ପାଇପ୍‌ଲାଇନ ପାଇଁ ପକ୍କାରାସ୍ତା ଖୋଳିଦେଲା ଠିକା କମ୍ପାନୀ

ଦାରିଙ୍ଗବାଡି,୨୨/୧(ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଠାରୁ ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତାକୁ ପାଇପ ବିଛାଇବା ପାଇଁ ଖୋଳି ଦିଆଯାଇଛି। ରାସ୍ତାଖୋଳାକୁ ତେରବାଡି, ଡାବୁଲୁମାହା, କାଡ଼ସପାଟା ଗ୍ରାମବାସୀ ବିରୋଧ କରିଛନ୍ତି।
ଶ୍ରାନିକେତା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଇପ ଯୋଗେ ସରକାର ଜଳ ଯୋଗାଣ କରିବା ପାଇଁ ଏକ ମେଗା ପ୍ରକଳ୍ପରେ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଇପ ବିଛାଉଛନ୍ତି । ଡାବୁଲୁମାହା ଠାରୁ ପର୍ତ୍ତମାହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ପରଠାରୁ ମରାମତି କିମ୍ବା ରକ୍ଷଣବେକ୍ଷଣ କରାଯାଇ ନ ଥିବା ବେଳେ ରାସ୍ତାର ଦୁଇ ପାର୍ଶରୁ ମାଟି ଧୋଇ ଖାଲଖମା ହୋଇଛି । ଏବେ ସେହି ରାସ୍ତା ଖୋଳାଯାଇ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଉଛି। ଫଳରେ ପୂର୍ବ ଅପେକ୍ଷା ରାସ୍ତା ଆହୁରି ଶୋଚନୀୟ ହୋଇପଡିଛି। ଗ୍ରାମବାସୀ ଉକ୍ତ ରାସ୍ତା ଖୋଳାକୁ ପ୍ରତିବାଦ କରିବାରୁ ଠିକା ସଂସ୍ଥାର କର୍ମଚାରୀମାନେ ତାଙ୍କର ବିଭାଗୀୟ ଅନୁମତି ରହିଥିବା କହି ଖୋଳି ପାଇପ ବିଛାଇ ଆଉ ଭଲରେ ପୋତିନାହାନ୍ତି। ଯଦ୍ଦ୍ବାରା ଯାତାୟାତରେ ଗ୍ରାମବାସୀ ବହୁତ ହଇରାଣ ହେଉଛନ୍ତି। ଏ ନେଇ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂଙ୍କୁ ପଚାରିବାରୁ ସେ ରାସ୍ତା ଖୋଳି ପାଇପ ବିଛାଇବାକୁ କାହାରିକୁ ଅନୁମତି ଦେଇନାହାନ୍ତି, ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ସୂଚନା ଯୋଗ୍ୟଯେ ୫୯ ନଂ ଜାତୀୟ ରାଜପଥ ର ଡାବୁଲୁମାହା ଠାରୁ ତେରବାଡି, କାଡସପାଟା, ପର୍ତ୍ତମାହା, କୋଟଗଡ଼ ବ୍ଲକ ପକାରୀ, ରାଣିପାଙ୍ଗା ଯାତାୟାତ ପାଇଁ ଏକ ମାତ୍ର ରାସ୍ତା। ଦୈନିକ ଶତାଧିକ ଯାତ୍ରୀ ବିଭିନ୍ନ ଗାଡିରେ ଯାତାୟତ କରୁଛନ୍ତି। ତେଣୁ ରାସ୍ତା ଉପରେ ପାଇପ ନ ନେଇ ବିଲ ଭିତରେ ଓ ରାସ୍ତା ଠାରୁ ବହୁ ଦୂରରେ ପାଇପ ବିଛାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?