Posted inଫୁରସତ

ଝରଣାର ଗନ୍ତାଘର ଅଥିରାପ୍ପିଲ୍ଲୀ

କେରଳର ତ୍ରିଶୂର ଜିଲାରେ ଥିବା ଅଥିରାପ୍ପିଲ୍ଲୀରେ ଅନେକ ପାହାଡ଼, ଝରଣା ଆଦି ଦେଖିବାକୁ ମିଳିଥାଏ। ସେଥିପାଇଁ ଏହାକୁ କେହି କେହି ଝରଣାର ଗନ୍ତାଘର ବୋଲି ମଧ୍ୟ କହିଥାନ୍ତି। ତେବେ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ଟ୍ରେକିଂ ତଥା ଫିଶିଂ ପାଇଁ ବି ଅନେକ ସୁବିଧା ରହିଛି…

କେରଳର ତ୍ରିଶୂର ଜିଲା ଅନ୍ତର୍ଗତ ଚଲାକୁଡ଼ି ତାଲୁକାରେ ରହିଛି ଅଥିରାପ୍ପିଲ୍ଲୀ ନାମକ ଏକ ସ୍ଥାନ, ଯାହା ତ୍ରିଶୂରଠାରୁ ପ୍ରାୟ ୬୦ କି.ମି. ଓ କୋଚିଠାରୁ ପ୍ରାୟ ୭୦ କି.ମି ଦୂରରେ ଅବସ୍ଥିତ। ତେବେ ଏହି ସ୍ଥାନଟି ନିଜର ଜୈବବିବିଧତା ପାଇଁ ବେଶ୍‌ ସମୃଦ୍ଧି ଲାଭ କରିପାରିଛି। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ବହୁ ଉଚ୍ଚ ଉଚ୍ଚ ପାହାଡ଼, ଏକାଧିକ ଝରଣା ତଥା ଅନେକ ଧାର୍ମିକ ପୀଠ। ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ନିରୋଳାରେ କିଛି ସମୟ ବିତାଇବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି। ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

କେବେ ଓ କେମିତି ଯିବେ
ଅଥିରାପ୍ପିଲ୍ଲୀକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କାରଣ ଏଠାକାର ପାଣିପାଗ ବର୍ଷସାରା ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନେ ତଥା ଶୀତଦିନେ ଅଥିରାପ୍ପିଲ୍ଲୀକୁ ବୁଲିଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଯାଏ। କାରଣ ଯେହେତୁ ଏଠାରେ ଏକାଧିକ ଝରଣା ଦେଖିବାକୁ ମିଳେ, ତେଣୁ ବର୍ଷାଦିନ ହେଲେ ଉକ୍ତ ଝରଣାରେ ଜଳର ସ୍ରୋତ ଖୁବ୍‌ ବଢ଼ିଯାଏ, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗେ। ସେହିପରି ଶୀତଦିନେ ଏହି ଝରଣା ନିକଟରେ ପିକ୍‌ନିକ୍‌ କରିବାର ମଜା ବେଶ୍‌ ନିଆରା ଲାଗିଥାଏ। ତେବେ ଅଥିରାପ୍ପିଲ୍ଲୀକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। କୋଚିନ୍‌ ଇଣ୍ଟରନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଅଥିରାପ୍ପିଲ୍ଲୀଠାରୁ ପ୍ରାୟ ୫୫ କି.ମି. ଦୂରରେ ଅବସ୍ଥିତ। ସେହିପରି ଏଠାକୁ ରେଳପଥ ତଥା ସଡ଼କପଥରେ ଯିବାର ମଧ୍ୟ ସୁବ୍ୟବସ୍ଥା ରହିଛି।

କ’ଣ ଦେଖିବେ
ଝରଣା ଗନ୍ତାଘର: ଅଥିରାପ୍ପିଲ୍ଲୀରେ ଏକାଧିକ ଝରଣା ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅଥିରାପ୍ପିଲ୍ଲୀ ଝରଣା ହେଉଛି ବେଶ୍‌ ଲୋକପ୍ରିୟ। ସମୁଦ୍ରପତ୍ତନଠାରୁ ପ୍ରାୟ ୧୦୦୦ ଫୁଟ୍‌ ଉଚ୍ଚତାରେ ଥିବା ଏହି ଝରଣାଟିର ଆକର୍ଷଣୀୟ ରୂପରେଖ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେହିପରି ଭାଜହାଚଲ୍‌ ନାମରେ ଆଉ ଏକ ଝରଣା ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ ସାଜିଥାଏ। କେବଳ ସେତିକି ନୁହେଁ, ଅନେକ ଛୋଟ ଛୋଟ ଝରଣା ଏଠାକାର ପାହାଡ଼ରୁ ଝରି ଆସି ସ୍ଥାନୀୟ ଅଞ୍ଚଳକୁ ବେଶ୍‌ ମନୋରମ କରିଦେଇଥାଏ।
ଜଙ୍ଗଲ ସଫାରିର ମଜା ନିଆରା ଲାଗେ: ଅଥିରାପ୍ପିଲ୍ଲୀରେ ପାହାଡ଼ ପରିବେଷ୍ଟିତ ଜଙ୍ଗଲରେ ବୁଲିବାର ମଜା ବି ବେଶ୍‌ ନିଆରା ଲାଗିଥାଏ। ଏହା ମଧ୍ୟକୁ ପର୍ଯ୍ୟଟକ ବାଇକ୍‌ ହେଉ ଅବା ଜିପ୍‌ ସଫାରିରେ ଯାଇ ଅନେକ ଅନୁଭୂତି ସାଉଁଟିବା ସହ ବନ୍ୟ ଜୀବଜନ୍ତୁ ତଥା ବହୁ ଔଷଧୀୟ ବୃକ୍ଷ ଦେଖିବାର ସୁଯୋଗ ପାଇପାରିବେ।
ଜଙ୍ଗଲଜାତ ଦ୍ରବ୍ୟର ଚାହିଦା: ଏଠାକାର ଜଙ୍ଗଲରେ ଅନେକ ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଥାଏ, ଯାହାର ଚାହିଦା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ରହିଥାଏ। ତା’ଛଡ଼ା ସୂଚନାନୁଯାୟୀ, ଏଠାରେ ମହୁ, ସାଗୁ, ଅଳେଇଚ ତଥା ଅଦା ଭଲ ଚାଷ କରାଯାଇଥାଏ।

ଧାର୍ମିକ ପୀଠ: ଅଥିରାପ୍ପିଲ୍ଲୀରେ ପର୍ଯ୍ୟଟକ ଅନେକ ଧାର୍ମିକ ପୀଠ ମଧ୍ୟ ବୁଲି ଆନନ୍ଦ ଲଭିପାରିବେ।
ଟ୍ରେକିଂ ଓ ଫିଶିଂର ମଜା ନିଆରା ଅଥିରାପ୍ପିଲ୍ଲୀରେ ଟ୍ରେକିଂ ଓ ଫିଶିଂ ପାଇଁ ବି ଅନେକ ସୁବିଧା ରହିଛି। ଏହା ପର୍ଯ୍ୟଟକଙ୍କ ମନକୁ ହାଲୁକା କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଖାସ୍‌ ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?