Posted inଜାତୀୟ

ଜାତୀୟ ପ୍ରତୀକକୁ ବିକୃତ କରିଛି କେନ୍ଦ୍ର: ବିରୋଧୀ

ନୂଆଦିଲ୍ଲୀ, ୧୩।୭: ନୂଆ ପାର୍ଲାମେଣ୍ଟ ଭବନ ଛାତ ଉପରେ ତିଆରି ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ତେବେ ଉକ୍ତ ନବନିର୍ମିତ ସିଂହକୁ ନେଇ ବିବାଦ ଦେଖାଦେଇଛି। ଅଶୋକ ସ୍ତମ୍ଭରେ ପୂର୍ବରୁ ସୁନ୍ଦର ଏବଂ ବାସ୍ତବରେ ଆତ୍ମବିଶ୍ୱାସୀ ଥିବା ସିଂହକୁ କେନ୍ଦ୍ରର ଭାଜପା ସରକାର ବିକୃତ କରିଥିବା ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅନାବରଣ କରିଥିବା ସିଂହକୁ ଭଲ କରି ଦେଖନ୍ତୁ। ଏହା ବାସ୍ତବରେ ମହାନ୍‌ ସାରନାଥ ‘ଲାୟନ କ୍ୟାପିଟାଲ ଅଫ୍‌ ଅଶୋକ’ର ମୂର୍ତ୍ତିକୁ ପ୍ରତିଫଳନ କରୁଛି ନା ତାହାର ବିକୃତି କରାଯାଇଛି ତାହା ଯାଞ୍ଚ କରନ୍ତୁ। ଏଥିରେ ଆବଶ୍ୟକ ସଂଶୋଧନ କରାଯାଉ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟୁଇଟ୍‌ କରିଛନ୍ତି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଭା ସଦସ୍ୟ ