ସମୟର ଆହ୍ବାନ: ସବୁଜ ଶିଳ୍ପ

ଜୁଲେସ କୋର୍ଟେନହୋରଷ୍ଟ

ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ସହ ଜଳବାୟୁ ପରିବର୍ତ୍ତନର ପ୍ରଳୟଙ୍କରୀ ପ୍ରଭାବକୁ ସୀମିତ ରଖିତ୍ବା ଲାଗି ବିଶ୍ୱର ନେତାମାନେ ମହତ୍ତ୍ୱାକାଂକ୍ଷୀ ପ୍ରତିବଦ୍ଧତା ପ୍ରକାଶ କରୁଛନ୍ତି। କିନ୍ତୁ ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରି ସଫଳତା ପାଇବା ପାଇଁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଥିବା ସମସ୍ତ ସେକ୍ଟରକୁ କାର୍ବନ ନିର୍ଗମନ ମୁକ୍ତ କରିବାକୁ ପଡ଼ିବ। ବିଦ୍ୟୁତ୍‌ ଏବଂ ପାସେଞ୍ଜର କାର୍‌ ସେକ୍ଟରରେ କାର୍ବନ ନିର୍ଗମନ ହ୍ରାସ ପ୍ରକ୍ରିୟା ଅପେକ୍ଷାକୃତ ସହଜ ହେବ। ଏହି ଦୁଇ ସେକ୍ଟର ଅକ୍ଷୟ ତଥା କାର୍ବନ ନିର୍ଗମନ କରୁ ନ ଥିବା ଉତ୍ସରୁ ପ୍ରାପ୍ତ ଶକ୍ତି ଉପଯୋଗ କରିିବା ସକାଶେ ବ୍ୟାପକ ପ୍ରସ୍ତୁତି ଚଳାଇଛି। କିନ୍ତୁ ଏହା ବିମାନ ଚଳାଚଳ, ସିମେଣ୍ଟ, ଶିପିଂ, ଷ୍ଟିଲ୍‌ ଏବଂ ଅନ୍ୟ ଭାରି ଶିଳ୍ପ କ୍ଷେତ୍ରରେ ଲାଗୁ କରିବା ଅତ୍ୟନ୍ତ କଷ୍ଟକର। ଏହି ସବୁ ସେକ୍ଟରରେ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାକୁ ହେଲେ ଟେକ୍ନୋଲୋଜିର ଦ୍ରୁତ ବ୍ୟବସାୟୀକରଣ କରାଯିବା ଆବଶ୍ୟକ। କିନ୍ତୁ ଟେକ୍ନୋଲୋଜି ଆପଣାଇବା ଲାଗି ଏଯାବତ ଆମେ ପ୍ରସ୍ତୁତ ହୋଇନାହଁୁ। ଅନ୍ୟପକ୍ଷରେ ବ୍ୟବସାୟୀକରଣ ନିମନ୍ତେ ସମସ୍ତ ଶିଳ୍ପ କ୍ଷେତ୍ରର ସହଯୋଗ ଆବଶ୍ୟକ ହେବ। ଉପତ୍ାଦ ଯୋଗାଣକାରୀ ଯଥା ଷ୍ଟିଲ ସେକ୍ଟର ତା’ ଉପଭୋକ୍ତା, ଆର୍ଥିକ ଅଂଶୀଦାର, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହମତିରେ କାର୍ବନ ନିର୍ଗମନ ହ୍ରାସ ପଦ୍ଧତି ଉପଯୋଗ କରିବାକୁ ହେବ। ଟେକ୍ନୋଲୋଜିଗୁଡ଼ିକ କିଭଳି ବିକାଶ ହେଉଛି ତାହା ସମସ୍ତେ ଜାଣିବା ଓ ଏହାର ବ୍ୟବହାର ନିଶ୍ଚିତ କରିବାକୁ ଏଭଳି ସହମତିର ଆବଶ୍ୟକତା ରହିଛି। ଟେକ୍ନୋଲୋଜି ସମ୍ପର୍କରେ ଅବଗତ ହେବା ପରେ ହିଁ ଷ୍ଟିଲ, ସିମେଣ୍ଟ, ଶିପିଂ ଏବଂ ବିମାନ ଭଳି ସେକ୍ଟରର ନିବେଶ ପ୍ରକ୍ରିୟାରେ ସମସ୍ତେ ସହଯୋଗର ହାତ ବଢ଼ାଇବେ।
ବିଶ୍ୱର ସବୁ ଦେଶରେ ଶିଳ୍ପଗୁଡ଼ିକ ଏଭଳି ପ୍ରକ୍ରିୟା ଉପରେ ଏକମତ ବା ରାଜି ହେବା କିମ୍ବା ସମର୍ଥନ ଦେବା ସହଜ କଥା ନ ହେଲେ ମଧ୍ୟ ଏହା ସମ୍ଭବ ହୋଇପାରିବ। ଶିପିଂ ଇଣ୍ଡଷ୍ଟ୍ରି କଥା ବିଚାରକୁ ନିଆଯାଉ। ଏବେ ଗ୍ଲୋବାଲ ମାରିଟାଇମ୍‌ ଫୋରମ୍‌ର ‘ଗେଟିଂ ଟୁ ଜିରୋ କୋଆଲିସନ’ ନେତୃତ୍ୱରେ ବିଶ୍ୱରେ ଏହି ଶିଳ୍ପରେ କାର୍ବନ ନିର୍ଗମନ ହ୍ରାସ କରିିବାର ପଦ୍ଧତି ବିକାଶ ହୋଇସାରିଲାଣି। ମିଶନ୍‌ ପସିବଲ୍‌ ପାର୍ଟନରଶିପ୍‌ (ଏମ୍‌ପିପି) ନେତୃତ୍ୱରେ ପୋସିଡନ୍‌ ପ୍ରିନ୍ସିପଲ୍ସରେ ଥିବା ଚାରି ସୋପାନ ବିଶିଷ୍ଟ ଏହି ପଦ୍ଧତି ଅନ୍ୟ ଭାରି ଶିଳ୍ପ ସେକ୍ଟରରେ ଧୀରେ ଧୀରେ ଲାଗୁ କରାଯାଉଛି। ଶିଳ୍ପ ଏବଂ ଜଳବାୟୁ ନେତୃତ୍ୱର ଏକ ମେଣ୍ଟ ଏମ୍‌ପିପି। ଏହା ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ୱର ସବୁଠୁ ଅଧିକ କାର୍ବନ ନିର୍ଗମନକାରୀ ଶିଳ୍ପଗୁଡ଼ିକର ନିର୍ଗମନ କମାଇବା ପାଇଁ ଗ୍ରହଣ କରାଯାଉଥିତ୍ବା ତ୍ୱରିତ କିମ୍ବା ଶକ୍ତିଶାଳୀ ପଦକ୍ଷେପଗୁଡ଼ିକ ଉପରେ ଧ୍ୟାନ ଦେଉଛି। ଏଥିପାଇଁ ଚଳିତ ବର୍ଷ ନଭେମ୍ବରରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବାକୁ ଥିବା କୋପ୍‌-୨୬ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଗ୍ରଣୀ ଭାରି ଶିଳ୍ପ ସେକ୍ଟରଗୁଡ଼ିକ ଉପରେ ଏମ୍‌ପିପି ଗୁରୁତ୍ୱ ଦେବା ଉଚିତ। ଏହି ବିଷୟକୁ ମଧ୍ୟ ପ୍ରାଥମିକତା ଦେବା ଆବଶ୍ୟକ।
ଏହା ପୂର୍ବରୁ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କାର୍ବନ ନିର୍ଗମନ ହ୍ରାସର ଗତି ବଢ଼ାଇବା ଲାଗି ମୁଖ୍ୟତଃ ଜାତୀୟ ପ୍ରତିବଦ୍ଧତା ଏବଂ ନୀତି ନିର୍ଦ୍ଧାରଣ, ଅତିରିକ୍ତ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦେଇଛି। ହେଲେ ଅତ୍ୟଧିତ୍କ କାର୍ବନ ନିର୍ଗମନକାରୀ ଶିଳ୍ପ ସଂସ୍ଥାଗୁଡ଼ିକର ମାଲିକମାନେ ବିଶ୍ୱ ସ୍ତରରେ ନିର୍ଗମନ ହ୍ରାସ କରବା ପାଇଁ ଯେ ପର୍ଯ୍ୟନ୍ତ ତପତ୍ରତା ପ୍ରକାଶ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ। ଷ୍ଟିଲ୍‌, ସିମେଣ୍ଟ, ଶିପିଂ ଏବଂ ବିମାନ ଭଳି ସେକ୍ଟରରେ କାର୍ବନ ନିର୍ଗମନ ହ୍ରାସ କରିବାକୁ ନିଆ ଯାଉଥିତ୍ବା ପଦକ୍ଷେପରେ ନିଶ୍ଚିତ ଭାବେ କିଛି ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜିର ଆବଶ୍ୟକତା ରହିଛି। ଯେପରିକି ଅକ୍ଷୟ ବିଦ୍ୟୁତ ଶକ୍ତି ଓ ଇଲେକ୍‌ଟ୍ରୋଡ ଉପଯୋଗରେ ଗ୍ରୀନ୍‌ ହାଇଡ୍ରୋଜେନ ବା ସବୁଜ ଉଦ୍‌ଜାନ ଉପତ୍ାଦନ କରାଯାଉଛି। ଏବେ ଏହି ପଦ୍ଧତିରେ ସବୁଜ ଉଦ୍‌ଜାନ ଉପତ୍ାଦନ ବଢ଼ାଇବାର ପ୍ରୟାସ ଆରମ୍ଭ ହୋଇଗଲାଣି। ଗ୍ରୀନ୍‌ ହାଇଡ୍ରୋଜେନ କାଟାପଲ୍ଟ ଏବଂ ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ଏନର୍ଜିର ‘ହାଇଡ୍ରୋଜେନ ଶଟ୍‌’ ପ୍ରୋଗ୍ରାମ ମାଧ୍ୟମରେ ଏହା ଉପତ୍ାଦନ କରାଗଲାଣି। ତେବେ ଏହି ପ୍ରୋଗ୍ରାମ ପରେ ସୋଲାର ପ୍ୟାନେଲ ଦାମ୍‌ ହଠାତ୍‌ କମିଯାଇଛି। ଅଟୋମେକର୍‌ ଭଲ୍‌ଭୋ ମଧ୍ୟ ତା’ ସ୍ବଦେଶୀ ଗ୍ରୀନ୍‌ ଷ୍ଟିଲ କେନ୍ଦ୍ର ହାଇବ୍ରିଟି (ଏଚଓ୍ବାଇବିଆରଆଇଟି)ରୁ ଜୀବାଶ୍ମ ଇନ୍ଧନ ମୁକ୍ତ ଷ୍ଟିଲ୍‌ ଯୋଗାଇଦେବ ବୋଲି ଘୋଷଣା କରିଛି।
ଭାରି ଶିଳ୍ପଗୁଡ଼ିକର କାର୍ବନ ନିର୍ଗମନ ହ୍ରାସ କରିବା କ୍ଷମତା ବୃଦ୍ଧି କରିବା ଲାଗି ଟେକ୍ନୋଲୋଜିର ଆବଶ୍ୟକତା ରହିଛି। ଏନର୍ଜୀ ଟ୍ରାଞ୍ଜିସନସ୍‌ କମିଶନ (ଇଟିସି) ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ୨୦୫୦ ସୁଦ୍ଧା ଏକ କାର୍ବନ ନିର୍ଗମନ ଶୂନ୍ୟ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଗଢ଼ିବା ଲାଗି କମ୍‌ ଏନର୍ଜି ଉପଯୋଗ କରିବାକୁ ପଡ଼ିବ ଓ ଏହା ହିଁ ହେବ ପ୍ରାରମ୍ଭିକ ସୋପାନ। ପରେ କାର୍ବନ ନିର୍ଗମନ କମ୍‌ କରି ଅକ୍ଷୟ ଶକ୍ତି ଉତ୍ସ ଉପଯୋଗକୁ ବୈଶ୍ୱିକୀକରଣ କରିବା ସହ ଏହାକୁ ବଢ଼ାଇବାକୁ ପଡ଼ିବ। ଇଟିସି ମଧ୍ୟ କାର୍ବନ ଅବଶୋଷଣ ଓ ସଞ୍ଚୟର ଗୁରୁତ୍ୱକୁ ବିଶେଷ ରୂପେ ଦର୍ଶାଇଛି। ଅବଶୋଷଣ ଓ ସଞ୍ଚୟ ପ୍ରକ୍ରିୟାରେ କାର୍ବନ ନିର୍ଗମନ ଜନିତ କ୍ଷତିକୁ ଶିଳ୍ପଗୁଡ଼ିକ ଭରଣା କରିପାରିବେ। ଅବଶୋଷଣ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ନିର୍ଗତ କାର୍ବନ ଡାଇଅକ୍ସାଇଡ ସ୍ତର କମାଇବାରେ ଏହା ସାହାଯ୍ୟ କରିବ। ବାୟୁମଣ୍ଡଳକୁ ନିର୍ଗତ ଏ୍ୟତିହାସିକ କାର୍ବନ ସ୍ତର ମାପି ତାହାକୁ ଅବଶୋଷଣ କରିବା ଏକ ଜଟିଳ ପ୍ରକ୍ରିୟା ବୋଲି ଅଧିତ୍କାଂଶ ଶିଳ୍ପସଂସ୍ଥା ବୁଝିବା ଦରକାର। ତେବେ ସେମାନେ ଏବେ ନିର୍ଗମନ ହ୍ରାସ କରିବା ବିଷୟରେ ଚିନ୍ତା କରିବା ଭଲ ହେବ। କାରଣ ବିଶ୍ୱ ତାପନକୁ ପ୍ରାକ ଶିଳ୍ପ ସ୍ତର ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ପାଇଁ ବାୟୁମଣ୍ଡଳରରୁ କାର୍ବନ ଡାଇଅକ୍ସାଇଡ୍‌ କମାଇବାକୁ ପଡ଼ିବ। କେବଳ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ କମାଇଲେ ହେବ ନାହିଁ , ଏହାକୁ କିଭଳି ଶହ ଶହ ବର୍ଷ ଗଚ୍ଛିତ କରି ରଖାଯାଇପାରିବ ତା’ର ବାଟ ଖୋଜିବାକୁ ପଡ଼ିବ। ଏପରିକି ହଜାର ହଜାର ବର୍ଷ ପାଇଁ ଗଚ୍ଛିତ ରଖିତ୍ବାର ଉପାୟ ମଧ୍ୟ କରାଯିବା ଦରକାର। ଏବେ ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବାରେ ବିକଶିତ ଟେକ୍ନୋଲୋଜିର ଅଭାବ ରହିଥିବାବେଳେ ଏଭଳି ପଦ୍ଧତିର ଅବଶ୍ୟକତା ରହିଛି। ତେବେ ଏହି ସମସ୍ୟା ଦୂର କରିବା ଲାଗି କିଏ ଖର୍ଚ୍ଚ ବହନ କରିବ। ଅନେକେ ଯୁକ୍ତି ବାଢ଼ନ୍ତି ଯେ,ଯେଉଁ ଦେଶ ବା କମ୍ପାନୀଗୁଡ଼ିକ ବିଶ୍ୱରେ ଅଧିକ କାର୍ବନ ଡାଇଅକ୍ସାଇଡ ନିର୍ଗତ କରୁଛନ୍ତି ସେମାନେ ଦାୟୀ ଓ ସେମାନେ କାର୍ବନ ଡାଇଅକ୍ସାଇଡ ଅପସାରଣ କରିବାର ଦାୟିତ୍ୱ ବହନ କରିବା ଉଚିତ।
କୋପ୍‌-୨୬ ଜଳବାୟୁ ସମ୍ମିଳନୀରେ ନିଶ୍ଚିତ ଭାବେ ଏହି ସବୁ ସମସ୍ୟାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ବିଭିନ୍ନ ଦେଶର ସରକାର ଏବଂ ବିଶ୍ୱ ସ୍ତରୀୟ ଶିଳ୍ପଗୁଡ଼ିକ ସମାନ ଭାବେ ନିର୍ଗମନ ହ୍ରାସ କରିବା ଲକ୍ଷ୍ୟରେ କାର୍ଯ୍ୟ କରିବା ଉଚିତ। କେବଳ ଭବିଷ୍ୟତରେ ଏହା କରିବାର ପ୍ରତିବଦ୍ଧତା