ଷଡ଼ଯନ୍ତ୍ର ଉପରୁ ପରଦା ହଟୁନି

ବଲାଙ୍ଗୀର ଅଫିସ,୨୮।୧୦: ପରକୀୟା ପ୍ରୀତି ପ୍ରଘଟ ଭୟରେ କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରିଥିଲେ ବୋଲି ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଦୀପକ କୁମାର ଖବରଦାତା ସମ୍ମିଳନୀରେ କହିଥିଲେ। ମମିତାଙ୍କୁ ହତ୍ୟା ଲାଗି ଗୋବିନ୍ଦ ସୁଚିନ୍ତିତ ଯୋଜନା କରିଥିବା କହିଥିଲେ। ଏହି ଷଡଯନ୍ତ୍ରରେ ଗୋବିନ୍ଦ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ (ରାଧେ) ସାମିଲ ଥିବା ଉଲ୍ଲେଖ କରିଥିଲେ। ଏପରି କି ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଇଥିବା ଜେସିବି ଡ୍ରାଇଭର ପୁସ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଡୀଙ୍କୁ ରାଜସାକ୍ଷୀ କରାଯାଇଛି। ଏହି ଘଟଣାରେ ଗୋବିନ୍ଦ ଓ ରାଧେ ସମ୍ପୃକ୍ତ ଥିବାରୁ ଉଭୟଙ୍କୁ ଗିରଫ କରାଯାଇଛି। ଏଥିରେ ଅନ୍ୟ କାହାରି ସାମିଲ ନାହିଁ ବୋଲି ଡିଆଇଜି ଦୀପକ କୁମାର କହିଥିଲେ।
ମମିତା ହତ୍ୟା ଘଟଣାରେ ପରକୀୟା ପ୍ରୀତି ପ୍ରଘଟ ଭୟ ହିଁ ଏହାର କାରଣ ବୋଲି ପୋଲିସ କହୁଥିବାବେଳେ ଏନେଇ ସବିଶେଷ ସୂଚନା ଦେଇନାହିଁ। ଗୋବିନ୍ଦଙ୍କ କେଉଁ ପରକୀୟା ପ୍ରୀତି ବିଷୟରେ ମମିତା ଜାଣିଥିଲେ, ଏପରି କ’ଣ ପ୍ରଘଟ ହୋଇଗଲେ ଗୋବିନ୍ଦ ଅସୁବିଧାରେ ପଡୁଥିଲେ ସେନେଇ ମଧ୍ୟ ପୋଲିସ ସୂଚନା ଦେଇନାହିଁ। ମମିତା କେବଳ ଗୋବିନ୍ଦଙ୍କ ବିଷୟରେ ଜାଣିଥିଲେ ନା’ ଆଉ କାହା ସମ୍ପର୍କରେ ଜାଣିଥିଲେ ଏଭଳି ଅନେକ ଦିଗ ଏବେବି ରହସ୍ୟାବୃତ୍ତ ହୋଇ ରହିଯାଇଛି। ଟିଟିଲାଗଡ଼ ବାରାକ୍‌ରେ ପୋଲିସ ସୁରକ୍ଷା ବଳୟରୁ ପ୍ରାୟ ୪୦ଘଣ୍ଟା ପାଇଁ ଗୋବିନ୍ଦ ଫେରାର ହେବା ଓ ପରେ ଆଖୁ କିଆରିରୁ ଗିରଫ ହେବା ବି ଏକ ସୁପରିକଳ୍ପିତ କାହାଣୀ ଭଳି ମନେହେଉଛି। ଅପରାଧର ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଗୋବିନ୍ଦଙ୍କୁ ଭରପୂର ସୁଯୋଗ ଦିଆଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ମନେ ହେଉଛି। ଗତ ଅଗଷ୍ଟ ମାସରେ ଗୋବିନ୍ଦ ମମିତାଙ୍କ ଗଁା ଝରଣୀ ଯାଇ ତାଙ୍କ ଘରେ ଭେଟି ଆଲୋଚନା କରିଥିଲେ। ଏହାପରେ ଗତ ସେପ୍ଟେମ୍ବର ୨୦ ଓ ୨୧ ଦୁଇଦିନ ମମିତା ଘରୁ ମହାଲିଙ୍ଗ ଯାଉଛି କହି ବାହାରିଥିଲେ। ସେଠାରୁ ଫେରିବା ପରେ ମମିତାଙ୍କ ପରିବାର ଲୋକେ କିଛି ସନ୍ଦେହଜନକ ବିଷୟ ଜାଣିଥିଲେ କି ସେନେଇ ମଧ୍ୟ କିଛି ସ୍ପଷ୍ଟ ହେଉ ନାହିଁ। ଏପରି କି ମମିତାଙ୍କ ଲାପ୍‌ଟପ୍‌, ପେନ୍‌ଡ୍ରାଇଭ ଏବଂ ଫୋନ୍‌ରେ ଅନେକ ଆପତ୍ତିଜନକ ଘଟଣାର ପ୍ରମାଣ ଥିବା କଥା ଆଲୋଚନା ହେଉଛି। ପୋଲିସ ମମିତାଙ୍କ ଲାପ୍‌ଟପ୍‌ ନେଇ ତଦନ୍ତ କରିଥିଲେ ମଧ୍ୟ ପେନ୍‌ଡ୍ରାଇଭ ସମ୍ପର୍କରେ ଜାଣି ନ ଥିବା ସୂଚନା ଦେଇଛି। ଏପରି କି ମୋବାଇଲ ସମ୍ପର୍କରେ କିଛି ଜାଣି ନ ଥିବା କହୁଛି। ଯେଉଁ କଥା ପାଇଁ ମମିତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ସେହି ବିଷୟଟି କେତେ ଗମ୍ଭୀର ତାହା ଏପର୍ଯ୍ୟନ୍ତ ପୋଲିସ ଠିକ୍‌ କରି କହୁନାହିଁ।
ମହାଲିଙ୍ଗ କଲେଜକୁ ବଡ଼ବଡ଼ିଆ ନେତାମନ୍ତ୍ରୀ ଆସୁଥିଲେ। ଅଭିଯୁକ୍ତ ଗୋବିନ୍ଦଙ୍କ ସହ ସେମାନଙ୍କ ଘନିଷ୍ଠ ସମ୍ପର୍କ ଥିଲା। ପାୱାର କରିଡର ଭିତରେ ଥିବା ଗୋବିନ୍ଦ ପରକୀୟା ପ୍ରୀତି ପ୍ରଘଟ ଘଟଣାରେ ଭୟଭୀତ ହୋଇ ଏତେବଡ଼ ହତ୍ୟାକାଣ୍ଡ ଯୋଜନା ରଚିଲେ ନା ଏହା ଭିତରେ ଆଉ କିଛି ଗମ୍ଭୀର ରହସ୍ୟ ରହିଛି ତାକୁ ପୋଲିସ ଉନ୍ମୋଚନ କରୁ ନାହିଁ। ପୋଲିସର ଏଭଳି କାର୍ଯ୍ୟଧାରା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହି ଘଟଣାକୁ କେବଳ ଅପହରଣ ଓ ହତ୍ୟାରେ ସୀମିତ କରିଦେଇ ଅନ୍ୟଦିଗକୁ ଲୁଚାଇ ଦେଇ ପ୍ରମାଣ ନଷ୍ଟ କରାଯାଉଥିବା ଅଭିଯୋଗ ହେଉଛି। କିଛି ଲୋକଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରତିପକ୍ଷ ରାଜନୈତିକ ଦଳଗୁଡ଼ିକ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ନୀରପେକ୍ଷ ସଂସ୍ଥା କିମ୍ବା ସିବିଆଇ ତଦନ୍ତ ଜିଦ୍‌ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଗ ଓବିସିଙ୍କୁ ସଂରକ୍ଷଣ ଦିଅ, ପରେ ନିର୍ବାଚନ’

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପଛୁଆବର୍ଗ ତଥା ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଉ। ତା’ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବାକୁ...

୨ ଲିଜ୍‌ଧାରୀଙ୍କୁ ୩୬ କୋଟିରୁ ଊର୍ଦ୍ଧ୍ୱ କ୍ଷତିଭରଣା ନିର୍ଦ୍ଦେଶ

ବାରିପଦା ଅଫିସ,୨ା୯:ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଏବଂ ପରିବହନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)...

ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ

ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି।...

ପୂରଣ ହେଲାନି ମାଛ ଝୋଳ ଖାଇବା ଇଚ୍ଛା

ନନ୍ଦପୁର,୧୧ା୩ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପଡ଼ଇସିଂହ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀଘାଟକୁ ଗୁରୁବାର ୨ ଜଣ ନାବାଳିକା...

ରାଜ୍ୟରୁ ଆଉ ୪୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩,୧୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି।...

ସହାୟତା ଅପେକ୍ଷାରେ ପବିତ୍ରଙ୍କ ପରିବାର

ନିରାକାରପୁର,୨୦ା୧(ଡି.ଏନ୍‌.ଏ.): ଦିନ ଥିଲା ରାଜନେତାଙ୍କଠାରୁ ଆରମ୍ଭ କରି ବଣିକ ସଂଘ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଥିଲେ ନିରାକାରପୁର ପଞ୍ଚାୟତର ପବିତ୍ର ମୋହନ ସାହୁ ଓରଫ ପବି।...

ଚାକିରି ଲୋଭ ଦେଖାଇ ଠକେଇ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ବଡ଼ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ। ଚାକିରି...

ଖଇରାରେ କର୍ନାଟକ ପୋଲିସ

ଖଇରା, ୬।୧୨(ଡି.ଏନ.ଏ.)-କର୍ନାଟକ ଓ ପଶ୍ଚିମବଙ୍ଗ ସିବିଆଇର ଏକ ମିଳିତ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ଖଇରା ଥାନାରେ ପହଞ୍ଚିଛନ୍ତି। ୨ଜଣ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ଟିମ୍‌ ଖଇରାରେ ପହଞ୍ଚିବା...

Advertisement
Archives

Model This Week