ଏଥର ଝଲସିବ କଳାହାଣ୍ଡି: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୩ ଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ବାନେର୍‌ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍‌ ସବଷ୍ଟେଶନ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍‌ ମଧ୍ୟ ଲୋକାର୍ପିତ କରିଛନ୍ତି।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ପାଓ୍ବାର କଟ୍‌ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରୀଛାତ୍ର ସମସ୍ତେ ଉପକୃତ ହେବେ। ଆଗାମୀ ଦିନରେ ଜିଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଏହି ୨୨୦ କେଭି ଜୟପାଟଣା ଗ୍ରୀଡ୍‌ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଗ୍ରୀଡ୍‌ ଦ୍ବାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ ଲାଇନ୍‌ ଜୁନାଗଡ଼କୁ ସଂଯୁକ୍ତ କରାଯିବ।
ବାନେର୍‌ ଠାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡ଼କ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି। ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି। ବିଜୁ ଏକ୍ସପ୍ରେସ ଓ୍ବେ ଦ୍ୱାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ। ଆଜିର ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦିର ସିଂ, ଉନ୍ନୟନ କମିଶନର ଯୋଗ ଦେଇଥିଲେ। ଶକ୍ତି ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ କଳାହାଣ୍ଡି ଜିଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ବର୍ଷା, ଏହି ଜିଲାରେ ଲଗାତାର ୩ ଦିନ ସ୍କୁଲ ଛୁଟି, ଜାଣନ୍ତୁ…

ଭବାନୀପାଟଣା ୨୪।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ୩ ଦିନ ହେଲା କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏନେଇ ଜନଜୀବନ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?