ପ୍ରକାଶ କଲେ ତାହା କେବେ ବି ଗ୍ରହଣୀୟ ହେବ ନାହିଁ। ନିରନ୍ତର ତଥା ପରିବେଶ ଉପଯୋଗୀ ବିକାଶ ମାର୍ଗଗୁଡ଼ିକୁ ଯଦି ଗ୍ରହଣ କରିବାରେ ଆମେ ବିଫଳ ହେବା ତେବେ ବିଶ୍ୱ ତାପନକୁ ସୁରକ୍ଷିତ ସ୍ତରରେ ରଖିବା ଆମ ପାଇଁ କଠିନ ହୋଇଯିବ। କୌଣସି ପ୍ରକାରେ ଆମେ ଯଦି ବାର୍ଷିକ ନିର୍ଗମନ ହ୍ରାସ କରିପାରିବା, ବାୟୁମଣ୍ଡଳରେ କାର୍ବନଡାଇଅକ୍ସାଇଡ ପରିମାଣ ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହଜ ହେବ। ଏଣୁ ବାର୍ଷିକ ନିର୍ଗମନ କମାଇବା ଉପରେ ଗୁରୁତ୍ୱ ଦେବା ଉଚିତ। ଆମେ ସମ୍ମୁଖୀନ ହେଉଥିବା ସଙ୍କଟର ଗମ୍ଭୀରତାକୁ ବୁଝିବା ଉଚିତ। ସମାଧାନର ଆବଶ୍ୟକତାକୁ ମଧ୍ୟ ସବୁ ଦେଶର ନେତାମାବେ ହୃଦୟଙ୍ଗମ କରିବା ଦରକାର। ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଓ ସମନ୍ବିତ ପଦକ୍ଷେପ ଲୋଡ଼ା। ଆଗାମୀ ପିଢ଼ି କେବଳ ଆମ ଉପରେ ନିର୍ଭର କରୁନାହାନ୍ତି, ଯେଉର୍ଁମାନେ କି ଆମ କାର୍ଯ୍ୟରେ ପ୍ରଭାବିତ ହେବେ। ଲକ୍ଷ ଲକ୍ଷ ଲୋକ ଜଳବାୟୁ ପରବର୍ତ୍ତନ ଜନିତ ଅତ୍ୟଧିକ ଉତ୍ତାପ,ବନାଗ୍ନି, ବନ୍ୟା, ମରୁଡ଼ି ଏବଂ ଝଡର ଯନ୍ତ୍ରଣା ମଧ୍ୟ ସହୁଛନ୍ତି। କାଲିଫର୍ନିଆ ଏବଂ ଟେକ୍ସାସ୍‌ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଆଫ୍ରିକା, ଏସିଆ ଏବଂ ମଧ୍ୟପ୍ରାଚ୍ୟ; ଜଳବାୟୁ ସଙ୍କଟର ପ୍ରଳୟଙ୍କରୀ ପରିଣାମ ବଢ଼ିବାରେ ଲାଗିଛି। ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାର ଆମର ଯେତିକି କ୍ଷତି ହେଉଛି ବା ହେବ, ତା’ତୁଳନାରେ ନିର୍ଗମନ ହ୍ରାସ କରିବାରେ ବିଫଳତା ଜନିତ କ୍ଷତି ଢ଼େର ବେଶି ହୋଇଯିବ।
ସିଇଓ, ରକି ମାଉଣ୍ଟେନ୍‌ ଇନ୍‌ଷ୍ଟିଚ୍ୟୁଟ(ଆର୍‌ଏମ୍‌ଆଇ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆମେରିକାରେ ଚାକିରି ପାଇବା କିଛି କମ୍‌ କଥା ନୁହେଁ। ଏମିତି ଏକ ଚାକିରି ପାଇଥିଲେ କିରୁ ମୟିକାପିଲାଇ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ସେ...

ସୁଖ କେଉଁଠି ଥାଏ

ମୋହନ ଚରଣ ବିଷି ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍‌ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି...

ଇଡିରେ ବି ଗୋଷ୍ଠୀ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବି କ’ଣ ସିବିଆଇ ବାଟରେ ଯାଉଛି? ନିକଟରେ ଜଣେ ବରିଷ୍ଠ ତଦନ୍ତ ଅଧିକାରୀଙ୍କୁ ନେଇ ଦେଖାଦେଇଥିବା...

ଏଇ ଭାରତରେ

ବାଘ ନାଁ ଶୁଣିଲେ ଭୟ ଲାଗେ, କିନ୍ତୁ ଲଦାଖର ଖେନରାବ ଫୁନ୍‌ଷ୍ଟୋଗଙ୍କ ବରଫ ଚିତାବାଘ ଉଦ୍ଧାର କରିବାରେ ଲାଗିଛନ୍ତି। ଖାଲି ହାତରେ ଅର୍ଥାତ ଆମତ୍ ରକ୍ଷା...

ବିପ୍ଳବଙ୍କ ଭୟ

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ୍‌-ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି)ର ଏକ ଟିମ୍‌ ନିକଟରେ ତ୍ରିପୁରା ଗସ୍ତରେ ଯାଇଥିଲା। ରାଜ୍ୟର କେତେକ ସ୍ଥାନ ବୁଲି ସେଠାକାର...

ପ୍ରାଣୀମାନଙ୍କ ଅଦ୍ଭୁତ ବୁଦ୍ଧି

ମାନେକା ଗାନ୍ଧୀ ‘ସୋଫିସ୍‌ ଚଏସ୍‌’ ବହି କିମ୍ବା ଫିଲ୍ମରେ ପ୍ରମୁଖ ଚରିତ୍ର ବା ନାୟକଙ୍କୁ ତାଙ୍କ ଦୁଇ ପିଲାଙ୍କ ଜୀବନ ମଧ୍ୟରୁ ଗୋଟିକୁ ବାଛିବାକୁ ବାଧ୍ୟ...

ମନ୍ତ୍ରୀ ନା ସଚିବ, କିଏ ଚଳାଉଛି ସରକାର

ସହଦେବ ସାହୁ ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଶୁଣି ପାଠକମାନେ ଭାବୁଥିବେ ଆମ ମୁଖ୍ୟମନ୍ତ୍ରୀ କ’ଣ...

ବ୍ୟର୍ଥ ପ୍ରୟାସ

ରାଜସ୍ବ ହ୍ରାସକୁ ଦୃଷ୍ଟିରେ ରଖି ଏବଂ ଆରମ୍ଭ କରାଯାଇଥିବା ଆଣ୍ଟି-କୋଭିଡ୍‌-୧୯ କାର୍ଯ୍ୟକ୍ରମଗୁଡ଼ିକ ଲାଗି ଆବଶ୍ୟକ ବ୍ୟୟଭାର ବହନ କରିବା ପାଇଁ ରାଜ୍ୟ ସରକାର ଗତ ସପ୍ତାହରେ...

Advertisement
Archives

Model This Week