Posted inଜାତୀୟ

୧୫ରେ କୃଷକ ଅଧିକାର ଦିବସ ପାଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୯।୧: କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାନୁୟାରୀ ୧୫ରେ କୃଷକ ଅଧିକାର ଦିବସ ପାଳନ କରିବାକୁ କଂଗ୍ରେସ ପକ୍ଷରୁ ଷୋଷଣା କରାଯାଇଛି। ଏହିଦିନ ଦେଶର ସବୁ ରାଜ୍ୟପାଳଙ୍କ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିବା ବେଳେ କୌଣସି ସମାଧାନ ହୋଇପାରି ନାହିଁ। ଅନ୍ୟପକ୍ଷେ ୧୫ ତାରିଖରେ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଗାମୀ ବୈଠକ ବସିବା ନେଇ ସ୍ଥିର ହୋଇଛି। ଏହିଦିନ କଂଗ୍ରେସ କୃଷକ ଅଧିକାର ଦିବସ ପାଳନ କରିବ। ଶନିବାର ଏନେଇ ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ନେତୃତ୍ୱରେ ଏକ ବୈଠକ ହୋଇଥିଲା। ଏଥିରେ ଦଳର ମହାସଚିବ ବେଣୁଗୋପାଳଙ୍କ ସହ ସମସ୍ତ ପ୍ରଭାରୀ ଓ ମହାସଚିବଙ୍କ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର: କହିଲେ, ସମ୍ମାନିତ ଅନୁଭବ କରୁଛି

ନୂଆଦିଲ୍ଲୀ,୯।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଙ୍କୁ ଭାରତୀୟ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ ବିକ୍ରାନ୍ତ ଉପରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି। ଏଥିସହ ସେ ଆଇଏନ୍‌ଏସ୍‌...

ଏଡ଼ିସି ବ୍ୟାଙ୍କ ମାନହାନି ମାମଲା: ରଣଦୀପ୍‌ ସୁରଜଓ୍ବାଲାଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲାଙ୍କ ଜାମିନ୍‌ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍‌ କୋର୍ଟ...

ମଙ୍ଗଳୟାନର ମିଶନ ଶେଷ

ବେଙ୍ଗାଲୁରୁ, ୩ା୧୦: ଭାରତର ପ୍ରଥମ ମଙ୍ଗଳମିଶନରେ ସାମିଲ ମହାକାଶଯାନ ‘ମଙ୍ଗଳୟାନ’ ଲୋହିତ ଗ୍ରହରେ ଏହାର ମିଶନ ଶେଷ କରିଛି। ମାତ୍ର ୨୦୧୩ରେ ମଙ୍ଗଳୟାନକୁ ଲାଲ ଗ୍ରହର...

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୫ ତୀର୍ଥଯାତ୍ରୀ ମୃତ, ଅନେକ ନିଖୋଜ

ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ...

କେରଳରେ ପ୍ରବଳ ବର୍ଷା: ୩ ମୃତ, ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଥିରୁଭାନନ୍ତପୁରମ୍‌,୨୪ା୭: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ କେରଳର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା...

ଭାକ୍ସିନ୍‌ ପାଇଁ ପଞ୍ଜିକରଣ ଅନାବଶ୍ୟକ, ଟିକାକରଣ କେନ୍ଦ୍ରରେ ପହଞ୍ଚି ନେଇହେବ ଡୋଜ୍‌ …

ନୂଆଦିଲ୍ଲୀ,୨୭।୬: ଏଣିକି ଭାକ୍ସିନ୍‌ ନେବା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣର ଅନାବଶ୍ୟକ। ଲୋକ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିବା ସହିତ ଡୋଜ୍‌ ନେଇପାରିବେ।...

କରୋନାରେ ୩୦ ହଜାର ପିଲା ଅନାଥ

ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍‌ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...

ମୁମ୍ବାଇ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୭: ମହାରାଷ୍ଟ୍ରର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଚେମ୍ବୁର ଏବଂ ଓ୍ବିକ୍ରୋଲି ଅଞ୍ଚଳରେ କେତେକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୭ ଜଣ ଲୋକଙ୍କ ମୃତ୍ୟୁ...

Advertisement
Archives

Model This Week