Posted inଖେଳ

ପାକିସ୍ତାନରେ ମନ୍ଦିର ଭଙ୍ଗାରୁଜା ଭିଡିଓ ଶେୟାର କଲେ ଏହି କ୍ରିକେଟର୍‌: ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ

ଇସଲାମାବାଦ୍‌,୨୨।୧୨: ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର ମାମଲା ପୁଣି ସାମ୍ନାକୁ ଆସିଛି। ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଏହା ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି। ଧାର୍ମିକ ସ୍ବାଧୀନତା ରକ୍ଷା କରିବାକୁ କାନେରିଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ କରିଛନ୍ତି। ପାକିସ୍ତାନ ପାଇଁ ଖେଳିବାର ସୁଯୋଗ ପାଇଥିବା ଅଳ୍ପ କେତେକ ହିନ୍ଦୁ କ୍ରିକେଟରଙ୍କ ମଧ୍ୟରୁ କାନେରିଆ ଅନ୍ୟତମ। ପାକିସ୍ତାନ ପାଇଁ ୬୧ ଟେଷ୍ଟ ମ୍ୟାଚ ଖେଳିଥିବା କାନେରିଆ ବୁଧବାର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓଟି ଏକ ମନ୍ଦିରର ଅଟେ। ଏଥିରେ ମନ୍ଦିର ଭିତରେ ଭଙ୍ଗାରୁଜା କରାଯାଇଛି ଏବଂ ମୂର୍ତ୍ତି ମଧ୍ୟ ନଷ୍ଟ ହୋଇଯାଇଛି।
୪୧ ବର୍ଷର କାନେରିଆ ତାଙ୍କକୁ ପୋଷ୍ଟରେ ଲେଖିଛନ୍ତି, କରାଚି ମଝିରେ। ଧାର୍ମିକ ସ୍ବାଧୀନତାକୁ ସାଂଘାତିକ କରିବା ଉଚିତ୍‌ ନୁହେଁ। ଏହା ପାକିସ୍ତାନକୁ ଅସମ୍ମାନ କରୁଛି। ମୁଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି। କାନେରିଆ ପାକିସ୍ତାନ ପାଇଁ ୭୯ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି। ଏଥିମଧ୍ୟରେ ୬୧ଟି ଟେଷ୍ଟ ଏବଂ ୧୮ଟି ଦିନିକିଆ ଅନ୍ତର୍ଭୁକ୍ତ। ଆନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିବା କାନେରିଆ ତାଙ୍କ ସାଥୀ କ୍ରିକେଟରଙ୍କ ନାଁରେ ଭେଦଭାବ ଅଭିଯୋଗ ଆସିଛି। କାନେରିଆ କିଛି ବର୍ଷ ପୂର୍ବେ ଦାବି କରିଥିଲେ ଯେ ତାଙ୍କର ଅନେକ ସାଥୀ କ୍ରିକେଟରମାନେ ଧର୍ମ ଆଧାରରେ ତାଙ୍କୁ ଭେଦଭାବ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଜାନ ପାପିକ୍‌ ଟିଟି’ର ନୂଆ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୨୩ା୭ (ପି.ଟି.)-କାନାଡାର ଡେଜାନ୍‌ ପାପିକ୍‌ ଜାତୀୟ ଟେବୁଲ ଟେନିସ (ଟିଟି) ଦଳର ନୂଆ ମୁଖ୍ୟ କୋଚ୍‌ ହେବେ। ମଙ୍ଗଳବାର ତାହା ସ୍ପଷ୍ଟ ହୋଇଛି। ସ୍ପୋଟର୍‌ସ...

ଜୁନିୟର ଆଥଲେଟ୍‌ଙ୍କ ପାଇଁ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌

ନୂଆଦିଲ୍ଲୀ, ୪।୭(ପି.ଟି.)-ଜୁନିୟର ଆଥଲେଟ୍‌ଙ୍କ ପାଇଁ ଦେଶରେ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ) ଆରମ୍ଭ ହେବ। ୨୦୨୮ ସୁଦ୍ଧା ଅଲିମ୍ପିକ୍‌ ଚାମ୍ପିୟନ ସୃଷ୍ଟି କରିବା ମୁଖ୍ୟ...

୭ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ

କେପ୍‌ଟାଉନ୍‌,୧୩।୨: ମହିଳା ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି...

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ କୋହଲି, ସଚିନ

ନୂଆଦିଲ୍ଲୀ,୧୦।୩- ଭାରତୀୟ କ୍ରିକେଟ ଜଗତ ମଙ୍ଗଳବାର ହୋଲି ଅବସରରେ ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟୁଇଟ୍‌ କରିଛନ୍ତି। ସୁରକ୍ଷିତ ଭାବେ ହୋଲି...

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ କମାଲ: କେକେଆର ଆଗରେ ଛିଡ଼ା କଲେ ୨୦୫ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୮।୪: ଚେନ୍ନାଇ ପିଚ୍‌ରେ ଅନ୍ୟ ଦଳଗୁଡ଼ିକୁ ୧୫୦ ରନ୍‌ କରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ସମାନ ପିଚ୍‌ରେ ଆରସିବି ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ...

ପଡିଆରେ ଏହି କ୍ରିକେଟର୍‌ଙ୍କୁ ଚାପୁଡା ମାରିଲେ ରୋହିତ ଶର୍ମା

ଚେନ୍ନାଇ,୧୫।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏକ ମଜାଦାର ଘଟଣା ଘଟିଥିଲା । ଦ୍ୱିତୀୟ ଦିନରେ ଭାରତର...

ଅଲିଭା ସ୍ବାକ୍ଷର ଛାଡ଼ିଗଲେ ‘କଳ୍ପନା’

(ରତନ ନାୟାର) ଢେଙ୍କାନାଳ ଅଫିସ, ୩।୬:  ପିଲାଟି ଦିନରୁ ଦୁଃସାହସୀ ଥିଲେ କଳ୍ପନା। ପିଲାବେଳୁ ଏଭରେଷ୍ଟ ଶିଖର ଛୁଇଁବା ସ୍ବପ୍ନ ଦେଖିଥିଲେ ସେ। ଏହି ଇଚ୍ଛା ପୂରଣ...

୨ ଆଙ୍ଗୁଠି ଭାଙ୍ଗିବା ସତ୍ତ୍ୱେ ୪୯ ଓଭର ବୋଲିଂ କରି ଦଳକୁ ବିଜୟ ଦେଲେ ଏହି ବୋଲର୍‌

ମାଉଣ୍ଟ ମୁଙ୍ଗାନୁଇ,୩୧।୧୨: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନିଲ ୱାଗନରଙ୍କ ସାହସକୁ ପ୍ରଶଂସା କରିଛନ୍ତି କିଓ୍ବି ଅଧିନାୟକ କେନ ୱିଲିୟମସନ ଏବଂ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ।...

Advertisement
Archives

Model This Week