ଆସୁଛି ଶ୍ରାବଣ: ତହସିଲଦାରଙ୍କୁ ଭେଟି ଉନ୍ନତିକରଣ ପାଇଁ ଦାବି ଜଣାଇଲା ପ୍ରତିନିଧି ଦଳ

ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବ ପୀଠ। ଉକ୍ତ ଶୈବ ପୀଠର ଉନ୍ନତିକରଣ ଏବଂ ଓସାରିଆ ରାସ୍ତା ନିର୍ମାଣ ପାଇଁ ସୋମବାର ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟିର ଏକ ପ୍ରତିନିଧି ଦଳ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି l ଆଗକୁ ଶ୍ରାବଣ ମାସ। ବହୁ କାଉଡ଼ିଆ ଭକ୍ତ ଶୈବ ପୀଠରେ ଜଳାଭିଷେଜ କରିବେ। ଏଥିସହ ଆଉ କିଛି ମାସ ପରେ ପବିତ୍ର କାର୍ତ୍ତିକ ମାସ ଏବଂ ବୋଲବମ୍‌ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓସାରିଆ ରାସ୍ତା ନିର୍ମାଣ ହୋଇ ପାରିବ ସେ ନେଇ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ପ୍ରତିନିଧି ଦଳ। ଆସନ୍ତା ଶୁକ୍ରବାର ରୋଡ୍‌ ମ୍ୟାପ ପ୍ରସ୍ତୁତ କରିବାକୁ ରାଜସ୍ବ ନିରୀକ୍ଷକ ସୀତାରାମ ସାହୁଙ୍କୁ ପ୍ରତିନିଧି ଦଳଙ୍କ ସମ୍ମୁଖରେ ନିର୍ଦ୍ଦେଶ ଦେଇଥିଲେ ତହସିଲଦାର। ତହସିଲଦାରଙ୍କୁ ଭେଟିବା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟି କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ସ୍ବାଇଁ, ଉପସଭାପତି ଶବର କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ବିଶ୍ୱ ଆଦିବାସୀ ଦିବସରେ ପେସା ଆଇନ ଲାଗୁ ନେଇ ଉଠିଲା ଦାବି

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ…

ନିଜର ହକ୍‌ ପାଇଁ ଶୋଭାଯାତ୍ରାରେ ବାହାରିଲେ ଆଦିବାସୀ, କୁସଂସ୍କାର ଦୂର ପାଇଁ ଏକଜୁଟ୍‌ ହୋଇ…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ରବିବାର ପାଳିତ…

ଜଳାଭିଷେକ ପାଇଁ ଯାଉଥିଲେ କାଉଡ଼ିଆ,ବାଟରେ ଓଲଟିଲା ଗାଡ଼ି, ଆଉ ତା’ ପରେ…

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାୟାପାଟଣା ଛକ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି।…

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ମୁଜାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ: ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ….

ଭଞ୍ଜନଗର, ୯।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ରବିବାର ତାଲୁକ ଆଇନ ସେବା କମିଟି, ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri