ଲେଖିବାବେଳେ ଶିଶୁ ପାଲଟି ଯାଏ

ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର କବିତା,ଗଳ୍ପ, ଭ୍ରମଣ କାହାଣୀ, ଜୀବନୀ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଖୁବ୍‌ ପରିଚିତ। ଏମିତିରେ ଥୁକୁଲୁ ଥୁକୁଲୁ ଥା, ସଡ଼କରେ ସଡ଼କ, ମୋର ଯୋଡ଼ି ସିଲଟଖଡ଼ି ଆଦି ଏକାଧିକ ଶିଶୁ କବିତା ଲେଖିବା ସହିତ ପ୍ରାୟ ୩୦ଖଣ୍ଡରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଲେଣି। ପୁଣି କେତୋଟି ପୁସ୍ତକ ସମ୍ପାଦନାରେ ରହିଛି ଦକ୍ଷତା । କେବଳ ସେ ଜଣେ ଶିଶୁଲେଖକ ନୁହନ୍ତି ବରଂ ଶିଶୁପତ୍ରିକାର ସମ୍ପାଦକ ଓ ଅନୁବାଦକ ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କ ସୃଜନଶୀଳତାର କୃତିତ୍ୱ ପାଇଁ ବିଭିନ୍ନ ଅନୁଷ୍ଠାନ ସମେତ ଓଡ଼ିଶା ସାହିତ୍ୟ ଏକାଡ଼େମୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀରୁ ମିଳିଛି ପୁରସ୍କାର। ସେ ହେଲେ ବୀରେନ୍ଦ୍ର ମହାନ୍ତି। ଜନ୍ମ ତା୮ା୪ା୧୯୬୨ରେ। ପିତା ଦାଶରଥି ମହାନ୍ତି, ମାତା ତିଳୋତ୍ତମା। ଘର ପୁରୀ ଜିଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ। ସେ କୁହନ୍ତି, ମା’ବାପାଙ୍କର ଆମେ ଚାରିପୁଅ ଓ ଜଣେ ଭଉଣୀଙ୍କ ମଧ୍ୟରେ ମୋର ସ୍ଥାନ ତୃତୀୟ। ଶିଶୁବେଳେ ମୋ ନାମ ପ୍ରଥମେ ବିଚିତ୍ର ରଖାଯାଇଥିଲା। ପରେ ସ୍କୁଲରେ ନାମ ଲେଖାହେଲା ବେଳକୁ ବୀରେନ୍ଦ୍ର ବୋଲି ରଖାଗଲା। ଗାଁର ଗୋପବନ୍ଧୁ ଉଚ୍ଚ ମୌଳିକ ବିଦ୍ୟାଳୟରେ ପାଠପଢ଼ା ହେଲା। ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ସ୍କୁଲ ପାଠାଗାରରୁ ବିଭିନ୍ନ ପୁସ୍ତକ ଆଣି ପଢୁଥିଲି। ସେହି ସମୟରେ ଛୋଟଛୋଟ କବିତା ଲେଖା ଆରମ୍ଭ କରିଥିଲି। ପରେ ଜାଗେଶ୍ୱରୀ ବିଦ୍ୟାପୀଠ ହାଇସ୍କୁଲରେ ପଢ଼ା ସାରି ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପଢିଲି। ସମୟକ୍ରମେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ପାସ୍‌ କଲି । ପୁଣି ଓଡ଼ିଆ ବିଭାଗରେ ଏମ୍‌.ଫିଲ୍‌ ସାରିଲି। କିଛିଦିନ ପରେ ଏକ ବ୍ୟାଙ୍କରେ ନିଯୁକ୍ତି ମିଳିଲା । କିନ୍ତୁ ଲେଖାଲେଖି ଜାରି ରହିଥାଏ। ଏମିତିରେ ସେତେବେଳେ ପ୍ରଜାତନ୍ତ୍ର, ମୀନା ବଜାର ସମେତ ବିଭିନ୍ନ ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେଉଥାଏ। ପରେ ପିଲାଙ୍କ ଧରିତ୍ରୀ,ଫୁଲଚାଙ୍ଗୁଡ଼ି, ଶିଶୁରାଇଜ ଆଦି ପତ୍ରପତ୍ରିକାରେ ନିୟମିତ ଲେଖା ପ୍ରକାଶିତ ହେଲା। ରଚନା କରିଥିବା ଲେଖାଗୁଡ଼ିକୁ ନେଇ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ଓଡ଼ିଆ ଶିଶୁଗଳ୍ପ ସଙ୍କଳନ , ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ,‘ଶିଶୁଗୀତରେ ଗାନ୍ଧୀ’ ପ୍ରଭୃତି ସଂକଳନ ହେଲା। ପ୍ରଥମକରି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ଓଡ଼ିଆ ଶିଶୁ କିଶୋର କାହାଣୀ ପୁସ୍ତକ ସମ୍ପାଦନା କରାଯାଇଥିବାରୁ ବେଶ୍‌ ପରିଚିତ ହେଲି। ଏମିତି ଏକାଧିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଛି। ପୁଷିମାଉସୀ ପତ୍ରିକାର ସମ୍ପାଦନା କରିଛି। କଲେଜ ସମୟରେ ନିଜର ପ୍ରକାଶିତ କେତେକ ଶିଶୁ ଲେଖାକୁ ନେଇ ଥରେ କଟକର ଏକ ନାମୀ ପ୍ରକାଶକଙ୍କଠାରୁ ଅପମାନିତ ହେବାପରେ ନିଜେ-ଚୁନୀ ପ୍ରକାଶନୀ ନାମରେ ଏକ ପ୍ରକାଶନ ପ୍ରତିଷ୍ଠା କରିଥିଲି। ପ୍ରଥମ ପୁସ୍ତକ ଥୁକୁଲୁ ଥୁକୁଲୁ ଥା ୧୯୯୫ରେ ପ୍ରକାଶିତ ହେଲା। ଏହି ପୁସ୍ତକ ୧୯୯୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା। ୨୦୦୨ମସିହାରେ ‘ଆମେ ସଭିଏଁ ମଣିଷ ଜାତି’ ପାଇଁ ଜାତୀୟ ସାକ୍ଷରତା ମିଶନ ପୁରସ୍କାର । ୨୦୧୮ରେ ‘ରୁମୁକୁ ଝୁମା’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ। ୨୦୧୧ରୁ୨୦୨୦ଯାଏ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଅର୍ଥସମିତି ସଦସ୍ୟଭାବେ ନିର୍ବାଚିତ ହୋଇଥିଲି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକ ସପ୍ତମଶ୍ରେଣୀ ସାହିତ୍ୟ ସୌରଭରେ ‘ମୁକ୍ତି ଯୋଦ୍ଧା ଜୟୀ ରାଜଗୁରୁ’ଙ୍କ ଜୀବନୀ ଦୀର୍ଘଦିନ ଧରି ପ୍ରଚଳିତ ହାଇଆସୁଛି। ଇଂରାଜୀ ମାଧ୍ୟମ ସ୍କୁଲ ପାଠ୍ୟକ୍ରମର ଓଡ଼ିଆଭାଷା କଳିକା ପୁସ୍ତକରେ ‘ପୃଥିବୀ ଆମର ଘର’ ଏକ କବିତାକୁ ସ୍କୁଲ ପିଲାମାନେ ପଢ଼ିଥାନ୍ତି। ତେବେ ମୋ ପରିବାର କହିଲେ ପତ୍ନୀ ମୀନତି ପଟ୍ଟନାୟକ ଜଣେ ସୁଲେଖିକା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ମୋର ଦୁଇ ଝିଅ ଇଞ୍ଜିନିୟର ଏବଂ ପୁଅ ଡାକ୍ତର । ମୁଁ ଏବେ ପୁରୀ କେନ୍ଦ୍ର ସମବାୟ ବ୍ୟାଙ୍କରେ କାର୍ଯ୍ୟରତ। ମୋ ସାହିତ୍ୟକୃତି ପାଇଁ ଶ୍ରୀକ୍ଷେତ୍ରଶ୍ରୀ, ଶିଶୁସୌରଭ,ଶିଶୁଗୌରବ,ଶିଶୁଶ୍ରୀ ଆଦି ଅନେକ ପୁରସ୍କାର ବିଭିନ୍ନ ଅନୁଷ୍ଠାନରୁ ମିଳିଛି। ଅନ୍ୟପକ୍ଷେ ସ୍କୁଲ କଲେଜର ପାଠାଗାର କକ୍ଷରେ ପିଲାମାନଙ୍କ ପାଇଁ ବିଭିନ୍ନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷଣୀୟ ପୁସ୍ତକ ପଠନର ଅଭ୍ୟାସକୁ ଜାରି ରଖିବା ନିମନ୍ତେ ସ୍ବତନ୍ତ୍ର ସମୟ ସାରଣୀ କରାଯିବା ଉଚିତ। ଶିଶୁମାନେ ଅନୁକରଣପ୍ରିୟ ଶିଶୁମାନଙ୍କର ପିତାମାତା, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସର୍ବଦା ଶିଶୁମାନଙ୍କୁ ସକାରାତ୍ମକ ଭାବେ ପଠନ ଦିଗରେ ଅନୁପ୍ରାଣିତ କରିବାର ଆବଶ୍ୟକତା ରହିଛି । ଶିଶୁମନସ୍କ ଲେଖା ଲେଖିଲାବେଳେ ଶିଶୁ ଦୁନିଆରେ ଥାଏ। ଶିଶୁ ଓଠର ଦରୋଟି ହସ, ଭାବବ୍ୟକ୍ତ କରିବାର ଅସ୍ପଷ୍ଟ ଶବ୍ଦର ସ୍ବର ହୃଦୟକୁ ଛୁଇଁଯାଏ। ସେଥିରେ ହିଁ ଶିଶୁମନର କଥା ଲୁଚି ରହିଥାଏ। ତାହାକୁ ନେଇ ମଧୁର ଭାଷାର ହୃଦୟସ୍ପର୍ଶୀ ଶବ୍ଦରେ ଛୋଟଛୋଟ ଶିଶୁକବିତା ଓ ଗଳ୍ପ ସୃଷ୍ଟିକରେ ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri