ଜଳବାୟୁର ପରିବର୍ତ୍ତିତ ସ୍ବରୂପ

ବାୟୁମଣ୍ଡଳରେ ଯାହା ସବୁଦିନ ଅବସ୍ଥାଠାରୁ ଅଲଗା ଅବସ୍ଥାକୁ ଆମେ ଅନୁଭବ କରୁ, ଉପଭୋଗ କରୁ ଏବଂ ବିଶେଷକରି ଆଖିରେ ଦେଖୁ ତାହାକୁ ଜଳବାୟୁରେ କିଛି ପରିବର୍ତ୍ତନ ହେଲା ବୋଲି ଜାଣୁ। ଏହି ଜଳବାୟୁ ପରିବର୍ତ୍ତନ ଏବେ ମାନବ ସଭ୍ୟତା ପାଇଁ ଜନ୍ମ ନେଉଛି ଏବଂ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ନିଶ୍ଚୟ। ପୃଥିବୀରେ ମଣିଷ ସହ ଏକାଧିକ ଜୀବଜନ୍ତୁ, ବୃକ୍ଷଲତା ଆଦି ପ୍ରତିପାଳିତ ହେଉଛନ୍ତି, କିନ୍ତୁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନଭିତ୍ତିକ ପରିସ୍ଥିତିରେ ସମସ୍ତେ ନିଷ୍ପେଷିତ। ଦିନକୁ ଦିନ ଜୈବ ବିବିଧତା ଅବକ୍ଷୟମୁଖୀ। ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ଭୂସ୍ଖଳନ, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଭଳି ଅନେକ ବିପତ୍ତି ସୃଷ୍ଟିହେବା ସହ ବିପର୍ଯ୍ୟୟମାନ ଦେଖାଦେଇଛି। ଚଳିତ ବର୍ଷ ଏଲ୍‌ ନିନୋ ପ୍ରଭାବ ନିମନ୍ତେ ଲଗାତର ତିନୋଟି ବାତ୍ୟା ଯଥା ଅର୍ଣ୍ଣବ, ମୁରାସୁ ଏବଂ ଅଓ୍ବାନ୍‌ ଭଳି ବାତ୍ୟା ଜନ୍ମନେଇଛି।
ସାଧାରଣତଃ ବିଶ୍ୱରେ ପାଣିପାଗର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ଯୋଗୁ ବିଗତ ୩୦ ବର୍ଷ ମଧ୍ୟରେ ୯ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଫଳରେ ୫୫୦ କୋଟିରୁ ଊଦ୍ଧର୍‌ବ ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି କମ୍‌ ଆୟ ଥିବା ଦେଶଗୁଡ଼ିକ ସବୁଜ ଗୃହ ବାଷ୍ପ ନିର୍ଗମନରେ ସ୍ବଳ୍ପ ଅବଦାନ ରଖୁଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ କ୍ଷତି ସେହିମାନେ ସହୁଛନ୍ତି। ଅଧିକନ୍ତୁ ଘୂର୍ଣ୍ଣିଝଡ଼ ଏବଂ ଝଡ଼ବର୍ଷା ସବୁଠାରୁ ଅଧିକ ବିନାଶକାରୀ ରୂପେ ସୃଷ୍ଚିହୋଇ ବିଶ୍ୱରେ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ହିଁ ନିଜେ ଦାୟୀ। ଫଳରେ କେତେବେଳେ କେଉଁଠି ପ୍ରବଳ ବର୍ଷା ହେଉଛି ଏବଂ କେଉଁଠି ନାହିଁ ବା ସ୍ବଳ୍ପ ବୃଷ୍ଟି ହୋଇ ମରୁଡ଼ିର ପ୍ରଭାବ ଜନ୍ମ ନେଉଛି। ବିଶ୍ୱବ୍ୟାଙ୍କ ମତରେ ଭାରତରେ ୨୦୧୨ ମସିହା ପରେ ପ୍ରବଳ ବର୍ଷାର ମାତ୍ରା ୮୫% ବୃଦ୍ଧି ପାଇଛି। ବର୍ଷାର ପ୍ରଭାବ ହ୍ରାସ ବୃଦ୍ଧି ଘଟି କୃଷିଜାତ ଶସ୍ୟ ଯଥା ଧାନ, ଡାଲିଜାତୀୟ ଫସଲ, ତୈଳବୀଜ ଆଦି ଫସଲ ପ୍ରଭାବିତ ହୋଇଥାଏ। ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବଡ଼ ସହରରେ ପ୍ରବଳ ବର୍ଷା ଯୋଗୁ ନାଳଗୁଡ଼ିକ ଅତିରିକ୍ତ ଜଳ ଦ୍ୱାରା ପୂର୍ଣ୍ଣହେବା ସହ ସମଗ୍ର ସହର ଜଳାର୍ଣ୍ଣବ ହୋଇଯାଏ, ଯାହାକୁ ସହରୀ ବନ୍ୟା ବୋଲି ଅଭିହିତ କରାଯାଇଛି। ଏହି ସମସ୍ୟା ଓଡ଼ିଶାରେ ଚଳିତ ବର୍ଷ ବାଲେଶ୍ୱର ଏବଂ ଭୁବନେଶ୍ୱର ସହରରେ ଦେଖିବାକୁ ମିଳିଛି । ନିକଟରେ ଆମେ ଦେଖିଲେ ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ଘଟି ହିମାଳୟର ବରଫ ହ୍ରଦଗୁଡ଼ିକ ହଠାତ୍‌ ତରଳି ଭୂତେକୋଷୀ ଏବଂ ତ୍ରିଶୂଳୀ ନଦୀରେ ବନ୍ୟା ସୃଷ୍ଟିକଲା। ନେପାଳର କେତେକ ଅଞ୍ଚଳକୁ ଏବଂ ସେଠିକାର ଅଧିବାସୀମାନଙ୍କୁ ଭୟଙ୍କର ବିପଦରେ ପକାଇଲା। ସେହିପରି କେରଳର ୱାୟନାଡ୍‌ଠାରେ ଜୁଲାଇ ୨୦୨୪ରେ ବାଦଲଫଟା ବର୍ଷା ହୋଇ ଭୂସ୍ଖଳନ ହେଉ ବା କଶ୍ମୀର ଏବଂ ଉତ୍ତରାଖଣ୍ଡର ଅଞ୍ଚଳ ଉକ୍ତ ବାଦଲଫଟା ବର୍ଷା ପାଇଁ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚଳିତ ବର୍ଷ ଓଡ଼ିଶାରେ ମହାନଦୀ, ବୈତରଣୀ ଆଦି ନଦୀରେ ବନ୍ୟା ସୃଷ୍ଟିହୋଇ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଭଳି ଜିଲାରେ ନାହିଁନଥିବା କ୍ଷତି ହେଲା। ସେହିପରି ଏହି ବର୍ଷ ଅର୍ଣ୍ଣବ ବାତ୍ୟାରେ ଗଞ୍ଜାମ ଜିଲାରେ ଅତିରିକ୍ତ ବର୍ଷା ଯୋଗୁ ଋଷିକୁଲ୍ୟା, ବାହୁଦା ଓ ଘୋଡ଼ାହାଡ଼ ନଦୀରେ ଭୟାନକ ବନ୍ୟା ସୃଷ୍ଟିହୋଇ ସୋରଡ଼ା, ପାତ୍ରପୁର, ଆସିକା, ଧରାକୋଟ, ପୁରୁଷୋତ୍ତମପୁର, ସାନପହଣ୍ଡି, ଚିକିଟି ଆଦି ଅଞ୍ଚଳର ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଏକର ଚାଷଜମିରେ ଫସଲ ନଷ୍ଟ ହେଲା।
ଏବେ ଆଉ ଅପେକ୍ଷାର ବେଳ ନାହିଁ । ଜଳବାୟୁଭିତ୍ତିକ ସମସ୍ୟାର ସମାଧାନ ନିମନ୍ତେ ମିଳିମିଶି ସମସ୍ତେ ଅଣ୍ଟା ଭିଡ଼ିବା ଆବଶ୍ୟକ। ବୃକ୍ଷ ରୋପଣ କରିବା ସହ କୋଇଲା, ଖଣିଜ ତୈଳ ଆଦିର ବ୍ୟବହାର ହ୍ରାସ କରିବା ଉଚିତ। ନବୀକରଣ ଶକ୍ତିର ବ୍ୟବହାର, ବର୍ଷାଜଳ ସଂରକ୍ଷଣ, ନଦୀ, ପୋଖରୀ ପରି ଜଳାଶୟଗୁଡିକର ସୁରକ୍ଷା ନିହାତି ଜରୁରୀ। ଅନ୍ତତଃ ପକ୍ଷେ ଯଥା ସମ୍ଭବ ବୈଦ୍ୟୁତିକ ଯାନର ବ୍ୟବହାର ଏବଂ ସାମୂହିକ ପରିବହନରେ ଯିବା ଭଲ। ଜୈବିକ କୃଷି, ଜୈବ ଖତ ଏବଂ ଜଳବାୟୁ ପରିବର୍ତ୍ତନକୁ ସହିଲା ପରି ଚାଷ କାମ କରିବା ଉତ୍ତମ। ସବୁଜଗୃହ ବାଷ୍ପ ଯେପରିକି ଅଙ୍ଗାରକାମ୍ଳ, କ୍ଲୋରୋଫ୍ଲୋରକାର୍ବନ, ମିଥେନ୍‌ ଆଦିର ମାତ୍ରାକୁ ନିୟନ୍ତ୍ରଣ କରିବା ଜରୁରୀ।

ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
କଟକ, ମୋ: ୯୦୪୦୩୫୦୦୮୯


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳୀୟ ଅସ୍ମିତାର ଅମ୍ଳାନ ଗୌରବ

ଉତ୍କଳର ଇତିହାସ କେବଳ ଅତୀତର କିଛି ଘଟଣାବଳୀର ଦଲିଲ ନୁହେଁ,ଏହା ଯୁଗଯୁଗାନ୍ତରର ସାଧନା, ସଂଘର୍ଷ, ସାହସ, ସୃଜନଶୀଳତା ଓ ଅସୀମ ଆତ୍ମବିଶ୍ୱାସରେ ରଚିତ ଏକ ଜାତିର ଅମର…

ଏଇ ଭାରତରେ

ତ୍ରିପୁରାର ୧୫ ଓ୍ବାର୍ଡବିଶିଷ୍ଟ ଛୋଟ ସହର ଖୋଓ୍ବାଇ। ଏହି ସହରରେ ପିଙ୍କି କରଦେବ ୯ ବର୍ଷ ଧରି ଏକାକୀ ସକାଳୁ ଖାଲିହାତରେ କେବଳ ତାଙ୍କ ଓ୍ବାର୍ଡ ସଫା…

ସତ୍ୟ-ଚେତନା ଓ ଶ୍ରୀଅରବିନ୍ଦ

ମୁକ୍ତି ବିପ୍ଳବର ମନ୍ତ୍ରଦାତା ଶ୍ରୀଅରବିନ୍ଦ। ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦି ସ୍ଥପତି। ଜଣେ ଅଧିବିଦ୍ୟା ବିଶାରଦ, ମହାନ୍‌ ସାରସ୍ବତ ସ୍ରଷ୍ଟା, ଦେଶପ୍ରେମୀ, ଉସତ୍ର୍ଗୀକୃତ ରାଜନେତା ଓ ମହାନ୍‌…

ପ୍ରତିଶ୍ରୁତି

ଗଣମାଧ୍ୟମ ନିରପେକ୍ଷ ରହୁ କହିଦେବା ସହଜ, କିନ୍ତୁ ତାହାକୁ ବଜାୟ ରଖିବା କଷ୍ଟକର। ଗଣମାଧ୍ୟମ ନିଜର ଚାହିଦା ମେଣ୍ଟାଇବା ପାଇଁ ନିରପେକ୍ଷ ରହିବା ଅଯଥା ବୋଲି ଅନେକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ସରକାର ଏବଂ ବିଭିନ୍ନ ସଙ୍ଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବ୍ୟକ୍ତିଗତ ସ୍ତରରେ ଅନେକେ ପ୍ରଚେଷ୍ଟା କରୁଛନ୍ତି, ଯେଉଁମାନଙ୍କ…

କ୍ୟାରିୟର-କ୍ୟାରେକ୍ଟର

ବର୍ତ୍ତମାନ କ୍ୟାରିୟର ତିଆରି ଚାଲିଛି, କ୍ୟାରେକ୍ଟର ତିଆରି ହେଉନାହିଁ। ମାଆବାପା ନିଜ ପିଲାଙ୍କ ପୋଥିଗତ ପାଠ ଉପରେ ଯେତିକି ଗୁରୁତ୍ୱ ଦେଇଥାନ୍ତି, ପିଲାଙ୍କ କ୍ୟାରିୟର ଗଠନ ଦିଗରେ…

ନିର୍ବାଚନରେ ପ୍ରାର୍ଥୀ ଚୟନ

ଭାରତରେ ନିର୍ବାଚନ ଅନୁଷ୍ଠିତ ହେଲେ ଦେଖାଯାଏ ବହୁ ଗୁଣୀ, ଜ୍ଞାନୀ, ସମ୍ବିଧାନବିତ୍‌ ପରାଜିତ ହୁଅନ୍ତି, ଅଥଚ ଅନେକ ଅର୍ଦ୍ଧଶିକ୍ଷିତ, ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି, ଶାସନ ଅନଭିଜ୍ଞ…

ଅନ୍ୟ ଉପରେ ଦୋଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି)ର ଶତାବ୍ଦୀ ସମାରୋହରେ ଯୋଗଦେଇ ଶିଳ୍ପଜଗତକୁ ଆତ୍ମସମୀକ୍ଷା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?