ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। ତେବେ ଖଣି ସମୃଦ୍ଧ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଖଜୁରିବାଣୀ ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହାର ବିପରୀତ ଚିତ୍ର। ବିଦ୍ୟାଳୟରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ପିଲାମାନେ ସ୍ନାନଶୌଚାଦି କାର୍ଯ୍ୟ ପାଇଁ ବିପଦପୂର୍ଣ୍ଣ ଜଙ୍ଗଲ ପରିବେଶରେ ଥିବା ନାଳକୁ ଯାଉଛନ୍ତି। ପ୍ରଥମରୁ ଶିକ୍ଷକ ମରୁଡ଼ି ସମସ୍ୟାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବେଳେ ଏବେ ଜଳ ପାଇଁ ପିଲାଏ  ଜଙ୍ଗଲମୁହାଁ  ହେବା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳନାରେ ଥିବା ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୩୫୦ ଆଦିବାସୀ ପିଲା ହଷ୍ଟେଲରେ ରହି ପଢୁଛନ୍ତି। ତନ୍ମଧ୍ୟରେ ୧୦୦ ଜଣ ବାଳିକା। ତେବେ ଗୋଟିଏ ପାର୍ଶ୍ୱରେ ପାଚେରି ନ ଥିବାରୁ ସ୍କୁଲ ପରିସର ଖୋଲା ରହିଛି। ଏଣୁ ବନ୍ୟଜନ୍ତୁ, ସରୀସୃପ ଭୟ ରହୁଛି। ବାଳକମାନଙ୍କ ପାଇଁ ଥିବା ଏକମାତ୍ର ନଳକୂପ ଅଚଳ ରହିଥିବାରୁ

ନାଳ ଉପରେ ପିଲାମାନେ ନିର୍ଭର କରୁଛନ୍ତି। ପିଲାମାନେ ଏକୁଟିଆ ନାଳକୁ ଯାଇ ମଇଳା ଆବର୍ଜନା ପାଣିରେ ଶୌଚ ହେଉଥିବା ଅଭିଯୋଗ ହେଉଛି। ଏଣୁ ସବୁ ସମୟରେ ବିପଦ ରହୁଥିଲେ ହେଁ ଏହାର ସମାଧାନ କରାଯାଉନାହିଁ। ସେହିପରି ସୋଲାର ପମ୍ପ ଖରାପ ହୋଇଯାଇଥିବାରୁ ପିଇବା ପାଣି ସମସ୍ୟା ଦେଖାଦେଉଛି। ୮ଟି ଶ୍ରେଣୀ ପାଇଁ ପ୍ରଧାନଶିକ୍ଷକଙ୍କୁ ମିଶାଇ ୩ଜଣ ଶିକ୍ଷକ ଓ ୨ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷକ ପାଳି କରି ଅନୁପସ୍ଥିତ ରହୁଥିବା ଏବଂ ଖୋଦ ପ୍ରଧାନ ଶିକ୍ଷକ ମଧ୍ୟ ଅନେକ ସମୟରେ କେନ୍ଦୁଝରରେ ଯାଇ ରହୁଥିବାରୁ ପାଠପଢା ଓ ପରିଚାଳନାରେ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଶିକ୍ଷକମାନଙ୍କ ପାଇଁ କ୍ୱାର୍ଟର୍ସ ନାହିଁ। ଡାଇନିଙ୍ଗ ହଲ ନାହିଁ। ସେହିପରି ଦିନ ସାରା ୪ ଥର ପିଲା ପଖାଳ ଖାଉଥିବା କହୁଥିବା ବେଳେ ଖାଦ୍ୟର ମାନ ନିୟମିତ ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି। ସମସ୍ୟା ଦେଖିବା ଓ ସମାଧାନ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀମାନେ ନିୟମିତ ଗସ୍ତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି, ସ୍କୁଲରେ ବହୁ ସମସ୍ୟା ରହିଛି। ଶିକ୍ଷକ ଅଭାବ ସାଙ୍ଗକୁ ଅନୁପସ୍ଥିତି ଯୋଗୁ ପାଠପଢାରେ ସମସ୍ୟା ଉପୁଜୁଛି। ଏନେଇ ଜଣାଇଲେ ମଧ୍ୟ କେହି ଶୁଣୁନାହନ୍ତି। ଏଣୁ ଗ୍ରାମବାସୀ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କୁ ପଚାରିବାରୁ ପାଣି ସମସ୍ୟା ଯୋଗୁ ପିଲାମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି। ଶିକ୍ଷକ ଅଭାବ ସହିତ ଅନ୍ୟାନ୍ୟ ସମସ୍ୟା ରହିଛି। ତୁରନ୍ତ ସମାଧାନ କରିବାକୁ ବିଭାଗକୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri