ବିପଦ ସଙ୍କେତ ଟପିଲା ବୈତରଣୀ

ଆନନ୍ଦପୁର,୨ା୮(ସନ୍ତୋଷ ରାଉତ): ବୈତରଣୀ ନଦୀରେ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଆନନ୍ଦପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦପୁରଠାରେ ବୈତରଣୀର ବନ୍ୟାଜଳ ୩୪.୦୩୦ ମି. ରହିଥିଲା ବେଳେ ୯ଟାରେ ସତର୍କ ସଙ୍କେତ ଅତିକ୍ରମ କରି ୩୭.୪୫୦ ମି.ରେ ପ୍ରବାହିତ ହୋଇଥିଲା। ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହିତ ନିୟମିତ ବ୍ୟବଧାନରେ ବୈତରଣୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ଅପରାହ୍ନ ୧ଟାରେ ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରି ୪୦ମି. ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ଆନନ୍ଦପୁରରେ ବୈତରଣୀର ବନ୍ୟାଜଳ ୪୦.୦୨୦ ରହିଥିଲା। ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୫ମି. ରହିଥିବା ବେଳେ ବିପଦ ସଙ୍କେତ ୩୮.୩୬୦ମି. ରହିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତରର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ବୈତରଣୀ ଜଳସ୍ତର ବୃଦ୍ଧି ପାଇବା ଘଟଣାକୁ ନେଇ ତଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରିକି ଫକୀରପୁରଠାରେ ନଦୀବନ୍ଧର କେତେକ ସ୍ଥାନ ଦୁର୍ବଳ ରହିଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ବାଲିବସ୍ତା ପ୍ରସ୍ତୁତ କରି ରଖାଯାଇଛି। ତେବେ ବନ୍ଧର ଉଭୟପାର୍ଶ୍ୱ ଘାସଲଟାରେ ପରିପୂର୍ଣ୍ଣ ରହିଥିବା ବେଳେ ଦୁର୍ବଳ ସ୍ଥାନଗୁଡ଼ିକ ସ୍ପଷ୍ଟ ବାରିହେବାରେ ସମସ୍ୟା ସୃଷ୍ଟି ହେଉଛି।

ବୈତରଣୀ ବନ୍ୟାଜଳ ବୃଦ୍ଧି ପାଇ ଆନନ୍ଦପୁର ପୌରପରିଷଦ ୧୩ ନଂ ଓ୍ବାର୍ଡ ସାଉଁଟିସାହିରେ ପ୍ରବେଶ କରିବା ଫଳରେ ୨୦ରୁ ଊର୍ଦ୍ଧ୍ୱ ପରିବାର ପାଣି ଘେରରେ ରହିଥିଲେ। ପ୍ରାଥମିକ ସ୍ତରରେ ସ୍ଥାନୀୟ କାଉନସିଲର ସମ୍ବିତ କୁମାର ଦାସ ସେମାନଙ୍କୁ ନିକଟସ୍ଥ ସ୍କୁଲରେ ଥଇଥାନର ବ୍ୟବସ୍ଥା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଆନନ୍ଦପୁର ପୌରଅଧିକାରୀଙ୍କ ସମେତ ପୌରଧ୍ୟକ୍ଷା ରଜନୀରାଣୀ ଖଟୁଆ ଘଟଣାସ୍ଥଳରେ ପହଞ୍ଚି ବନ୍ୟାଜଳରେ ପ୍ରଭାବିତ ପରିବାରବର୍ଗଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବୈତରଣୀ ବନ୍ୟାଜଳ ଆନନ୍ଦପୁର ବ୍ଲକ ଟୁକୁଣାଠାରେ ଥିବା କୁଣ୍ଡେଶ୍ୱର ଶୈବ ପୀଠ ଜଳାର୍ଣ୍ଣବ ହୋଇପଡ଼ିଛି।ମନ୍ଦିରର ଅଧା ପର୍ଯ୍ୟନ୍ତ ବନ୍ୟାଜଳରେ ବୁଡ଼ିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?