
ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବ ପୀଠ। ଉକ୍ତ ଶୈବ ପୀଠର ଉନ୍ନତିକରଣ ଏବଂ ଓସାରିଆ ରାସ୍ତା ନିର୍ମାଣ ପାଇଁ ସୋମବାର ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟିର ଏକ ପ୍ରତିନିଧି ଦଳ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି l ଆଗକୁ ଶ୍ରାବଣ ମାସ। ବହୁ କାଉଡ଼ିଆ ଭକ୍ତ ଶୈବ ପୀଠରେ ଜଳାଭିଷେଜ କରିବେ। ଏଥିସହ ଆଉ କିଛି ମାସ ପରେ ପବିତ୍ର କାର୍ତ୍ତିକ ମାସ ଏବଂ ବୋଲବମ୍ ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓସାରିଆ ରାସ୍ତା ନିର୍ମାଣ ହୋଇ ପାରିବ ସେ ନେଇ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ପ୍ରତିନିଧି ଦଳ। ଆସନ୍ତା ଶୁକ୍ରବାର ରୋଡ୍ ମ୍ୟାପ ପ୍ରସ୍ତୁତ କରିବାକୁ ରାଜସ୍ବ ନିରୀକ୍ଷକ ସୀତାରାମ ସାହୁଙ୍କୁ ପ୍ରତିନିଧି ଦଳଙ୍କ ସମ୍ମୁଖରେ ନିର୍ଦ୍ଦେଶ ଦେଇଥିଲେ ତହସିଲଦାର। ତହସିଲଦାରଙ୍କୁ ଭେଟିବା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟି କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ସ୍ବାଇଁ, ଉପସଭାପତି ଶବର କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ।