ଛାତ୍ରୀନିବାସରେ ପଶିଲେ ରୋଷେୟାଙ୍କ ବିବାହିତ ପୁଅ, ୫ମ ଛାତ୍ରୀଙ୍କୁ ଅସଦାଚରଣ

ପାଟଣା,୨୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ମାଧପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଉତ୍ତେଜନା ଲାଗିରହିଛି।
ସୂଚନାଯୋଗ୍ୟ, ବିଦ୍ୟାଳୟ ପରିସରରେ ଚାଲିଥିବା ୪୦ ସଂଖ୍ୟକ ବିଶିଷ୍ଟ ଛାତ୍ରୀ-ଛାତ୍ରାବାସ ଭିତରକୁ ଶୁକ୍ରବାର ରାତ୍ରିରେ ଜଣେ ବିବାହିତ ଯୁବକ ପଶି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଅସଦାଚରଣ କରିବା ପରେ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲ ଗେଟ୍‌ରେ ଶୁକ୍ରବାର ରାତ୍ରିରୁ ତାଲା ମାରିଥିଲେ। ଶନିବାର ସକାଳୁ ଛାତ୍ରୀ ଛାତ୍ରଙ୍କ ପରୀକ୍ଷା ଥିବାରୁ ଗେଟ୍‌ ଚାବି ଖୋଲିଥିଲେ ହେଁ ଶତାଧିକ ମହିଳା ପୁରୁଷ ସ୍କୁଲ ଗେଟ୍‌ ଓ ଭିତରେ ସମ୍ପୃକ୍ତ ଯୁବକଙ୍କ ନାଁରେ ଏତେଲା ଦେବା ସହ ରୋଷେଇ କରୁଥିବା ଯୁବକଙ୍କ ମା’ଙ୍କୁ ରୋଷେଇଆରୁ ବାହାର କରିବା ଦାବିରେ ଅଟଳ ରହିଛନ୍ତି। ଏଣେ ବିଦ୍ୟାଳୟ ହଷ୍ଟେଲରେ ଚାଲିଥିବା ଅବ୍ୟବସ୍ଥା ଯୋଗୁ କେତେକ ଛାତ୍ରୀଛାତ୍ରଙ୍କ ଅଭିଭାବକ ପିଲାଙ୍କୁ ନେଇଯିବାକୁ ବାହାରିଛନ୍ତି। ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉତ୍ତେଜନା ଲାଗିରହିଛି। ବଡ଼ପାଟଣା ସରପଞ୍ଚ ବନତି ବାନରା, ପୂର୍ବତନ ସରପଞ୍ଚ ସୋମବାରି ମୁଣ୍ଡା, ଚନ୍ଦ୍ରଶେଖର ନାଏକ, ଚାର୍ଜରେ ଥିବା ପ୍ରଧାନଶିକ୍ଷକ ଯଶୋବନ୍ତ ମହାନ୍ତଙ୍କ ଉପସ୍ଥିତିରେ ସମାଧାନ ସହ ସ୍କୁଲ ସ୍ବାଭାବିକ କରିବାକୁ ବୈଠକ ଚାଲିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri