ଜଳଭଣ୍ଡାରରେ ଲୀନ ହେବ ଅଷ୍ଟାଦଶ ଶତାବ୍ଦୀର ମନ୍ଦିର

କେନ୍ଦୁଝର, ୧୩ା୯ (ସ୍ବ.ପ୍ର.)-କୁହାଯାଉଛି ଏହା ଅଷ୍ଟାଦଶ ଶତାବ୍ଦୀର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର। ବିଚ୍ଛନ୍ନାଞ୍ଚଳ ଷଢେଇକଳା ଗଡଜାତ ଅଞ୍ଚଳର ସୁରମ୍ୟ ବଣପାହାଡ ପରିବେଷ୍ଟିତ ଅଞ୍ଚଳରେ ନିର୍ମିତ ହୋଇଛି ଏହି ଉତ୍କଳୀୟ କଳାଭାସ୍କର୍ଯ୍ୟର ସପ୍ତଚୂଡା ଅଦ୍ୱିତୀୟ ଶ୍ରୀ ରଘୁନାଥ ରାମମନ୍ଦିର। ଏହି ମନ୍ଦିର ପ୍ରସ୍ତାବିତ ଖଡଖାଇ ନଦୀରେ ନିର୍ମାଣ ହେବାକୁ ଥିବା ଜଳଭଣ୍ଡାରରେ ଲୀନ ହୋଇଯିବ। ଏଣୁ ଏହି ମନ୍ଦିର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳର ଓଡିଆ ସଂସ୍କୃତି ପ୍ରେମୀ ଓ ଓଡିଆ ଭାଷାଭାଷୀ ରାମଭକ୍ତ ଦାବି କରିଛନ୍ତି। ବାଲୁକା-ଶିଳା-ପ୍ରସ୍ତରମୟ ମୟୂରଭଞ୍ଜ (ଶିମିଳିପାଳ ପର୍ବତମାଳାରୁ ଖଡଖାଇ ନଦୀ କୂଳରେ ଅବସ୍ଥିତ) ଇଚାପିଢର ତତ୍କାଳୀନ ସାମନ୍ତ ରାଜାଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥବା କୁହାଯାଏ। ଓଡିଶା ଉପାନ୍ତ ରାଜ୍ୟ ପୋଡାହାଟ/ସିଂହଭୂମି ଅଞ୍ଚଳରେ ସ୍ଥାପିତ ଏହି ମନ୍ଦିରରେ ରାଠୋର ରାଜବଂଶ ଦ୍ୱାରା ସେମାନଙ୍କ ଇଷ୍ଟଦେବତା ଭଗବାନ ବିଷ୍ଣୁଙ୍କୁ ସିଂହଳ ଦ୍ୱୀପରୁ ଆଣି ଅମୂଲ୍ୟ ପବିତ୍ର ଶାଳଗ୍ରାମ ସହ ଏହି ରାମ ମନ୍ଦିରରେ ପୂଜା କରିଆସୁଥିବା କୁହାଯାଏ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ଓ ସମାଜ ଜୋର ଲଗାଇ ଦେଇଥିବା ବେଳେ ଏଠାରେ ଅଙ୍ଗ-ବଙ୍ଗ-କଳିଙ୍ଗ ଅଞ୍ଚଳ ଷଢେଇକଳାଠାରେ ଥିବା ଏହି ପ୍ରାଚୀନ ଦୁର୍ଲଭ ମନ୍ଦିରର ସୁରକ୍ଷା ପାଇଁ କାହାରି ପାଟିଫିଟୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୁଗେ ଯୁଗେ ଧରି ଅଖଣ୍ଡ ଆସ୍ଥାର ସହିତ ପୂଜା ପାଇ ଆସୁଥିବା ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ସୁରକ୍ଷା କରିବାକୁ ବିଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତି ଆନ୍ଦୋଳନରେ ସାମିଲ ହୋଇଥିବା ଡକ୍ଟର ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ଜଳଭଣ୍ଡାର ନିର୍ମାଣ ନାମରେ ଏହି ପୁରାତନ ଐତିହ୍ୟସମ୍ପନ୍ନ ମନ୍ଦିରକୁ ଜଳ ସମାଧି କରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଷଡଯନ୍ତ୍ର ଓଡିଶାରୁ ଏହି ଅଞ୍ଚଳକୁ ବିହାରକୁ ଦେଇ ଦେବା ଦିନରୁ ଚାଲିଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଆମ ସରକାର ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରି ନିରବିଚ୍ଛିନ୍ନ ଭାବେ ପୂଜା ପାଇ ଆସୁଥିବା ଏହି ଅମୂଲ୍ୟ ଐତିହ୍ୟ ଜାତୀୟ ସମ୍ପତ୍ତିର ସୁରକ୍ଷା କରିବାକୁ ବିଚ୍ଛିନ୍ନାଞ୍ଚଳବାସୀ ଦାବି କରିଛନ୍ତି।
ଖଡକାଇ ନଦୀରେ ବନ୍ଧ ନିର୍ମାଣ ହେଉ। କିନ୍ତୁ ଗୁଜୁରାଟ ରାଜ୍ୟ ଭଳି ଆଧୁନିକ ବୈଜ୍ଞାନିକ କଳାକୌଶଳ ଉପଯୋଗ କରି ବଣପାହାଡ ନଦୀ ନାଳ ସହିତ ନାନା ପ୍ରକାରର ଅଲୌକିକ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଏହି ସୁରମ୍ୟ ଅଞ୍ଚଳର ବିକାଶ କରାଯାଇପାରିଲେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତା। ଓଡିଶା ଝାଡ଼ଖଣ୍ଡ ସହିତ ଅନ୍ୟ ରାଜ୍ୟର ରାମଭକ୍ତମାନେ ଥରେ ଏହି ମନ୍ଦିର ସ୍ଥଳକୁ ଯାଇ ନିଜେ ଦେଖି ହୃଦୟଙ୍ଗମ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?