ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର

ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି। ହେଲେ ଏଯାଏ ବକେୟା ଟଙ୍କା ମିଳ ନ ଥିବାରୁ ଠିକାଦାର ଅସନ୍ତୋଷ ପ୍ରକାଶ କରିବା ସହ ମଙ୍ଗଳବାର ସ୍କୁଲ ଗୃହରେ ତାଲା ପକାଇ ଦେଇଥିଲେ। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ବାହାରେ ଛିଡ଼ା ହୋଇଥିଲେ। ଖବର ପାଇ ସ୍ଥାନୀୟ ଏବିଡିଓ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
୫-ଟି ରୂପାନ୍ତର ବେଳେ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ପକ୍କା ଘର ନିର୍ମାଣ କାମ କରିବା ପାଇଁ ଦିଆଯାଇଥିଲା। ବର୍ଷେରୁ ଅଧିକ ବିତିଯାଇଥିଲେ ବି ବକେୟା ଟଙ୍କା ମିଳିନାହିଁ। ଫଳରେ ସେମାନେ କାମ କରିଥିବା ୫ଟି କ୍ଲାସ ରୁମ୍‌ଗୁଡ଼ିକରେ ତାଲା ପକାଇ ବନ୍ଦ ରଖିଥିଲେ। ଫଳରେ ପିଲାମାନଙ୍କ କ୍ଲାସ କରିବାରେ ବାଧା ସୃଷ୍ଟି ହୋଇଥିଲା। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମଧ୍ୟ ବାହାରେ ଛିଡ଼ା ହୋଇଥିଲେ। ପ୍ରଶାସନିକ ଅଧିକାରୀମାନେ ଓ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ୫-ଟି କାମ ଉକ୍ତ ଠିକାଦାରମାନଙ୍କୁ କିଏ ପ୍ରଦାନ କରିଥିଲା ଓ କେଉଁ ସୂତ୍ରରେ ପ୍ରଦାନ କରିଥିଲେ, କେତେଟଙ୍କା ପୈଠ ହୋଇଛି, କେତେ ଟଙ୍କା ବାକି ଅଛି, ଏ ସମ୍ପର୍କରେ ବୁଝିଥିଲେ। ଠିକାଦାରମାନଙ୍କୁ ବ୍ଲକ ଅଫିସ୍‌କୁ ଡକାଇ ଆଲୋଚନା କରିବା ପାଇଁ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ କ୍ଲାସରୁମ୍‌ରେ ପଡ଼ିଥିବା ତାଲା ଖୋଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri