ଭୁବନେଶ୍ୱର,୨ା୮(ବ୍ୟୁରୋ)-କରୋନାରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ହସ୍ପିଟାଲରେ ଭର୍ତ୍ତି ହେବା ଖବର ଜାଣି ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଲମ୍ବା ଜୀବନ ପାଇଁ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି। ଅମିତ ଶାହାଙ୍କୁ ମହାପ୍ରଭୁ ଜଗନ୍ନାଥ ଆରୋଗ୍ୟର ଆର୍ଶିବାଦ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କରିବା ସହ ସେ ଶୀଘ୍ର ସ୍ବାସ୍ଥ୍ୟ ଲାଭ କରନ୍ତୁ ବୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି।
Concerned to know about the hospitalisation of Union Home Minister @AmitShah ji after being tested positive for #COVID19. Wishing him a speedy recovery and praying for a long life.
— Naveen Patnaik (@Naveen_Odisha) August 2, 2020

