ଖରାପ ରାସ୍ତାରୁ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଖାଲଖମାପୂର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣାରେ ଜଣେ ଯୁବ ଡାକ୍ତରଙ୍କ ଜୀବନ ଯାଇଛି। ଶନିବାର ରାତିରେ କଟକ ରୋଡ୍‌ର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଓଭରବ୍ରିଜ୍‌ ତଳ ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ମୃତ ଡାକ୍ତର ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ା ଗ୍ରାମର ଅମିତ ବିଶୋଇ (୨୬)। ସେ ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ପାତ୍ରପଡ଼ାସ୍ଥିତ ନିର୍ମାଲ୍ୟ ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ରହିବା ସହ ଗଜପତିନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜରୁରିକାଳୀନ ବିଭାଗର ମେଡିସିନ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରନ୍ତି। ରାତି ପ୍ରାୟ ୧୨ଟା ୧୦ରେ ଅମିତ ରସୁଲଗଡ଼ ପଟୁ କଳ୍ପନା ଆଡକୁ ଯାଉଥିବାବେଳେ ରାସ୍ତାରେ ଥିବା ଏକାଧିକ ଖାଲରେ ତାଙ୍କ କାର୍‌ (ଓଡି୦୨ଏଟି୨୦୬୧) ଭାରସାମ୍ୟ ହରାଇ ବମିଖାଲ ଓଭରବ୍ରିଜ୍‌ରେ ପିଟି ହୋଇଯାଇଥିଲା। ଫଳରେ କାର୍‌ର ଉପର ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଡାହାଣ ପାର୍ଶ୍ୱ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଅମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ସହାୟତାରେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରଶାସନିକ ଅବହେଳା ପାଇଁ ଡାକ୍ତର ଅମିତଙ୍କ ଏଭଳି ଅକାଳ ବିୟୋଗ ଘଟିଲା ବୋଲି ପରିବାର ଲୋକେ କହିଛନ୍ତି। ଆଉ ମାତ୍ର ୫ ମାସ ପରେ ଅର୍ଥାତ୍‌ ଆସନ୍ତା ଫେବୃୟାରୀ ୨୮ରେ ଡାକ୍ତର ଅମିତଙ୍କର ବିବାହ ସ୍ଥିର ହୋଇଥିଲା। ଏଥିପାଇଁ ଡିସେମ୍ବର ୧୦ରେ ନିର୍ବନ୍ଧ ହେବାର ଥିଲା। ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଅମିତଙ୍କ ଏଭଳି ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି।
ରବିବାର କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ଅମିତଙ୍କ ମୃତଦେହକୁ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାପା ମଙ୍ଗଳୁ ଚରଣଙ୍କ ଏତଲାକ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ଆଇପିସି ଦଫା ୨୭୯, ୩୦୪(କ)ରେ ଏକ ମାମଲା (ନଂ.୩୭୫/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ କାଳରାତିରେ ଘଟିଥିବା ଦୁର୍ଘଟଣାର ଛାତିଥରା ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। କାର୍‌ଟି ଖାଲରେ ପଡି ଉପରକୁ ଉଠିଯିବା ସହ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଓଭରବ୍ରିଜ ବିମ୍‌ରେ ଶକ୍ତ ଧକ୍କା ହେବା ପରେ ବାମକୁ ବୁଲି ରାସ୍ତା ପାର୍ଶ୍ୱରେ ଅଟକିଯାଇଛି। ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଉକ୍ତ ସିସିଟିଭି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି।
କଟକ ରୋଡର ସ୍ଥିତି ଭୟଙ୍କର ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଖରାପ ଥିବାରୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରିକି ଛୋଟମୋଟ ଦୁର୍ଘଟଣାର ମଧ୍ୟ ସାମ୍ନା କରୁଛନ୍ତି। ଦୁର୍ଘଟଣାସ୍ଥଳର ୨୦ ମିଟର ଓ ଅପରପାର୍ଶ୍ୱରେ ଶହେ ମିଟରରୁ ଅଧିକ ରାସ୍ତାରେ ବଡ଼ ବଡ଼ ଖାଲ ରହିବା ସହ ସେଥିରେ ପାଣିଜମି ରହିଥିବାରୁ ରାତିରେ ଦୂରରୁ ଜଣାପଡୁ ନାହିଁ। ମାସ ମାସ ଧରି ରାସ୍ତାରେ ଏଭଳି ଖାଲଖମା ମୃତ୍ୟୁର ଆଁ ମେଲି ରହିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଗାଡ଼ି ଯାତାୟାତ କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଜଣେ ଯୁବ ଡାକ୍ତରଙ୍କ ଜୀବନ ଯାଇଛି। ଅମିତଙ୍କ ମୃତ୍ୟୁ ପାଇଁ ସମ୍ପର୍କୀୟ ପ୍ରଶାନ୍ତ ସାହୁ ଓ ପରିବାର ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି। ସ୍ମାର୍ଟସିଟିର ଏଭଳି ଅସଜଡ଼ା ରାସ୍ତାକୁ ତୁରନ୍ତ ସଜାଡ଼ିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?