ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷାଋତୁ ଆସିଲେ ବଣ ଜଙ୍ଗଲରେ ଛତୁ ଫୁଟେ। ବନବାସୀମାନେ ଛତୁ ସଂଗ୍ରହକରି ହାଟବଜାରରେ ବିକ୍ରିକରିଥାନ୍ତି। ବିଶେଷକରି ଶ୍ରାବଣ ମାସରେ ବଜାରରେ ବିଭିନ୍ନ ରଙ୍ଗବେରଙ୍ଗ ଓ ଅନେକ କିସମର ଛତୁ ଦେଖିବାକୁ ମିଳୁଛି। ଯଦିଓ ଆଜିକାଲି କୃତ୍ରିମ ଉପାୟରେ ଛତୁଚାଷ ହେଉଛି, କିନ୍ତୁ ପ୍ରାକୃତିକ ପରିବେଶରେ ବଣଜଙ୍ଗଲରେ ମିଳୁଥିବା ଛତୁର ସ୍ବାଦ ନିଆରା। ଏଣୁ ଏହାର ଚାହିଦା ଅଧିକ। ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁଆ, କୁଟା, ବାଉଁଶ, କାଠଛତୁ, ବାଲିଛତୁ, ବିହୁଡୁଣୀ, ରୁଟୁକା ଆଦି ଭଳି ଅନେକ ଦେଶୀଛତୁ ଏବେ ବଜାରରେ ଉପଲବ୍ଧ ହେଉଛି। ବନବାସୀମାନେ ଛତୁକୁ କେନ୍ଦୁଝର ସହର ରାସ୍ତାକଡ଼ରେ ପତ୍ରଠୋଲା ବା ଚଉପଦିରେ ଭାଗକରି ବିକ୍ରି କରୁଛନ୍ତି।
ବନବାସୀମାନେ ସକାଳୁ ଡାଲା, ବ୍ୟାଗ୍‌, ପାଛିଆ ଆଦି ଧରି ଗାଁମୁଣ୍ଡ, ଜମିବାଡ଼ି, ବଣଜଙ୍ଗଲକୁ ଛତୁ ଗୋଟାଇବାକୁ ବାହାରିଯାଆନ୍ତି। ସେସବୁ ସଂଗ୍ରହକରି ଘରକୁ ଆଣି ନିଜେ ଖାଆନ୍ତି, ହାଟ ବଜାରରେ ବିକ୍ରି କରିଥାଆନ୍ତି। ଛତୁ ଭାଗ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବେପାରୀମାନେ ବିକ୍ରି କରିଥାଆନ୍ତି। ବିଶେଷକରି ବାଲି, ରୁଟୁକା, ବିହୁଡୁଣୀ, କୁଟା ଆଦି ଛତୁର ଚାହିଦା ଅଧିକ ରହିଛି। ଏହାର ଦାମ ମଧ୍ୟ ଅନ୍ୟ ଛତୁ ତୁଳନାରେ ଅଧିକ। ବ୍ୟବସାୟୀ ରୁଟୁକା ଛତୁ କିଲୋ ପିଛା ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଆଧୁନିକ ପ୍ରଣାଳୀରେ ବଟମ ଓ ପାଳଛତୁୁ ବର୍ଷ ତମାମ ଚାଷ କରାଯାଇ ପାରୁଥିବାରୁ ବର୍ଷସାରା ଖାଇବାକୁ ମିଳିଥାଏ। ବର୍ଷାଦିନରେ କେନ୍ଦୁଝର ବଜାରରେ ଦେଶୀଛତୁକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି। ଏଠାରୁ କଟକ, ଭୁବନେଶ୍ୱର ଆଦି ଅନ୍ୟ ସହରକୁ ଛତୁ ଯାଇଥାଏ। ତେବେ ଉପଯୁକ୍ତ ବଜାର ଅଭାବରୁ ଆଦିବାସୀମାନେ ଅନେକ ସମୟରେ ବେପାରୀଙ୍କ ଶୋଷଣର ଶିକାର ହୋଇଥାଆନ୍ତି। ଆଦିବାସୀମାନେ କଷ୍ଟକରି ଛତୁ ସଂଗ୍ରହକରି ଆଣୁଛନ୍ତିି। କିନ୍ତୁ ବ୍ୟବସାୟୀ ସେମାନଙ୍କୁ ଓଜନ ଓ ଦରରେ ଠକି ନେଇ ବିନା ପରିଶ୍ରମରେ ଲାଭବାନ୍‌ ହେଉଛନ୍ତି। ବାଂଶପାଳ ବ୍ଲକ୍‌ କସଡ଼ାର ବସୁମତି ଦେହୁରୀ କୁହନ୍ତି, ଆଗଭଳି ବର୍ଷା ନାହିଁ ବୋଲି ଅଧିକ ଛତୁ ମିଳୁନାହିଁ । ଅନେକ ସମୟରେ ଗ୍ରାହକ ନ ମିଳିଲେ ବେପାରୀମାନଙ୍କୁ କମ୍‌ ଦାମରେ ବିକିଦେଇ ଘରକୁ ପଳାଉ। ଯାହା ମିଳେ ସେଥିରେ ଘରେ ଚଳେ। କାଞ୍ଜିପାଣିର ସୁରଥି ନାଏକ କୁହନ୍ତି, ଛତୁ ଆଗରୁ ଘରବାଡ଼ି, ପଡ଼ିଆରେ ବହୁତ ମିଳୁଥିଲା। ଏବେ ଛତୁ ସଂଗ୍ରହ ପାଇଁ ଜଙ୍ଗଲ ଓ ପାହାଡ଼ ଭିତରକୁ ଯିବାକୁ ପଡୁଛି। ଏସବୁ ବିକି ପେଟପାଟଣା ଚଳାଉ।
ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି, ଛତୁରେ ପ୍ରୋଟିନ ଭରି ରହିଛି। ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ। କିନ୍ତୁ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଅନେକେ ଅସୁସ୍ଥ ହୋଇପଡ଼ନ୍ତି। ଏଣୁ ଦେଖି ପରଖି ଛତୁ ଖାଇବା କଥା।
ଅଲେଖ ଚନ୍ଦ୍ର ପାତ୍ର କୁହନ୍ତି, ଦେଶୀ ଛତୁ ବହୁ ଆଗରୁ ଖାଇ ଆସୁଛୁ। ଏହାର ସ୍ବାଦ ଅତ୍ୟନ୍ତ ନିଆରା। ତେବେ ତଦାରଖ ଅଭାବରୁ ବେପାରୀମାନେ କମ୍‌ ଦାମରେ କିଣି ଅଧିକ ଦାମ୍‌ରେ ବିକି ଲାଭବାନ୍‌ ହେଉଛନ୍ତି। ଫଳରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଛତୁ ମହଙ୍ଗା ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?