ବଢ଼ିଚାଲିଛି ଅବଧି, ସରିପାରୁନି ରେଳ ଓଭରବ୍ରିଜ୍‌

ରାଇବଣିଆ, ୧୮।୧୦(ନବୀନ ସାହୁ): ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ନିର୍ମାଣଧୀନ ଓଭରବ୍ରିଜ କାମ ୫ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହେବାର ନା ଧରୁନି। ଫଳରେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।
୭୩. ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରେଳ ଓଭରବ୍ରିଜ ପାଇଁ ଟେଣ୍ଡର ଜରିଆରେ ଆଶୀର୍ବାଦ କନଷ୍ଟ୍ରକଶନ ନିର୍ମାଣକାରୀ ସଂସ୍ଥାର ସତୀଶ ଭି. ରାଜୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସଂସ୍ଥା ସହ ହୋଇଥିବା ଚୁକ୍ତି ଅନୁସାରେ ୨୦୧୮ ସେପ୍ଟେମ୍ବର ୧୦ରେ କାମ ଶେଷ ହେବା କଥା। ଧାର୍ଯ୍ୟ ସମୟ ମଧ୍ୟରେ ଏହି କାମ ଶେଷ ହୋଇପାରିନାହିଁ। ବାରମ୍ବାର କାମ ଶେଷ ହେବାର ଅବଧିକୁ ବୃଦ୍ଧି କରାଯାଉଛି। ଏହି କାମ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ହେବ ବୋଲି ଘୋଷଣା କରାଯାଇଛି। ଆହୁରି ୨୦ ପ୍ରତିଶତରୁ ଅଧିକ କାମ ବାକି ରହିଛି। ବାଲି ମିଳୁ ନ ଥିବାରୁ କାମ ବନ୍ଦ ରହିଛି ବୋଲି ପୂର୍ତ୍ତ ବିଭାଗ ତରଫରୁ କୁହାଯାଇଛି। ଓଭରବ୍ରିଜ କାମ ନିର୍ମାଣ ସରୁ ନ ଥିବାରୁ ଜିକେଭଟ୍ଟର ହସ୍ପିଟାଲଠାରୁ ଜଳେଶ୍ୱର ସବ୍‌ ରେଜିଷ୍ଟ୍ରାର ଅଫିସ ଯାଏ ରାସ୍ତାରେ ଦୁର୍ଦ୍ଦଶା ଭୋଗୁଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ରେଳଫାଟକ ନିକଟରେ ପ୍ରତି ୧୦ ମିନିଟକୁ ଥରେ ରେଳ ଚଳାଚଳ କରୁଥିବାରୁ କେତେବେଳେ ୧୦ ମିନିଟ୍‌ ତ କେତେବେଳେ ୨୦/୨୫ ମିନିଟ ଲେଖାଏଁ ଏହି ଫାଟକକୁ ବନ୍ଦ ରଖାଯାଉଛି। ଏହି ସମୟରେ ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ପୁଣି ଫାଟକ ଖୋଲିବା ପରେ ଅଣଓସାରିଆ ରାସ୍ତା ଯୋଗୁ ଜାମ୍‌ ଭଳି ସ୍ଥିତି ଉପୁଜୁଛି। ବେଳେବେଳେ ଅଧଘଣ୍ଟାଏ ଲେଖାଏଁ ଲୋକେ ଏହି କାରଣରୁ ଫସି ରହୁଛନ୍ତି। ତେଣୁ ଶୀଘ୍ର କାମ ଶେଷ କରିବା ପାଇଁ ସବୁ ମହଲରୁ ଦାବି ହେଉଛି।
ଏ ନେଇ ପୂର୍ତ୍ତ ବିଭାଗର ଅଧିକାରୀ ଅବିନାଶ ବେହେରା କହିଛନ୍ତି, ଡିସେମ୍ବର ସୁଦ୍ଧା ଏ କାମ ଶେଷ ହେବ।

Enter your email to get our daily news in your inbox.

All Right Reserved By Dharitri.Com

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri