ସାକାର ହେଉନି ସେତୁ ସ୍ବପ୍ନ

(ସଚ୍ଚିଦାନନ୍ଦ ପ୍ରଧାନ) କଣିହାଁ ,୨୩।୧୨ – ଟିକିରା ନଦୀରେ ସେତୁଟିଏ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରିଆସୁଥିଲେ। ଜିଲା ଖଣିଜ ପାଣ୍ଠିରୁ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିବା ପରେ ସେମାନେ ଖୁସି ହୋଇଯାଇଥିଲେ। ପୋଲ ନିର୍ମାଣ ପାଇଁ ବୋରିଂ କାର୍ଯ୍ୟ ଦେଖି ଶୀଘ୍ର ସ୍ବପ୍ନ ସାକାର ହେବ ବୋଲି ଧରି ନେଇଥିଲେ। ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ଜାଗା ମିଳୁ ନ ଥିବାରୁ ସେତୁ ସ୍ବପ୍ନ ସାକାର ହେବ କି ନାହିଁ ସେ ନେଇ ଆଶଙ୍କାରେ ପଡ଼ିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକର ପଟାଖମଣ ସହ ଅନ୍ୟ ୧୦ ପଞ୍ଚାୟତବାସୀ।
ପଟାଖମଣବାସୀଙ୍କ କହିବା ଅନୁଯାୟୀ, ଟିକରା ନଦୀ ସେମାନଙ୍କୁ କଣିହାଁ ବ୍ଲକରୁ ବିଚ୍ଛିନ୍ନ କରି ରଖିଛି। ଆରପଟେ କଣିହାଁ ବ୍ଲକ କାର୍ଯ୍ୟାଳୟ, ତହସିଲ, କଲେଜ ଓ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ସେଠାକୁ ଯିବାକୁ ସୁବିଧା ନାହିଁ। ପୋଲଟିଏ ନ ଥିବାରୁ ସେମାନେ ଅନେକ ସମୟରେ ଟାକୁଆ ଦେଇ ବୁଲିକରି ଯାଉଛନ୍ତି। ହେଲେ କୋଇଲା ଓ ପାଉଁଶ ଟ୍ରକ୍‌ ଚଳାଚଳ କରୁଥିବାରୁ ସେହି ରାସ୍ତାରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ କି ସୁରକ୍ଷିତ ମଧ୍ୟ ନୁହେଁ। ତେଣୁ ବାଧ୍ୟହୋଇ ଲୋକେ ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି। ଖରାଦିନେ ପାଣି କମ୍‌ ଥିଲେ ବି ପାଉଁଶ ପାଣି ମିଶୁଥିବାରୁ ନାନା ଚର୍ମରୋଗ ସୃଷ୍ଟି ହେଉଛି। ବର୍ଷାଦିନେ ତ ନଦୀରେ ପଶିବା ସମ୍ଭବ ନୁହେଁ। ପ୍ରଖର ସୁଅ ସହ ସମଲ ବ୍ୟାରେଜରୁ ଛଡ଼ାଯାଇଥିବା ପାଣି ଭସାଇ ନେବାର ଭୟ ରହିଛି। ସେହିପରି କଣିହାଁ ପଟୁ ପଟାଖମଣ ଦେଇ ପାଲଲହଡ଼ା ନିର୍ବାଚନମଣ୍ଡଳୀକୁ ଯାତାୟାତ ସହଜ ହୋଇଥାଏ। ହେଲେ ସେତୁ ହେଉ ନ ଥିବାରୁ ସେହି ସୁବିଧା ମଧ୍ୟ ଲୋକଙ୍କୁ ମିଳୁନି। ବହୁ ଦାବି ପରେ କଣିହାଁ ହାଟପଡ଼ିଆଠାରୁ ପଟାଖମଣକୁ ସଂଯୋଗ ପାଇଁ ଟିକିରା ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଜିଲା ଖଣିଜ ପାଣ୍ଠିରୁ ୧୪ କୋଟିରୁ ଅଧିକ ଟଙ୍କା ଅନୁମୋଦନ ହୋଇଥିଲ। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨୦୨୦ରେ ଭିତ୍ତିଭୂମି ପାଇଁ ବୋରିଂ କରାଯାଇଥିଲା। ହେଲେ କୋଭିଡ୍‌ କଟକଣା ଯୋଗୁ ଅନେକ ଦିନ ହେବ କାର୍ଯ୍ୟବନ୍ଦ ରହିଛି। ସେତୁ ପାଇଁ ଜାଗା ମିଳୁ ନ ଥିବାବେଳେ ବନ୍ୟା ପରିସ୍ଥିତିରେ ପାଣିକୁ ନେଇ ଆକଳନ ଶେଷ ହେଉନାହିଁ। ଏଥିଯୋଗୁ ସେତୁ ନିର୍ମାଣ ଆଶା ମଉଳୁଥିବାରୁ ୧୦ରୁ ଅଧିକ ପଞ୍ଚାୟତବାସୀ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ରାଜନେତାମାନେ ନୀରବ ଥିବାରୁ ସେମାନଙ୍କ ଆଭିମୁଖ୍ୟ ଲୋକଙ୍କୁ ସନ୍ଦେହରେ ପକାଇଛି।