Posted inଖେଳ

ପାରା ଶୁଟିଂ ବିଶ୍ୱକପରେ ରାହୁଲଙ୍କୁ ସ୍ବର୍ଣ୍ଣ

ଚାଙ୍ଗଓନ୍‌,୧୯ା୮(ପି.ଟି): ପାରା ଶୁଟିଂ ବିଶ୍ୱକପରେ ଭାରତ ଏହାର ପଦକ ଖାତା ଖୋଲିଛି। ପିସ୍ତଲ ଶୁଟର ରାହୁଲ ଜାଖଡ ଭାରତ ପାଇଁ ଜିତିଛନ୍ତି ପ୍ରଥମ ସ୍ବର୍ଣ୍ଣ ପଦକ। ପି-୩ ବର୍ଗରେ ୨୫ ମିଟର ପିସ୍ତଲ ଇଭେଣ୍ଟରେ ପଛୁଆ ରହି ମଧ୍ୟ ସ୍ବର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇଥିଲେ। ଗୁରୁବାର ଭାରତୀୟ ଦଳ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ସହିତ ୩ଟି ପଦକ ହାସଲରେ ସମର୍ଥ ହୋଇଛି। ଫାଇନାଲରେ କିମ୍‌ ଜଙ୍ଗାମଙ୍କ ସହିତ ଶୁଟ୍‌ ଅଫ୍‌ରେ(୩+୩+୨ :୩+୩+୦) ପଏଣ୍ଟରେ ବିଜୟୀ ହୋଇଥିଲେ। କ୍ୱାଲିଫାଇଙ୍ଗ ରାଉଣ୍ଡରେ ୫୭୪ ସ୍କୋର ସହିତ ଜାଖଡ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପାରାଲିମ୍ପିକ୍ସ ଚାମ୍ପିୟନ ଅବନୀ ଲେଖାରା ରୌପ୍ୟ ଓ ପୂଜା ଅଗ୍ରଓ୍ବାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଚଳିତ ବିଶ୍ୱକପ ପାଇଁ ଭାରତ ୧୪ ଜଣିଆ ଦଳ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନ ହରାଇଲେ କୋହଲି

ଦୁବାଇ, ୧୩।୧(ପି.ଟି.)- ମଙ୍ଗଳବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ ତାଲିକାରେ ଦ୍ୱିତୀୟ ସ୍ଥାନ ହରାଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ଅଷ୍ଟ୍ରେଲିଆର ଷ୍ଟିଭ୍‌...

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା...

ଇଚ୍ଛା ମୃତ୍ୟୁରେ ଜୀବନ ହାରିଲେ: ପାରାଅଲିମ୍ପିକ୍‌ ଚାମ୍ପିୟନ

ବ୍ରୁସେଲ୍ସ,୨୪ା୧୦ (ଏଏଫ୍‌ପି)- ବେଲଜିୟମ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ମଙ୍ଗଳବାର ଇଚ୍ଛା ମୃତ୍ୟୁ ଜରିଆରେ ନିଜ ଜୀବନ ଶେଷ କରିଛନ୍ତି। ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ...

ମନଦୀପଙ୍କ ଡବଲରେ ଜିତିଲା ଭାରତ

ଭୁବନେଶ୍ୱର, ୨୯ା୧୦(ସ୍ପୋଟର୍‌ସବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରୋ ହକି ଲିଗର ଉଦ୍‌ଘାଟନୀ ମୁକାବିଲାରେ ବିଜୟୀ ହୋଇଛି ଭାରତ। ଅନ୍ତିମ କ୍ୱାର୍ଟରରେ ଷ୍ଟ୍ରାଇକର ମନଦୀପ୍‌...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଆର୍‌. ଅଶ୍ୱିନ୍‌

ଚେନ୍ନାଇ,୧୪।୨: ଭାରତ ଏବଂ ଇଂଲଣ୍ଠ ମଧ୍ୟ ଦ୍ୱିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ଇନିଂସରେ ଭାରତର ୩୨୯ ରନ୍‌ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪...

ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ପ୍ରିଟୋରିଆ (ଦକ୍ଷିଣ ଆଫ୍ରିକା), ୨୮ା୧୨ (ପି.ଟି.): ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ...

ବିସ୍ଫୋରକ ଇନିଂସ ଖେଳି ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ପଞ୍ଜାବ ଅଧିନାୟକ; ପୁଣି ୬୦୦ ରନ୍‌ ପାର୍‌…

ଦୁବାଇ,୮।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧)ର ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅତି ରୋମାଞ୍ଚକର ଥିଲା। ଚଳିତ ସିଜିନର...

ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍‌ ଖେଳିବ ଭାରତ

ମୁମ୍ବାଇ,୧୪।୧୨: ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ...

Advertisement
Archives

Model This Week