Posted inଖେଳ

ସମୁଦ୍ର ମଝିରେ ଗର୍ଲଫେଣ୍ଡଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୧।୧୧: ଟି -୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି। ଏହାର କିଛି ଦିନ ପରେ ଇଂଲଣ୍ଡ କ୍ରିକେଟର ସାମ ବିଲିଙ୍ଗସ ତାଙ୍କ ଗର୍ଲଫ୍ରେଣ୍ଡ ସାରା କେଣ୍ଟଲିଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି -୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଖେଳିଥିବା ବିଲିଙ୍ଗସ ସମୁଦ୍ର ମଝିରେ ସାରାଙ୍କୁ ମୁଦି ପିନ୍ଧାଇଥିଲେ। ବିଲିଙ୍ଗ୍ସଙ୍କ ପ୍ରେମିକା ସାରା ଜଣେ ଟେନିସ ଖେଳାଳି। ସେ ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ଜିତିଛନ୍ତି । ସେ ସାଇକୋଲୋଜିରେ ସ୍ନାତକ ମଧ୍ୟ କରିଛନ୍ତି। ସାମ ବିଲିଙ୍ଗସ ଏବଂ ସାରା କେଣ୍ଟଲି ମାଲଦ୍ୱୀପର ସମୁଦ୍ର କୂଳରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ବିଲିଙ୍ଗସ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଥିଲେ। ଫଟୋରେ ସାରା ହାତରେ ନିର୍ବନ୍ଧ ମୁଦି ଦେଇଥିବା ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନ ଲେଖିଛନ୍ତି ଯେ ଆଗାମୀ ଶ୍ରୀମତୀ ବି। ମୁଁ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି।
ଟି -୨୦ ବିଶ୍ୱକପରେ ବିଲିଙ୍ଗସ କେବଳ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ।
ଟୁର୍ନାମେଣ୍ଟ ପୂର୍ବରୁ ଖେଳାଯାଇଥିବା ଦୁଇଟି ୱାର୍ମ ଅପ ମ୍ୟାଚରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ ୨୭ ସ୍କୋର କରିଥିବାବେଳେ ଭାରତ ବିପକ୍ଷରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ। ବିଲିଙ୍ଗସ ଇଂଲଣ୍ଡ ପାଇଁ ୨୫ଟି ଦିନିକିଆ ଏବଂ ୩୩ଟି -୨୦ ଖେଳିଛନ୍ତି । ତାଙ୍କ ନାମରେ ୬୦୭ଟି ଦିନିକିଆ ରନ ଏବଂ ୪୧୭ଟି -୨୦ ରନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଆରମ୍ଭ ଦେଲେ ରୋହିତ – କୋହଲି

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ଟି୨୦ ମ୍ୟାଚରେ ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଅଧିନାୟକ ବିରାଟ କୋହଲି ଏବଂ...

ଇତିହାସ ରଚିଲେ ନିଖତ

ନୂଆଦିଲ୍ଲୀ,୨୦।୫: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଥାଇଲ୍ୟାଣ୍ଡର ଜିତପୋଙ୍ଗ ଜୁତାମସ୍‌ଙ୍କୁ ପରାସ୍ତ କରି ଭାରତୀୟ ବକ୍ସର ନିଖତ ଜରିନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୫୨...

ବୋପାନ୍ନା-ଶାପୋଭାଲୋଭ କ୍ୱାର୍ଟରରେ

ରୋଟରଡାମ୍‌, ୧୨।୨ (ପି.ଟି.): ଭାରତୀୟ ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନେଦରଲାଣ୍ଡ୍ସରେ ଚାଲିଥିବା ରୋଟର୍‌ଡାମ ଓପନ୍‌ ପ୍ରତିଯୋଗିତାର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ...

ଏଥର ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ

ବେଙ୍ଗାଲୁରୁ, ୧୨।୨: ଆଇପିଏଲ୍‌-୨୦୨୨ରେ ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ପ୍ରଥମଥର ଆଇପିଏଲ୍‌ରେ ଅଲଗା ଅଲଗା ଟିମ୍‌ ପକ୍ଷରୁ ଖେଳିବେ।...

ମୋ ସ୍ତ୍ରୀ ମତେ ଛାଡ଼ପତ୍ର ଦେଇଦେବେ, କାହିଁକି ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ମୁମ୍ବାଇ,୧୨।୪: ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଧିନାୟକ ରିକି ପଣ୍ଟିଂ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର...

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା...

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ...

ଟ୍ରାକ୍‌ରୁ ଦୂରେଇ ଗଲେ ଉସେନ ବୋଲ୍ଟଙ୍କୁ ହରାଇଥିବା ଧାବକ

ଲସ୍‌ ଏଞ୍ଜେଲସ୍‌,୧୧।୨: ଆମେରିକାର କିମ୍ବଦନ୍ତୀ ଧାବକ ଜଷ୍ଟିନ ଗାଟଲିନ ଗୁରୁବାର ଆଥ୍‌ଲେଟିକ୍ସରୁ ସନ୍ନ୍ୟାନ ଘୋଷଣା କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସେ କିମ୍ବଦନ୍ତୀ ଧାବକ ଉସେନ...

Advertisement
Archives

Model This Week