ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଅଙ୍କକଷା

ନବରଙ୍ଗପୁର,୧୭।୧:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ। ଏବେଠୁ ନେତା ଗଡ଼ ଜଗିବା ଆରମ୍ଭ କଲେଣି। ବିଶେଷ ଭାବେ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ପଦ ଅକ୍ତିଆର କରି ଅଧ୍ୟକ୍ଷ ପଦ ଦଖଲ ପାଇଁ ଭାଜପା, କଂଗ୍ରେସ ଓ ବିଜେଡି ରଣକୌଶଳ ଆରମ୍ଭ କରିଛନ୍ତି। ବିଜେଡି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ରହିଥିବା ବେଳେ କଂଗ୍ରେସ ୨୬ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତ କରି ରାଜ୍ୟକୁ ପଠାଇଛି। ଭାଜପା ଏବେ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ। ପୂର୍ବରୁ ନବରଙ୍ଗପୁର ଜିଲା କଂଗ୍ରେସର ଗଡ ଭାବେ ପରିଚିତ ଥିଲା। ଏବେ ଆଉ ସେହି ଗଡ ନାହିଁ। ଅନେକ ବରିଷ୍ଠ ନେତାଙ୍କ ବିୟୋଗ ଓ ଦଳର ଟାଣୁଆ ନେତା ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ବିଜେଡିରେ ଯୋଗଦେଲେ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ଦଳ ମିଶ୍ରଣ ପର୍ବ ମାଧ୍ୟମରେ ଯୋଗ ବିୟୋଗ ଚଳାଇଛନ୍ତି।
୨୦୧୨ ଓ ୨୦୧୭ ନିର୍ବାଚନରେ ବିଜେଡି ବାଜିମାତ କରି ଜିଲା ପରିଷଦ ଆସନ ଅକ୍ତିଆର କରିଥିଲା। ଏଥର ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ଅଧ୍ୟକ୍ଷ ପଦ ରହିଥିବାରୁ ତିନି ଦଳ ମଧ୍ୟ ଳଢେଇ ଜୋରଦାର ହେବ। ଭୋଟର ପ୍ରାର୍ଥୀଙ୍କ ସହ ଦଳକୁ ଦେଖି ତାଙ୍କ ଅଧିକାର ସାବ୍ୟସ୍ତ କରିବେ। ବିଜେଡିରୁ ବରିଷ୍ଠ ନେତା କାଦମ ମାଦାନୀ ଭାଜପାରେ ଯୋଗଦେବା ପରେ ଏହାର କିଛି ପ୍ରଭାବ ଦଳ ଉପରେ ପଡିବ। ସେହିଭଳି ଝରିଗାଁ ନିର୍ବାଚନମଣ୍ଡଳୀରୁ ଅନେକେ ଦଳ ଛାଡି କଂଗ୍ରେସରେ ଯୋଗଦେବା ପରେ ବିଜେଡି ପାଇଁ କିଛି ଅଡୁଆ ସୃଷ୍ଟି ହେବ। କଂଗ୍ରେସ ଜଙ୍ଗଲ ଜମି ସ୍ବତ୍ୱାଧିକାର, ଆଦିବାସୀଙ୍କ ମୌଳିକ ସୁବିଧା, ମଦ ବିରୋଧ, ଚାଉଳ ଦୁର୍ନୀତି, ନାରୀ ନିର୍ଯାତନା, ସ୍ବାସ୍ଥ୍ୟସେବା, ସାର ଯୋଗାଣ ଆଦିକୁ ନିର୍ବାଚନୀ ପ୍ରସଙ୍ଗ କରିବ। ବିଜେଡି ଶ୍ରମିକ, ପଡିକାର୍ଡ ହିତାଧିକାରୀଙ୍କୁ ଆର୍ଥତ୍କ ସହାୟତା, ଆବାସ ମରାମତି ପାଇଁ ସହାୟତା, ବିଜୁ ସ୍ବାସ୍ଥ୍ୟକାର୍ଡ ଭଳି ଅନେକ ଜନକଲ୍ୟାଣ ଯୋଜନା ଉପରେ ପ୍ରଚାର କରିବ। ରାଇଘର ବ୍ଲକରେ ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ୧୦କୋଟି ଟଙ୍କାର ଦୁର୍ନୀତି ଆଣି ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଭାଜପା ଏହାକୁ ସ୍ବାଗତ କରିବା ସହ କେବଳ ରାଇଘର ବ୍ଲକରେ ନୁହେଁ ଜିଲାରେ ଏଭଳି ଅନେକ ସ୍ଥାନରେ ଦୁର୍ନୀତି ହୋଇଛି ବୋଲି ପାଲଟା ବିଜେଡିକୁ ଟାର୍ଗେଟ କରିଥିଲା। ଜିଲାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ୩ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଭାଜପା କହିଛି। ଦୁଇ ଦଳର ଆରୋପ ପ୍ରତ୍ୟାରୋପରେ କଂଗ୍ରେସ ଫାଇଦା ନେବ ବୋଲି ଜଣାପଡୁଛି। ଭାଜପା କେନ୍ଦ୍ରୀୟ ଯୋଜନା, ଆବାସ ଯୋଜନାରେ ମଧ୍ୟସ୍ଥଙ୍କ ଦ୍ୱାରା ଟଙ୍କା ହଡପ, ଏମଜିଏନଆର୍‌ଇଜିଏସ୍‌ରେ ଶ୍ରମିକଙ୍କ ଟଙ୍କା ହଡପ ଘଟଣାକୁ ପ୍ରସଙ୍ଗ କରିବ।
ବିଜେଡିରେ ଜିଲା ପରିଷଦ ଓ ସମିତି ସଭ୍ୟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ରହିଛି। କୌଣସି ଆଶାୟୀ ଦଳରୁ ଟିକଟ ନ ପାଇଲେ ଭୋଟ ବିଭାଜନ ସମ୍ଭାବନା ରହିଛି। ଦଳ ମଧ୍ୟରେ ନେତାକୁ ନେଇ ଗୋଷ୍ଠୀ କନ୍ଦଳ ମଧ୍ୟ ଭୋଟ ବିଭାଜନର କାରଣ ସାଜିବ। ସେବା ମନୋଭାବ ଓ ପ୍ରତ୍ୟେକ ଗୋଷ୍ଠୀ ସହ ସୁସମ୍ପର୍କ ରହିଥିବା ପ୍ରାର୍ଥୀଙ୍କ ପଲା ଭାରି ରହିବ। ଫେବୃୟାରୀ ୧୬ରୁ ଜିଲାର ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ୫ଟି ଜୋନ, ୧୮ରେ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୪ ଜିଲାପରିଷଦ ଜୋନ, ୨୦ରେ କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକର ୫ଟି ଜୋନ, ୨୨ରେ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକର ୫ ଜିଲାପରିଷଦ ଜୋନ ପାଇଁ ମତଦାନ ହେବ। ୨୪ ତାରିଖରେ ଉମରକୋଟ ଓ ରାଇଘର ବ୍ଲକରେ ୭ ଜିଲାପରିଷଦ ପାଇଁ ଭୋଟ ହେବ। ଗତ ନିର୍ବାଚନରେ ଉମରକୋଟ ଓ ରାଇଘର ବ୍ଲକରେ ବିଜେଡିକୁ ନିରାଶ ହେବାକୁ ପଡିଥିବା ବେଳେ ଏଠାରେ ୫ମ ପର୍ଯ୍ୟାୟରେ ମତଦାନ ହେବ। ବିଜେଡି ଭାଜପାଗଡ଼କୁ ଅକ୍ତିଆର କରିବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri