ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଗୁରୁବାର ସରିଛି। ଇନ୍‌ଫୋସିଟି ଥାନା ପୋଲିସ ସେମାନଙ୍କୁ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ପୁଣିଥରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ତେବେ ସୋମବାରଠାରୁ ପୋଲିସ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ ମଧ୍ୟ ହତ୍ୟା ଅନ୍ତରାଳେ ସେଭଳି କିଛି ବଡ଼ ତଥ୍ୟ ପାଇ ନ ଥିବା ଜଣାପଡ଼ଛି। ଏନେଇ ଡିସିପି ଉମାଶଙ୍କର ଦାଶଙ୍କ କହିବା କଥା, ଅଭିଯୁକ୍ତଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ହତ୍ୟାକାଣ୍ଡକୁ ନେଇ ଲୁଚି ରହିଥିବା ଅନେକ ତଥ୍ୟ ପାଇବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇଛି। ତେଣୁ ସତ ଜାଣିବା ପାଇଁ ଖୁବ୍‌ଶ୍ରୀଘ୍ର ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।
କମିଶନରେଟ ପୋଲିସ ୩ ଅଭିଯୁକ୍ତ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର ଅମ୍ରିତ ପ୍ରୀତମ ବିଶ୍ୱାଳ, କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅମଲାପଡ଼ାର ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାଙ୍କୁ ଘନ ଘନ ଜେରା କରିଥିଲା। ଘଟଣା ଦିନ ସମସ୍ତେ ନିଶାରେ ଥିବାରୁ କେହି ହତ୍ୟା ସମ୍ପର୍କରେ ଅଧିକ କିଛି କହିପାରି ନ ଥିଲେ। ତେଣୁ ଏହା କୁହାଯାଇ ପାରେ ଯେ, ରିମାଣ୍ଡରେ ଆଣି ଅଧିକ ତଥ୍ୟ ପାଇବା ଯୋଜନା ପୋଲିସ ପାଇଁ ବିଫଳ ହୋଇଛି।
ହତ୍ୟାର ସବୁଠୁ ବଡ଼ ପ୍ରମାଣ ଥିଲା ମୋବାଇଲ ଫୋନ୍‌। ଆଶା ଥିଲା ପୋଲିସ ଅଭିଯୁକ୍ତଙ୍କୁ ଜେରା କରି ମନୀଷଙ୍କ ମୋବାଇଲକୁ ଖୋଜି ଠାବ କରିବ। ହେଲେ ଏଥିରେ ପୋଲିସ ସଫଳ ହୋଇପାରିନି। ଏପରିକି ମନୀଷଙ୍କୁ କିଏ ପ୍ରଥମେ ଆକ୍ରମଣ କଲେ, କାହା ମାଡ଼ରେ ପ୍ରାଣ ଗଲା, ପୋଖରୀ ପାଖକୁ କେମିତି ନେଲେ, ଠେଲାପେଲାର ଘଟଣାସ୍ଥଳ କେଉଁଠି, ଏଭଳି ପ୍ରଶ୍ନର ଉତ୍ତର ପୋଲିସ ପାଇ ନ ଥିବା ଜଣାପଡିଛି। କେବଳ ହୋଟେଲ କର୍ମଚାରୀଙ୍କ ବୟାନକୁ ପୋଲିସ ରେକର୍ଡ କରିଛି। ଅଭିଯୁକ୍ତମାନେ କିଛି ସ୍ପଷ୍ଟ କହିପାରୁ ନ ଥିବାରୁ ସିନ୍‌ ରିକ୍ରିଏଶନ ମଧ୍ୟ କରାଯାଇନାହିଁ। ତେଣୁ ବଳିଷ୍ଠ ଚାର୍ଜଶିଟ୍‌ କିପରି ପୋଲିସ ପ୍ରସ୍ତୁତ କରିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।
ପୋଲିସ ସୂଚନାନୁସାରେ, ଗତ ୯ ତାରିଖ ୫ଟାରେ ମନୀଷଙ୍କୁ ଅଭିଯୁକ୍ତ ଅମ୍ରିତ ଫୋନ କରି ଡାକିବା ସହ ୨ସାଙ୍ଗ ମୃତ୍ୟୁଞ୍ଜୟ ଓ ଦୀନେଶଙ୍କ ସହ ଏକ ବ୍ୟାଚଲର ପାର୍ଟିରେ ଯିବାକୁ କହି କାରରେ ଆଣିଥିଲେ। ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌କୁ ଯାଇଥିଲେ। ସେଠାରେ ବିଲ୍‌ ଦେବାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ମନୀଷ ମା’ଙ୍କୁ ଫୋନ୍‌ କରି ଅନ୍‌ଲାଇନରେ ୮ହଜାର ଟଙ୍କା ମଗାଇ ବିଲ୍‌ ଦେଇଥିଲେ। ରାତି ୩ଟା ୨୯ରେ ମନୀଷ ଏକୁଟିଆ ହୋଟେଲ ବାହାରକୁ ଯିବା ପରେ ଅଭିଯୁକ୍ତମାନେ ପିଛା କରି ତାଙ୍କୁ ହତ୍ୟା କରିବା ପରେ ପାତ୍ରପଡ଼ା ପୋଖରୀରେ ଫିଙ୍ଗିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri