ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସିମ୍ପାଞ୍ଜି ଏକ ଉଚ୍ଚ ପୋଲର ଏକ ପାର୍ଶ୍ୱରେ ଚାଲୁଥିବା ଦେଖିବାକୁ ମିଳୁଛି। ସିମ୍ପାଞ୍ଜିଟି ଭାରସାମ୍ୟ ରକ୍ଷା କରି ଚାଲୁଥିବା ବେଳେ ନାଚୁଥିବା ଭଳି ମନେ ହେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Seems his account has been verified by Twitter pic.twitter.com/qvYxv9BUhT
— Susanta Nanda IFS (@susantananda3) June 11, 2021