ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର

ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି। ହେଲେ ଏଯାଏ ବକେୟା ଟଙ୍କା ମିଳ ନ ଥିବାରୁ ଠିକାଦାର ଅସନ୍ତୋଷ ପ୍ରକାଶ କରିବା ସହ ମଙ୍ଗଳବାର ସ୍କୁଲ ଗୃହରେ ତାଲା ପକାଇ ଦେଇଥିଲେ। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ବାହାରେ ଛିଡ଼ା ହୋଇଥିଲେ। ଖବର ପାଇ ସ୍ଥାନୀୟ ଏବିଡିଓ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
୫-ଟି ରୂପାନ୍ତର ବେଳେ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ପକ୍କା ଘର ନିର୍ମାଣ କାମ କରିବା ପାଇଁ ଦିଆଯାଇଥିଲା। ବର୍ଷେରୁ ଅଧିକ ବିତିଯାଇଥିଲେ ବି ବକେୟା ଟଙ୍କା ମିଳିନାହିଁ। ଫଳରେ ସେମାନେ କାମ କରିଥିବା ୫ଟି କ୍ଲାସ ରୁମ୍‌ଗୁଡ଼ିକରେ ତାଲା ପକାଇ ବନ୍ଦ ରଖିଥିଲେ। ଫଳରେ ପିଲାମାନଙ୍କ କ୍ଲାସ କରିବାରେ ବାଧା ସୃଷ୍ଟି ହୋଇଥିଲା। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମଧ୍ୟ ବାହାରେ ଛିଡ଼ା ହୋଇଥିଲେ। ପ୍ରଶାସନିକ ଅଧିକାରୀମାନେ ଓ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ୫-ଟି କାମ ଉକ୍ତ ଠିକାଦାରମାନଙ୍କୁ କିଏ ପ୍ରଦାନ କରିଥିଲା ଓ କେଉଁ ସୂତ୍ରରେ ପ୍ରଦାନ କରିଥିଲେ, କେତେଟଙ୍କା ପୈଠ ହୋଇଛି, କେତେ ଟଙ୍କା ବାକି ଅଛି, ଏ ସମ୍ପର୍କରେ ବୁଝିଥିଲେ। ଠିକାଦାରମାନଙ୍କୁ ବ୍ଲକ ଅଫିସ୍‌କୁ ଡକାଇ ଆଲୋଚନା କରିବା ପାଇଁ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ କ୍ଲାସରୁମ୍‌ରେ ପଡ଼ିଥିବା ତାଲା ଖୋଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ବିଜୟ

ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ଉଇକେଟରେ ଲକ୍ଷ୍ନୌ…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri