ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

କେନ୍ଦୁଝର,୩୦।୫(ସ୍ବ.ପ୍ର): କେନ୍ଦୁଝରର ଏକ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ଥିବା ପ୍ରାୟ ୬୦୦ବର୍ଷ ପୁରୁଣା ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରର ପାଚେରୀକୁ ଭାଙ୍ଗିି ପଶି ଆସିଛନ୍ତି। ମଠ ପରିସରରେ ଥିବା ପାଚିଲା ପଣସ ଖାଇବାକୁ ଯାଇ ହାତୀପଲ ପଶିଥିଲେ। ତେବେ ପାଚେରୀ ଭାଙ୍ଗି କାହାର କିଛି କ୍ଷତି ହୋଇ ନ ଥିବା ପୂଜକ କହିଛନ୍ତି।
ଏନେଇ ପ୍ରତ୍ୟକ୍ଷଦର୍ଶୀ ଭୋଗ ଦୋକାନୀ ହାଡିବନ୍ଧୁ ପ୍ରଧାନ କହିଛନ୍ତି, ସିଦ୍ଧମଠ ଜଙ୍ଗଲରେ କିଛି ଦିନ ହେଲା ତିନି ଛୁଆ ହାତୀକୁ ମିଶାଇ ୬ଟି ହାତୀ ବୁଲୁଛନ୍ତିା ସୋମବାର ବିଳମ୍ବିତ ରାତିରେ ହାତୀପଲ ସିଦ୍ଧମଠ ଅଞ୍ଚଳକୁ ଓହ୍ଲାଇ ଆସିଥିଲେ। ଭୋର ସକାଳ ପ୍ରାୟ ୪ ଟାରେ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପଣସ ଗଛରୁ ପାଚିଲା ପଣସ ଖାଇବା ଲାଗି ଏକ ଛୁଆ ହାତୀ ପାଚେରୀକୁ ଅଧା ଭାଙ୍ଗି ପଶି ଆସିଥିଲା। ତେବେ ସେ ଆଉ ବାହାରି ପାରିଲା ନ ଥିଲା। ହାତୀ ଛୁଆକୁ ଉଦ୍ଧାର କରିବାକୁ ଦଳରେ ଥିବା ଅନ୍ୟ ହାତୀ ପାଚେରୀ ଭାଙ୍ଗିି ପଶିଥିଲେ। ଏବଂ ଛୁଆ ହାତୀକୁ ଟେକି ନେଇ ଯାଇଥିଲେ।
ସେଠାରୁ ବାହାରି ହାତୀପଲ ନିକଟରେ ଥିବା ପୋଡା ଉଆସ ସାହି ମୁହାଁ ହେବାରୁ ବନ ବିଭାଗ କର୍ମଚାରୀ ମାନେ ଘଉଡାଇ ଥିଲେ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି। ସିଦ୍ଧ ଜଗନ୍ନାଥଙ୍କ ସେବାୟତ ହରିହର ପାଢୀ କହିଛନ୍ତି ଯେ ଗତ ୧୨/୧୩ ଦିନ ହେଲା ହାତୀମାନେ ଏହି ଅଞ୍ଚଳରେ ବୁଲୁଛନ୍ତି। ଏଣୁ ଭୟରେ ରାତିରେ ତାଟି କବାଟ ପଡି ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri