ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ ମୃତହେଦ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୋଲିସ ଏସ୍‌ଡିପିଓ ମଧୁସ୍ମିତା ମିଶ୍ର, ଥାନା ଏସ୍‌ଆଇ କେ. ଲକ୍ଷ୍ମୀନାରାୟଣ ଦୋରା, ଏଏସ୍‌ଆଇ କେଦାରନାଥ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ପ୍ରାପ୍ତ ଖବରରୁ ଜଣାପଡ଼ିଛି, ଝରିଗାଁ ନିବାସୀ ସୁବାସ ପାଣ୍ଡେଙ୍କ ପୁଅ କ୍ଷୀରଧର ପାଣ୍ଡେ (୧୫) କୌଣସି କାରଣରୁ ଚଳିତ ମାସ ୮ତାରିଖରୁ ଘରୁ ବାହାରି ଅନ୍ୟତ୍ର କୁଆଡ଼େ ଚାଲିଯାଇଥିଲେ। ଏନେଇ ଝରିଗାଁ ଥାନାରେ ଏକ ନିଖୋଜ ହୋଇଥିବା ନେଇ ବାପା ସୁବାସ ଅଭିଯୋଗ ଜଣାଇଥିଲେ। ଥାନା କେସ୍‌ ନମ୍ବର ୧୭୪/୨୦୨୪ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ତଦନ୍ତକାରୀ ଅଫିସର କେଦାରନାଥ ରାଉତ ପ୍ରକାଶ କରିଛନ୍ତି। ପରିବାର ଲୋକେ ଝରିଗାଁ ସମେତ ଆଖପାଖ ଗାଁ, ସମସ୍ତ ସମ୍ପର୍କୀୟ ଘରେ ଏବଂ ସାଙ୍ଗ ସାଥୀଙ୍କ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କ୍ଷୀରଧରଙ୍କ କୌଣସି ପତ୍ତା ମିଳି ନ ଥିଲା। ଗତ ମଙ୍ଗଳବାର ଗୁରୁସିଙ୍ଗା ପଞ୍ଚାୟତର କିଛି ମହିଳା ନିକଟସ୍ଥ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଠାରେ କିଛି ଦୁର୍ଗନ୍ଧ ହେଉଥିବା ନେଇ ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ଏହାପରେ ବୁଧବାର ଗୁରୁସିଙ୍ଗା ସରପଞ୍ଚ ମୋହନ ନାୟକ ଏବଂ ବଞ୍ଜିଆମ୍ବା ଗ୍ରାମରେ ରହୁଥିବା ହୋମଗାର୍ଡ ପତିରାମା ମାଝୀ ଘଟଣା ସ୍ଥଳେ ପହଞ୍ଚିଥିଲେ। ସେଠାରେ ଜଣକଙ୍କ ଗଳିତ ମୃତଦେହ ଏକ ଶୁଷ୍କ ନାଳ ମଧ୍ୟରେ ପଡ଼ିରହିଛି। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା।

ସନ୍ଦେହ କରି ପୋଲିସ ଗଳିତ ମୃତଦେହକୁ ଚିହ୍ନଟ ପାଇଁ କ୍ଷୀରଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଏହାପରେ କ୍ଷୀରଧରଙ୍କ ବଡ଼ ବାପା ଝରିଗାଁ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଦେବେନ୍ଦ୍ର ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ପୁତୁରା ପିନ୍ଧିଥିବା ପ୍ୟାଣ୍ଟ ଟି-ଶର୍ଟ ଏବଂ ହାତରେ ପିନ୍ଧିଥିବା ପ୍ଲାଷ୍ଟିକ ରିଷ୍ଟ ବ୍ୟାଣ୍ଡକୁ ଦେଖି ସେ ନିଜ ପୁତୁରା କ୍ଷୀରଧର ବୋଲି ପୋଲିସକୁ ଚିହ୍ନଟ କରିଥିଲେ। ନିଖୋଜ ହେବାର ୧୬ ଦିନ ପରେ ପୁଅର ମୃତ୍ୟୁ ହୋଇଥିବା ଦେଖି ପରିବାର ତଥା ସମ୍ପର୍କୀୟଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳିଯାଇଛି।
କ୍ଷୀରଧରଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି। କ୍ଷୀରଧର ଝରିଗାଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ର ଅଟନ୍ତି। ସେ ଜଣେ ବହୁତ ସରଳ ଶାନ୍ତଶିଷ୍ଟ ଛାତ୍ର ରହିଥିବା ବେଳେ, ତାଙ୍କର ମୃତ୍ୟୁ ଘଟଣାକୁ ନେଇ ବିଦ୍ୟାଳୟରେ ସମସ୍ତ ଛାତ୍ରୀଛାତ୍ର ତଥା ଶିକ୍ଷୟିତ୍ରୀ ଶିକ୍ଷକ ମହଲରେ ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri