ପରୀକ୍ଷାମୂଳକ ଭାବେ ଗଡ଼ିଲା ବିଦ୍ୟୁତ୍‌ ଟ୍ରେନ୍‌

ନୟାଗଡ଼ ଅଫିସ,୩୧।୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଟ୍ରେନ ଚଳାଚଳ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଖୋର୍ଦ୍ଧା ରୋଡ଼(ଜଟଣୀ)ରୁ ବାହାରିଥିବା ଏହି ଟ୍ରେନ ନୟାଗଡ଼ରେ ମଧ୍ୟାହ୍ନ ୧୨ଟା ୧୫ରେ ପହଞ୍ଚିଥିଲା। ପରେ ସେହି ଟ୍ରେନ ୧୨.୪୫ଟାରେ ନୟାଗଡ଼ ଟାଉନ ଷ୍ଟେଶନ ଛାଡିଥିଲା। ଖୋର୍ଦ୍ଧା ରୋଡ଼ରୁ ନୟାଗଡ଼ ଷ୍ଟେଶନର ଦୂରତା ୬୫ କିମି। ଇତିମଧ୍ୟରେ ସେହି ରେଳପଥରେ ବିଦ୍ୟୁତ୍‌କରଣ କାର୍ଯ୍ୟଶେଷ ହୋଇଛି। ସୋମବାର ପରୀକ୍ଷାମୂଳକଭାବେ ରେଳଇଞ୍ଜିନ ଚାଲିଥିଲା। ବିଦ୍ୟୁତ୍‌କରଣ କାର୍ଯ୍ୟର ତଦାରଖ ପାଇଁ ମଙ୍ଗଳବାର ପୂର୍ବତଟ ରେଳପଥ ମୁଖ୍ୟ ନିରାପତ୍ତା କମିଶନ ଏ.ଏମ୍‌ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆସିଥିଲା। କମିଶନଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଆସନ୍ତା ୧୩ରୁ ବିଦ୍ୟୁତ୍‌ଚାଳିତ ଏକ ସ୍ବତନ୍ତ୍ର ଟ୍ରେନ(ସେବା ଏକ୍ସପ୍ରେସ) ଭୁବନେଶ୍ୱର-ନୟାଗଡ଼ ମଧ୍ୟରେ ଚଳାଚଳ କରିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ା କୋଭିଡ୍‌ କଟକଣା ଯୋଗୁ ନୟାଗଡ଼କୁ ରେଳ ଚଳାଚଳ କରୁନାହିଁ। ଯଦି ବିଦ୍ୟୁତ୍‌ ଚାଳିତ ରେଳ ଚଳାଚଳରେ କିଛି ଅସୁବିଧା ହୁଏ, ୧୩ରୁ ଡିଜେଲ ଟ୍ରେନ ଚାଲିବ ବୋଲି ସୂଚନା ଦିଆଯାଇଛି।
ନୟାଗଡ଼ ରେଳ ଷ୍ଟେଶନରେ ବିଦ୍ୟୁତକରଣ କାମ ଶେଷ ହୋଇଥିବାରୁ ନୟାଗଡ଼ରୁ ଅଧିକ ସଂଖ୍ୟକ ଟ୍ରେନ ଚଳାଚଳର ଆବଶ୍ୟକତା ରହିଛି। ଏନେଇ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ପକ୍ଷରୁ ଏକ ଦାବିପତ୍ର ପୂର୍ବତଟ ରେଳପଥର ଆଞ୍ଚଳିକ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧାରୋଡ଼ ଡିଭିଜନ ମ୍ୟାନେଜର ଏସ୍‌.କେ. ସିଂଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?