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଳଚେର ଏସ୍‌ଡିଓ କୁମୁଦ ବାନ୍ଧବ ହେମ୍ବ୍ରମ୍‌ କହିଛନ୍ତି, କଣିହାଁ ବରଛକରୁ ପୁରୁଣାହାଟ ପଡ଼ିଆ ଦେଇ ଯାଇଥିବା ରାସ୍ତାରେ ଆବଶ୍ୟକ ଜାଗା ମିଳୁ ନ ଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରୁନାହିଁ। କଣିହାଁ ତହସିଲ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ଆସୁଥିଲେ ମଧ୍ୟ ସହଯୋଗ ଓ ଜାଗା ଅଭାବରୁ ଅର୍ଥ ଫେରୁଥିବା ଏସ୍‌ଡିଓ ପ୍ରକାଶ କରିଛନ୍ତି।

ଅଧିକାରୀଙ୍କ ସହ ଆଲୋଚନା କରାଯିବ
ଜାଗା ସମସ୍ୟାକୁ ନେଇ ପୋଲ କାର୍ଯ୍ୟ ଆଗେଇପାରି ନ ଥିବା ଦୃଷ୍ଟିକୁ ଆସି ନ ଥିଲା। ଏ ନେଇ ବିଧାୟକଙ୍କୁ ଜଣାଇବା ସହ ତହସିଲଦାର ଓ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଆର୍‌ଡି ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା କରାଯିବ। ଉପସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ମଧ୍ୟ ଫେରିଯିବା ସମ୍ପର୍କରେ ବୈଠକରେ ଚର୍ଚ୍ଚା ହେବ।
-କୈଳାସ ଚନ୍ଦ୍ର ସାହୁ, ପାଲଲହଡ଼ା ବିଧାୟକଙ୍କ ପ୍ରତିନିଧି
ଜାଗା ପାଇଁ ପୋଲ ନ ହେବା ନିନ୍ଦନୀୟ
ପୋଲ ନିର୍ମାଣ ହେଲେ ଛାତ୍ରୀଛାତ୍ରମାନେ କଣିହାଁ ହାଇସ୍କୁଲ ଓ କଲେଜକୁ ସହଜରେ ଯାଇପାରିବେ। ପଟାଖମଣ, ବଣସିଂହ ସମେତ ପାଲଲହଡ଼ା ନିର୍ବାଚନମଣ୍ଡଳୀକୁ ଦୂରତ୍ୱ କମିବ। ହେଲେ ଜାଗା ସମସ୍ୟା ପାଇଁ ପୋଲ ନିର୍ମାଣ ହୋଇ ନ ପାରିବା ନିନ୍ଦନୀୟ।
– ଦେବେନ୍ଦ୍ର ବାରିକ, ସମିତିସଭ୍ୟ, କଣିହାଁ
୨ କି.ମି. ଯାଇ ନ ପାରି ଭଡ଼ା ଘର ନେଇଛି
ନଦୀ ଆରପଟେ କଣିହାଁ ବଜାରରେ ଦୋକାନ କରିଛି। ହେଲେ ପୋଲ ନ ଥିବାରୁ ଘରକୁ ଯାତାୟାତ କରିପାରୁ ନାହିଁ। ବୁଲିକରି ଗଲେ ୧୫ କିଲୋମିଟର ଦୂର ପଡ଼ିବ। ସେଥିପାଇଁ କଣିହାଁରେ ଭଡ଼ା ଘର ନେଇଛି। ମୋ ପରି ଅନେକ ଲୋକ ଏପରି ଅସୁବିଧା ଭୋଗୁଛନ୍ତି। କଣିହାଁ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ, ତହସିଲକୁ ଆସିପାରୁ ନାହାନ୍ତି।
– ବୃନ୍ଦାବନ ପ୍ରଧାନ, ବଣସିଂହ
ନଦୀରେ ପଶି ଆସିଲେ ଚର୍ମରୋଗ ହେଉଛି
ଜୀବିକା ନିର୍ବାହ ପାଇଁ କଣିହାଁ ବଜାରକୁ ଆସିବାକୁ ପଡ଼ୁଛି। ହେଲେ ସବୁ ସମୟରେ ଟାକୁଆ ପୋଲ ଦେଇ ବୁଲିକରି ଆସିବା ସମ୍ଭବ ନୁହେଁ। ଏଣେ ନଦୀରେ ପଶି ଆସିଲେ ପାଉଁଶପାଣି ଯୋଗୁ ଚର୍ମରୋଗ ଦେଖାଦେଉଛି। ତଥାପି ଉପାୟ ନ ଥିବାରୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ପାଣିରେ ପଶି ଆସୁଛନ୍ତି।
-ହିମାଂଶୁ ପ୍ରଧାନ, ପଟାଖମଣ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri