ଅବକାରୀ ବିଭାଗ ହାତ ଖାଲି

ଅନୁଗୋଳ ଅଫିସ,୭ା୨: ଅନୁଗୋଳ ଉପକଣ୍ଠ ରାଣୀଗୁଡ଼ାର ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତାଙ୍କ ଘରେ ଚଢ଼ାଉ କରିବାର ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅବକାରୀ ବିଭାଗର ହାତ ଖାଲି ରହିଛି। ଚଢ଼ାଉ ପୂର୍ବରୁ ପରିବାର ସହ ଫେରାର ହୋଇଯାଇଥିବା ଜୟପ୍ରକାଶଙ୍କୁ ଏଯାଏ ଗିରଫ କରାଯାଇ ପାରିନାହିଁ। ଅବକାରୀ ବିଭାଗ ଅଧିକାରୀମାନେ ଜୟପ୍ରକାଶଙ୍କ ମୋବାଇଲ୍‌ ଟ୍ରାକ୍‌ କରି କାଣ୍ଡସର ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ମୋବାଇଲ୍‌ ସୁଇଚ ଅଫ୍‌ ହୋଇଯାଇଥିବାରୁ ତାଙ୍କ ସମ୍ପର୍କରେ ଖୋଜଖବର ମିଳୁନାହିଁ। ଅପରପକ୍ଷରେ ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ
ରବିବାର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇ ୩ ଜଣକୁ ଗିରଫ କରାଯାଇଛି। ପଞ୍ଚମହଲା ଅଞ୍ଚଳରେ ରହୁଥିବା ସୁଦର୍ଶନ ମହାନ୍ତିଙ୍କ ଘର ଉପରେ ଚଢାଉ କରାଯାଇ ୪୦ ଲିଟର ନକଲି ବିଦେଶୀ ମଦ, ୨୦ ଲିଟର ସ୍ପିରିଟ ଓ ଏକ ସ୍କର୍ପିଓ ଜବତ କରାଯାଇଛି। ସେହିପରି ତଳମୂଳ ଅଞ୍ଚଳର ମନ୍ଦର ମଲିକ ଓ ଅନୁଗୋଳ ହାଟଛକ ଅଞ୍ଚଳର ବିଛନ୍ଦ ପ୍ରଧାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri