ସାକାର ହେଉନି ସେତୁ ସ୍ବପ୍ନ

(ସଚ୍ଚିଦାନନ୍ଦ ପ୍ରଧାନ) କଣିହାଁ ,୨୩।୧୨ – ଟିକିରା ନଦୀରେ ସେତୁଟିଏ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରିଆସୁଥିଲେ। ଜିଲା ଖଣିଜ ପାଣ୍ଠିରୁ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିବା ପରେ ସେମାନେ ଖୁସି ହୋଇଯାଇଥିଲେ। ପୋଲ ନିର୍ମାଣ ପାଇଁ ବୋରିଂ କାର୍ଯ୍ୟ ଦେଖି ଶୀଘ୍ର ସ୍ବପ୍ନ ସାକାର ହେବ ବୋଲି ଧରି ନେଇଥିଲେ। ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ଜାଗା ମିଳୁ ନ ଥିବାରୁ ସେତୁ ସ୍ବପ୍ନ ସାକାର ହେବ କି ନାହିଁ ସେ ନେଇ ଆଶଙ୍କାରେ ପଡ଼ିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକର ପଟାଖମଣ ସହ ଅନ୍ୟ ୧୦ ପଞ୍ଚାୟତବାସୀ।
ପଟାଖମଣବାସୀଙ୍କ କହିବା ଅନୁଯାୟୀ, ଟିକରା ନଦୀ ସେମାନଙ୍କୁ କଣିହାଁ ବ୍ଲକରୁ ବିଚ୍ଛିନ୍ନ କରି ରଖିଛି। ଆରପଟେ କଣିହାଁ ବ୍ଲକ କାର୍ଯ୍ୟାଳୟ, ତହସିଲ, କଲେଜ ଓ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ସେଠାକୁ ଯିବାକୁ ସୁବିଧା ନାହିଁ। ପୋଲଟିଏ ନ ଥିବାରୁ ସେମାନେ ଅନେକ ସମୟରେ ଟାକୁଆ ଦେଇ ବୁଲିକରି ଯାଉଛନ୍ତି। ହେଲେ କୋଇଲା ଓ ପାଉଁଶ ଟ୍ରକ୍‌ ଚଳାଚଳ କରୁଥିବାରୁ ସେହି ରାସ୍ତାରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ କି ସୁରକ୍ଷିତ ମଧ୍ୟ ନୁହେଁ। ତେଣୁ ବାଧ୍ୟହୋଇ ଲୋକେ ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି। ଖରାଦିନେ ପାଣି କମ୍‌ ଥିଲେ ବି ପାଉଁଶ ପାଣି ମିଶୁଥିବାରୁ ନାନା ଚର୍ମରୋଗ ସୃଷ୍ଟି ହେଉଛି। ବର୍ଷାଦିନେ ତ ନଦୀରେ ପଶିବା ସମ୍ଭବ ନୁହେଁ। ପ୍ରଖର ସୁଅ ସହ ସମଲ ବ୍ୟାରେଜରୁ ଛଡ଼ାଯାଇଥିବା ପାଣି ଭସାଇ ନେବାର ଭୟ ରହିଛି। ସେହିପରି କଣିହାଁ ପଟୁ ପଟାଖମଣ ଦେଇ ପାଲଲହଡ଼ା ନିର୍ବାଚନମଣ୍ଡଳୀକୁ ଯାତାୟାତ ସହଜ ହୋଇଥାଏ। ହେଲେ ସେତୁ ହେଉ ନ ଥିବାରୁ ସେହି ସୁବିଧା ମଧ୍ୟ ଲୋକଙ୍କୁ ମିଳୁନି। ବହୁ ଦାବି ପରେ କଣିହାଁ ହାଟପଡ଼ିଆଠାରୁ ପଟାଖମଣକୁ ସଂଯୋଗ ପାଇଁ ଟିକିରା ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଜିଲା ଖଣିଜ ପାଣ୍ଠିରୁ ୧୪ କୋଟିରୁ ଅଧିକ ଟଙ୍କା ଅନୁମୋଦନ ହୋଇଥିଲ। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨୦୨୦ରେ ଭିତ୍ତିଭୂମି ପାଇଁ ବୋରିଂ କରାଯାଇଥିଲା। ହେଲେ କୋଭିଡ୍‌ କଟକଣା ଯୋଗୁ ଅନେକ ଦିନ ହେବ କାର୍ଯ୍ୟବନ୍ଦ ରହିଛି। ସେତୁ ପାଇଁ ଜାଗା ମିଳୁ ନ ଥିବାବେଳେ ବନ୍ୟା ପରିସ୍ଥିତିରେ ପାଣିକୁ ନେଇ ଆକଳନ ଶେଷ ହେଉନାହିଁ। ଏଥିଯୋଗୁ ସେତୁ ନିର୍ମାଣ ଆଶା ମଉଳୁଥିବାରୁ ୧୦ରୁ ଅଧିକ ପଞ୍ଚାୟତବାସୀ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ରାଜନେତାମାନେ ନୀରବ ଥିବାରୁ ସେମାନଙ୍କ ଆଭିମୁଖ୍ୟ ଲୋକଙ୍କୁ ସନ୍ଦେହରେ ପକାଇଛି।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଳଚେର ଏସ୍‌ଡିଓ କୁମୁଦ ବାନ୍ଧବ ହେମ୍ବ୍ରମ୍‌ କହିଛନ୍ତି, କଣିହାଁ ବରଛକରୁ ପୁରୁଣାହାଟ ପଡ଼ିଆ ଦେଇ ଯାଇଥିବା ରାସ୍ତାରେ ଆବଶ୍ୟକ ଜାଗା ମିଳୁ ନ ଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରୁନାହିଁ। କଣିହାଁ ତହସିଲ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ଆସୁଥିଲେ ମଧ୍ୟ ସହଯୋଗ ଓ ଜାଗା ଅଭାବରୁ ଅର୍ଥ ଫେରୁଥିବା ଏସ୍‌ଡିଓ ପ୍ରକାଶ କରିଛନ୍ତି।

ଅଧିକାରୀଙ୍କ ସହ ଆଲୋଚନା କରାଯିବ
ଜାଗା ସମସ୍ୟାକୁ ନେଇ ପୋଲ କାର୍ଯ୍ୟ ଆଗେଇପାରି ନ ଥିବା ଦୃଷ୍ଟିକୁ ଆସି ନ ଥିଲା। ଏ ନେଇ ବିଧାୟକଙ୍କୁ ଜଣାଇବା ସହ ତହସିଲଦାର ଓ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଆର୍‌ଡି ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା କରାଯିବ। ଉପସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ମଧ୍ୟ ଫେରିଯିବା ସମ୍ପର୍କରେ ବୈଠକରେ ଚର୍ଚ୍ଚା ହେବ।
-କୈଳାସ ଚନ୍ଦ୍ର ସାହୁ, ପାଲଲହଡ଼ା ବିଧାୟକଙ୍କ ପ୍ରତିନିଧି
ଜାଗା ପାଇଁ ପୋଲ ନ ହେବା ନିନ୍ଦନୀୟ
ପୋଲ ନିର୍ମାଣ ହେଲେ ଛାତ୍ରୀଛାତ୍ରମାନେ କଣିହାଁ ହାଇସ୍କୁଲ ଓ କଲେଜକୁ ସହଜରେ ଯାଇପାରିବେ। ପଟାଖମଣ, ବଣସିଂହ ସମେତ ପାଲଲହଡ଼ା ନିର୍ବାଚନମଣ୍ଡଳୀକୁ ଦୂରତ୍ୱ କମିବ। ହେଲେ ଜାଗା ସମସ୍ୟା ପାଇଁ ପୋଲ ନିର୍ମାଣ ହୋଇ ନ ପାରିବା ନିନ୍ଦନୀୟ।
– ଦେବେନ୍ଦ୍ର ବାରିକ, ସମିତିସଭ୍ୟ, କଣିହାଁ
୨ କି.ମି. ଯାଇ ନ ପାରି ଭଡ଼ା ଘର ନେଇଛି
ନଦୀ ଆରପଟେ କଣିହାଁ ବଜାରରେ ଦୋକାନ କରିଛି। ହେଲେ ପୋଲ ନ ଥିବାରୁ ଘରକୁ ଯାତାୟାତ କରିପାରୁ ନାହିଁ। ବୁଲିକରି ଗଲେ ୧୫ କିଲୋମିଟର ଦୂର ପଡ଼ିବ। ସେଥିପାଇଁ କଣିହାଁରେ ଭଡ଼ା ଘର ନେଇଛି। ମୋ ପରି ଅନେକ ଲୋକ ଏପରି ଅସୁବିଧା ଭୋଗୁଛନ୍ତି। କଣିହାଁ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ, ତହସିଲକୁ ଆସିପାରୁ ନାହାନ୍ତି।
– ବୃନ୍ଦାବନ ପ୍ରଧାନ, ବଣସିଂହ
ନଦୀରେ ପଶି ଆସିଲେ ଚର୍ମରୋଗ ହେଉଛି
ଜୀବିକା ନିର୍ବାହ ପାଇଁ କଣିହାଁ ବଜାରକୁ ଆସିବାକୁ ପଡ଼ୁଛି। ହେଲେ ସବୁ ସମୟରେ ଟାକୁଆ ପୋଲ ଦେଇ ବୁଲିକରି ଆସିବା ସମ୍ଭବ ନୁହେଁ। ଏଣେ ନଦୀରେ ପଶି ଆସିଲେ ପାଉଁଶପାଣି ଯୋଗୁ ଚର୍ମରୋଗ ଦେଖାଦେଉଛି। ତଥାପି ଉପାୟ ନ ଥିବାରୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ପାଣିରେ ପଶି ଆସୁଛନ୍ତି।
-ହିମାଂଶୁ ପ୍ରଧାନ, ପଟାଖମଣ


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?