ଅଧାରେ ଅଟକିଛି ଡ୍ରେନ୍‌, ପାଚେରି ନିର୍ମାଣ

ଖଇରା, ୧୯।୫(ଡି.ଏନ.ଏ.): ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ଡ୍ରେନ ଓ ପାଚେରି ନିର୍ମାଣ କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଛାଡି ଦିଆଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରାଯିବାକୁ ଝିଙ୍କିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ମାଝି, ପ୍ରାକ୍ତନ ନାଏବ ସରପଞ୍ଚ ମଧୁସୂଦନ ଦାସ, ବୁଦ୍ଧିରାମ ଦାସ, ତରାପୁର ଗ୍ରାମର ସରସ୍ବତୀ ପରିଡା, ଅଲିପୁର ଗ୍ରାମର ସୌରଭ ପୃଷ୍ଟି, ସଞ୍ଜୟ ପ୍ରକାଶ ଦାସ ଓ ଜୟନ୍ତ ପାତ୍ର ପ୍ରମୁଖ ଦାବି କରିଛନ୍ତି। ଅଲିପୁରଠାରେ ଡ୍ରେନ କାମ ସରିଥିଲେ ହେଁ ଏହା ଉପରେ ଘୋଡଣି ନ ଥିବାରୁ ଦୈନନ୍ଦିନ ଗୃହପାଳିତ ପ୍ରାଣୀ, ଛୋଟ ପିଲା ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିଭଳି ତୋଟାପଡା ଓ ତରାପୁର ଗ୍ରାମ ନିକଟରେ ରାସ୍ତାକଡ ପାଚେରିକୁ ଅଧାରେ ଛାଡି ଦିଆଯାଇଥିବାରୁ ଆଗାମୀ ବର୍ଷାଋତୁରେ ନୟନଯୋରି ପାଣିରେ ରାସ୍ତା ଧୋଇଯିବାର ଆଶଙ୍କା ଦେଖାଦେଇଛି। ଏହାଛଡା କରାଣ୍ଡିଆ ନାଳ କଡରେ ନିର୍ମିତ ହୋଇଥିବା ପାଚେରିକୁ ଆଗାମୀ ବନ୍ୟାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଉଚ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ପତିରାଜପୁରର ଜଣେ ଶିକ୍ଷୟିତ୍ରୀ ସରକାରୀ ଜାଗାରେ ବାଡ ବସାଇଥିବା ବେଳେ ଏହା ରାସ୍ତା ପ୍ରଶସ୍ତୀକରଣରେ ବାଧକ ସାଜିଛି ା ତୁରନ୍ତ ରାସ୍ତାକୁ ଜବରଦଖଲମୁକ୍ତ କରିବାକୁ ଉକ୍ତ ଗ୍ରାମର ହରେକୃଷ୍ଣ ସାମଲ, ମାନସ କୁମାର ପଣ୍ଡା ଓ ଗୋବିନ୍ଦ ପରିଡାଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କୁ ଯୋଗାଯୋଗ କରିବାରେ ଯଦି ମାପରେ ଶିକ୍ଷୟିତ୍ରୀ ଜଣକ ସରକାରୀ ଜାଗା ଜବରଦଖଲ କରିଥିବା ଜଣାପଡେ ତେବେ ଏହାକୁ ନିଶ୍ଚୟ ଏହାକୁ ଖାଲି କରାଯିବ। ସେହିଭଳି ଅଲିପୁରଠାରେ ଅସମ୍ପୂର୍ଣ୍ଣ ଡ୍ରେନ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରୀତିରଞ୍ଜନ ସାମଲଙ୍କୁ ଯୋଗାଯୋଗ କରିବାରେ ଘୋଡଣି ବ୍ୟବସ୍ଥା ସମ୍ପର୍କରେ ଠିକାଦାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri