ଅନ୍ଧାରରେ ସାନଘାଗରା

କେନ୍ଦୁଝର,୭ା୧୧(ସ୍ବ.ପ୍ର.):ଶୀତର ଆଗମନ ସହିତ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସଜବାଜ ହେଉଛି। ତେବେ ରାଜ୍ୟର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ଅବସ୍ଥା ଏ ପର୍ଯ୍ୟନ୍ତ ସୁଧୁରୁ ନାହିଁ। ଏହାର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କିଛି ବର୍ଷ ହେଲା ପରିସର ଅନ୍ଧକାରରେ ରହିଛି। ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଏଥିସହ ଏଠାରେ ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ମିଳୁ ନ ଥିବାରୁ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଯେ, ଏହାର ତଦାରଖ ପାଇଁ ସାନଘାଗରା ଉନ୍ନୟନ କମିଟି ଗଠନ କରାଯାଇଛି। ପର୍ଯ୍ୟଟକ ସାନଘାଗରା ଜଳପ୍ରପାତର ମନୋରମ ଦୃଶ୍ୟ ଦେଖିବା ସହ ଏହାର ସବୁଜିମା ପରିସର ବୁଲି ଭୋଜିଭାତ କରିବାକୁ ଆସିଥାନ୍ତି। ବୋଟିଂର ମଜା ମଧ୍ୟ ଉଠାଇଥାନ୍ତି। ମାତ୍ର ପର୍ଯ୍ୟଟନ କେନ୍ଦ୍ର ପରିସରରେ ଗତ କିଛି ବର୍ଷ ହେଲା ବିଦ୍ୟୁତ୍‌ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିବା ବେଳେ ପରିସରରେ ଲାଗିଥିବା ୬ଟି ସୋଲାର ସିଷ୍ଟମ୍‌ ମଧ୍ୟ କାମ କରୁନି। ଏସବୁ ଯୋଗାଇଥିବା ସଂସ୍ଥା ମରାମତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ଏଠାରେ ଅନ୍ଧକାର ରାଜ୍‌ କରୁଛି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଉକ୍ତ ଅଞ୍ଚଳରେ ହାତୀ ଓ ଅନ୍ୟ ପ୍ରାଣୀଙ୍କ ଚଳପ୍ରଚଳ ରହୁଥିବାରୁ ଅନ୍ଧାରରେ ଅଘଟଣ ଘଟିବା ଆଶଙ୍କା ରହୁଛି। ପାର୍କିଂ ୟାର୍ଡ ମଧ୍ୟ ଅନ୍ଧାର ରହୁଛି। ପରିସରରେ ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଏଥିସହ ଶୁଦ୍ଧ ପାଣି ମିଳୁ ନ ଥିବା ବେଳେ ଶୌଚଳାୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପରିସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ଲକ୍ଷ ଟଙ୍କା ବ୍ୟୟରେ ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଛି। କିନ୍ତୁ ଏହା ଉଦ୍‌ଘାଟନ ହେବା ଦିନଠାରୁ ବନ୍ଦ ରହିଛି। ଉକ୍ତ ପର୍ଯ୍ୟଟନ କେନ୍ଦ୍ରରେ ପ୍ରବେଶ ପାଇଁ ଫି’ ଦେବାକୁ ପଡ଼ିଥାଏ। ଏହା ସହିତ ବୋଟିଂ, ପାର୍କିଂ, ଭୋଜି ଆଦି ପାଇଁ ଫି’ ଆଦାୟ କରାଯାଉଛି। ମାତ୍ର ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ସାନଘାଗରା ଜଳପ୍ରପାତ ହେଉଛି ରାଜ୍ୟ ପ୍ରସିଦ୍ଧ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି। ଆଗରୁ ଏହାର ରକ୍ଷଣାବେକ୍ଷଣ ତଥା ଏଣ୍ଟ୍ରି ଫି’ ଆଦାୟ ପାଇଁ ଟେଣ୍ଡର କରାଯାଉଥିଲା। କିନ୍ତୁ ଟେଣ୍ଡର ବ୍ୟବସ୍ଥାକୁ ବନ୍ଦ କରି ନିଜେ ପ୍ରଶାସନ ଦାୟିତ୍ୱ ନେଉଥିବାରୁ ରାଜସ୍ବ ଆଦାୟ କମିବା ସହ ପର୍ଯ୍ୟଟକଙ୍କ ସମସ୍ୟା ବଢୁଛି ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି।
ନେଇ ଉପଜିଲାପାଳ ତଥା ସାନଘାଗରା ଉନ୍ନୟନ କମିଟିର ସଭାପତି ରାମଚନ୍ଦ୍ର କିସ୍କୁ କହିଛନ୍ତି ଯେ, ବିଦ୍ୟୁତ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷାକୁ ଧ୍ୟାନ ଦିଆଯାଉଛି। ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କୁହନ୍ତି, ସେ ନିଜେ ଯାଇ ବିଦ୍ୟୁତ୍‌ ଓ ସୋଲାର ଲାଇଟ୍‌ ମରାମତି କରିବା ପାଇଁ ପଦକ୍ଷେପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?