Posted inଖେଳ

ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍‌

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ପୂର୍ବରୁ ଏକଦିବସୀୟ ଏବଂ ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି। ଥରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଏକ ଫଟୋ ଶେୟାର କରି ଚର୍ଚ୍ଚାକୁ ସଇନି। ତେବେ ସଇନି ଯାହାଙ୍କ ପ୍ରେମରେ ପାଗଳ ସେ ହେଉଛନ୍ତି ପୂଜା ବିଜାର୍ନିଆ। ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭର କିଛି ଅଂଶ ଦାନ କରିଥିଲେ ପୂଜା। ୨୦୧୭ରେ ଡାକ୍ତର ଭୂଷଣ ଶ୍ରୀବାସ୍ତବ ପୂଜାଙ୍କ ଲିଭର ତାଙ୍କ ପିତାଙ୍କଠାରେ ସଫଳ ପ୍ରତିରୋପଣ କରିଥିଲେ। ପିତାଙ୍କ ଚିକିତ୍ସା ପାଇଁ ପୂଜାଙ୍କ ପରିବାର ସମ୍ପତ୍ତି ବିକି ଦେଇଥିଲେ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ ଡାକ୍ତ ଭୂଷଣ ଶ୍ରୀବାସ୍ତବ। ଯାହା ସେ ସମୟରେ ଭାଇରାଲ ହୋଇଥିଲା। ପୂଜା ସ୍ପୋଟର୍ସ ମ୍ୟାନେଜମେଣ୍ଟ କୋର୍ସ ମଧ୍ୟ କରିଛନ୍ତି। ନବଦୀପଙ୍କୁ ସେ ଗତ ୨-୩ବର୍ଷ ହେବ ଡେଟିଂ କରୁଛନ୍ତି।
ନବଦୀପ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ପ୍ରତିଭା ରହିଛି। ସେ ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଛନ୍ତି। ସେ ମଧ୍ୟ ଫିଟ ଅଛନ୍ତି। ଖୁବ କମ ବୋଲର ଅଛନ୍ତି ଯେଉଁମାନେ ୧୫୦ କିମ୍ବା ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି। ତେଣୁ ତାଙ୍କ ସମ୍ମୁଖରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ। ଦୁଇବର୍ଷ ତଳେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀରଙ୍କୁ ପ୍ରଶଂସା କରିଥିଲେ। ନିଜ ସଫଳତାର ଶ୍ରେୟ ସେ ଗମ୍ଭୀରଙ୍କୁ ଦେଇଥିଲେ। ମୁଁ କିଛି ନ ଥିଲି, ଗମ୍ଭୀର ଭାଇ ମୋ ପାଇଁ ସବୁକିଛି କରିଛନ୍ତି ବୋଲି ସଇନି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ...

ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ଶାହିଦ୍‌ ଆଫ୍ରିଦ୍‌ ହେବା ନେଇ ଚର୍ଚ୍ଚା, ୟୁଜର୍ସ କହିଲେ ପିଓକେକୁ ବି ଭାରତକୁ ଦେଇଦେବେ

ଇସାଲାମାବାଦ,୧୬।୯: ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍‌ ଆଫ୍ରିଦ୍‌ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉଠିଛି। ଗତକିଛି ଦିନ ହେବ ସେ କଶ୍ମୀର ପ୍ରସଙ୍ଗ...

ଜାଡେଜାଙ୍କୁ ପ୍ରଶଂସା କଲେ ଜାମନଗର ମହାରାଜ

ଜାମନଗର, ୧୫।୭: ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ୭୭ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।...

ସାଫାକ୍‌ ୬ ବର୍ଷ ବାସନ୍ଦ

କାବୁଲ, ୧୧ା୫ (ପି.ଟି.)-ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବିି) ଉଇକେଟକିପର ବ୍ୟାଟ୍ସମ୍ୟାନ ସାଫିକୁଲ୍ଲା ସାଫାକ୍‌ଙ୍କୁ ୬ ବର୍ଷ ବାସନ୍ଦ କରିଛି। ଏହି ଖେଳାଳି ଉଭୟ ଆଫଗାନିସ୍ତାନ ପ୍ରିମିୟର...

ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଲାଗି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ...

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ...

ଅଙ୍କିତାଙ୍କ ପ୍ରଥମ ବିଜୟ

ମେଲବୋର୍ନ, ୧୫ା୨ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଅଙ୍କିତା ରାଇନା ଏକ ଡବ୍ଲ୍ୟୁଟିଏ ଟୁର୍‌ର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। ଏଠାରେ...

Advertisement
Archives

Model This Week