼ି ଯାଉନାହାନ୍ତି। ହାତୀ ବିଲରେ ପଶି ଧାନ ଖାଇବା ସହ ବହୁ ପରିମାଣରେ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯଦିଓ ଫସଲ ନଷ୍ଟ ପାଇଁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁଛି। ତେବେ ପ୍ରକୃତ କ୍ଷତିପୂରଣ ମିଳୁ ନ ଥିବାରୁ ଚାଷୀମାନେ ଜୀବନକୁ ବାଜି ଲଗାଇ ଫସଲର ସୁରକ୍ଷା କରିବାକୁ ଦିନରାତି ଜଗି ରହୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲାରେ ପାଖାପାଖି ଏକ ଶହ ହାତୀ ବିଭିନ୍ନ ରେଞ୍ଜ ଅଞ୍ଚଳରେ ବିଚରଣ କରୁଛନ୍ତି। କେନ୍ଦୁଝର ସଦର ରେଞ୍ଜର କେରୀ, ମଇଦାନକେଲ, ତାଳପଦା, ଦେଓବନ୍ଧ ଆଦି ଗ୍ରାମାଞ୍ଚଳରେ ଏକ ୧୮ ଟିକିଆ ହାତୀପଲ ଏକ ମାସରୁ ଊର୍ଦ୍ଧ୍ୱ ହେଲା ଉପଦ୍ରବ ଜାରି ରଖିଛନ୍ତି। ଦିନରେ ହାତୀପଲ ପାଖ ଜଙ୍ଗଲରେ ରହୁଛନ୍ତି, ସନ୍ଧ୍ୟା ହେଲେ ଚାଷ ଜମିମୁହଁା ହେଉଛନ୍ତି। ଧାନ ଫସଲର ସୁରକ୍ଷା ପାଇଁ ରାତି ଉଜାଗର ରହି ପିଲାଠାରୁ ବୁଦ୍ଧ ହାତୀ ଘଉଡ଼ାଉଛନ୍ତି। ଘଉଡ଼ାଇବା ସମୟରେ ହାତୀ ପଲ ଏଣେ ତେଣେ ବିଲରେ ଧାଉଁ ଥିବାରୁ ବହୁ ଫସଲ ଉଜୁଡ଼ି ଯାଉଛି। ଯଦିଓ ହାତୀ ଗତିପଥକୁ ଟ୍ରାକିଂ କରି ବନ ବିଭାଗ ଲୋକଙ୍କୁ ହାତୀ ଆସିବା ପୂର୍ବରୁ ବିଭିନ୍ନ ବାଟରେ ସଚେତନ କରୁଛି, କିନ୍ତୁ ଚାଷ ଜମିର ସୁରକ୍ଷା କରିପାରୁ ନ ଥିବାରୁ ଅନେକ ସମୟରେ ଚାଷୀଙ୍କ ସହିତ ବନ କର୍ମଚାରୀଙ୍କ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଗ୍ରାମବାସୀ ଫସଲର ସୁରକ୍ଷା ପାଇଁ ହାତୀପଲକୁ ଘଉଡ଼ାଇବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକ ସମୟରେ ଉତ୍ତେଜନା ଦେଖାଯାଉଛି।
ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଭାଗୀରଥି ସିଂ କହିଛନ୍ତି, ହାତୀ ଉପଦ୍ରବ ଯୋଗୁ ଜିଲାରେ ଅନେକ ଶହ ଏକର ଧାନ ଫସଲ ନଷ୍ଟ ହେଉଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ ଏକର ପିଛା ମିଳୁଥିବା ୨୦ ହଜାର ଟଙ୍କାରେ ଉକ୍ତ କ୍ଷୟକ୍ଷତି ଭରଣା ହେଉନାହିଁ। ଅନେକ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ମଧ୍ୟ ଠିକ୍‌ ଭାବରେ ହେଉନାହିଁ। ଫଳରେ ବହୁ ଚାଷୀ କ୍ଷତିପୂରଣ ପାଉନାହାନ୍ତି। ହାତୀ ଉପଦ୍ରବ ଲାଗି ରହୁଥିବାରୁ ଅନେକ ଚାଷ କାର୍ଯ୍ୟ ଛାଡ଼ି ଦେଲେଣି। କେନ୍ଦୁଝର ସଦର ବନାଞ୍ଚଳ ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, ଲୋକ ଓ ହାତୀଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ହାତୀ ପଲ ଏ ପର୍ଯ୍ୟନ୍ତ ୬ ଏକର ଧାନ କ୍ଷେତ ନଷ୍ଟ କରିଥିବା ଜଣାପଡ଼ିଥିବାବେଳେ ତଦନ୍ତ ପରେ ପ୍ରକୃତ ରିପୋର୍ଟ ଆସିବ। ତେବେ ଫସଲହାନୀ ହେଲେ ଆକଳନ କରି କ୍ଷତିପୂରଣ ଦିଆଯାଉଛି ବୋଲି ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri