୯୬,୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବଲାଙ୍ଗୀର ଜିଲାର ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଅର୍ଥାଭାବରୁ ତାଙ୍କ ନାମଲେଖା ପ୍ରକ୍ରିୟାରେ ବାଧା ଉପୁଜିଥିଲା। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି। ତାରାଚାନ୍‌ଙ୍କ ଅର୍ଥାଭାବ ଦୂର ହୋଇଥିବାବେଳେ ଓ୍ବାରଙ୍ଗଲ୍‌ସ୍ଥିତ ଏନ୍‌ଆଇଟିରେ ପାଠପଢ଼ିବା ପାଇଁ ରାସ୍ତା ପରିଷ୍କାର ହୋଇଛି।
ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳ ବଡ଼ପଡ଼ା ଗ୍ରାମର ମେଧାବୀ ଛାତ୍ର ହେଉଛନ୍ତି ତାରାଚାନ୍‌। ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା। ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍‌ ଅବିରତ ଉଦ୍ୟମ କରି ଚାଲିଥିଲେ। ଚଳିତବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ରେ ୯୯.୩୫% ନମ୍ବର ରଖି ଏନ୍‌ଆଇଟି ଓ୍ବାରଙ୍ଗଲରେ ପଢ଼ିବା ପାଇଁ ସେ କୃତକାର୍ଯ୍ୟ ହୋଇଛନ୍ତି। ହେଲେ ନାମଲେଖାରେ ଅର୍ଥ ମୁଖ୍ୟ ବାଧକ ସାଜିଥିଲା। ବିଭିନ୍ନ ସୂତ୍ରରୁ ଟଙ୍କା ସଂଗ୍ରହ କରି ସେ ନାମ ଲେଖା ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି। ବାକି ଅର୍ଥ ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଆଡ୍‌ମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରତିଭାବାନ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ୍‌ କବ୍‌ଜାରେ ଓଡ଼ିଶାର କଶ୍ମୀର

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ...

୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ

ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍‌ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୪ଜଣ...

ନିମ୍ନମାନର ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କୋକସରା, ୨୧।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ପୂର୍ତ୍ତ ବିଭାଗ ଅଧୀନ ସାନପୋଡ଼ାଗୁଡାଠାରୁ ଗୋତମୁଣ୍ଡା ରାସ୍ତାର ଏବେ ଦୋହରୀକରଣ ଚାଲିଛି। ଏଥିଲାଗି ସୂଚନା ଫଳକ ଲଗା...

୩ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୩।୨: ରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଗୁଡ଼ିକ ହେଲା କଟକ ମଧୁସୂଦନ...

ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ...

୨୧ଜଣଙ୍କୁ ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍‌ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି।...

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ...

ନବୀନ ନିବାସରେ ଭିଡ ବଢ଼ୁଛି

ଭୁବନେଶ୍ବର,୨୬।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ପାଇଛି । ଭାଜପା ଏବଂ କଂଗ୍ରେସ ବିଜେଡିଠାରୁ ବହୁ ପଛରେ ପଡ଼ିଛନ୍ତି। ରାଜ୍ୟର...

Advertisement
Archives

Model This Week