ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା

ଭୋଗରାଇ, ୨୭l୧୧( ପ୍ରଦୀପ ଦାସ):ବହୁ ଦୁଃଖ କଷ୍ଟ ସହି ଦୁଇ ପୁଅଙ୍କୁ ବଡ଼ କରିଥିଲେ। ଭାବିଥିଲେ ପରିଣତ ବୟସରେ ସାହାରା ହେବେ। ହେଲେ ସେ ଅଲୋଡ଼ା ହୋଇଗଲେ। ବୋହୂ, ପୁଅଙ୍କ ନିର୍ଯାତନା ସହି ନ ପାରି ଶେଷରେ ୭୨ବର୍ଷୀୟ ବୃଦ୍ଧ ବାପା ପଡୋଶୀଙ୍କ ଗୁହାଳରେ ବେକରେ ରଶି ଲଗାଇ ଝୁଲିପଡିଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ। ମୃତ ବୃଦ୍ଧ ହେଲେ ନିରଞ୍ଜନ କର। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି। ଏଥିରେ ୧୦ଡିସମିଲ ଜାଗା ଗ୍ରାମବାସୀଙ୍କୁ ଦାନ କରିଥିବା ଉଲ୍ଲେଖ କରିଛନ୍ତି। ମୃତ୍ୟୁପରେ ସାନ ପୁଅ ବୋହୂ ମୃତଦେହ ଛୁଇଁବେ ନାହିଁ କିମ୍ବା ସତ୍କାର କରିବେ ନାହିଁ। ଗ୍ରାମବାସୀ ମୁଖାଗ୍ନି ଦେବା ସହ ମୃତଦେହ ସତ୍କାର କରିବା ପାଇଁ ଉକ୍ତ ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଭୋଗରାଇ ପୋଲିସ ପହଞ୍ଚି ପଡୋଶୀ ଅରୁଣ କୁମାର ମହାନ୍ତିଙ୍କ ଗୁହାଳ ଘରୁ ବୃଦ୍ଧଙ୍କ ମୃତଦେହ ଜବତ କରିଛି। ଏଥିସହିତ ୫ବର୍ଷ ଧରି ଏକୁଟିଆ ରହୁଥିବା ଏକ କୁଡ଼ିଆରେ ତକିଆ ତଳୁ ୨୩ହଜାର ୪୨୦ଟଙ୍କା ଉଦ୍ଧାର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୩୫/୨୪) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କୌଣସି ରୋଗରେ ସ୍ତ୍ରୀ ଆଖିବୁଜିବା ପରେ ନିରଞ୍ଜନ ପୁଅ, ବୋହୂଙ୍କ ପାଖରେ ରହୁଥିଲେ। ବଡପୁଅ ରାଜେଶ ୨୦୧୯ରୁ ନିଖୋଜ ହୋଇଯିବା ପରେ ତାଙ୍କ ସ୍ତ୍ରୀ କୌଶଲ୍ୟା ବାପଘରକୁ ପଳାଇ ଯାଇଥିଲେ। ନିରଞ୍ଜନ ସାନପୁଅ ସୁରେଶ ଓ ବୋହୂଙ୍କ ପାଖରେ ରହିଆସୁଥିଲେ। ଦିନକୁ ଦିନ ସାନ ପୁଅ, ବୋହୂଙ୍କ ଅତ୍ୟାଚାର ବଢିଚାଲିଲା। ବୃଦ୍ଧ ବାପାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ। ନିରଞ୍ଜନ ଅନ୍ୟ ଏକ କୁଡ଼ିଆରେ ରହି ପଡୋଶୀଙ୍କ ଘରୁ ଖାଦ୍ୟ ସଂଗ୍ରହ କରି ଜୀବନ ବଞ୍ଚାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଲେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ଆତ୍ମୀୟ ସ୍ବଜନଙ୍କୁ ହସ୍ତାନ୍ତର କରାଯାଇଛି। ଗ୍ରାମବାସୀ ଓ ଆତ୍ମୀୟସ୍ବଜନମାନେ ମିଳିତ ହୋଇ ଗାଁ ଶ୍ମଶାନରେ ବୃଦ୍ଧଙ୍କ ମୃତଦେହ ଦାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri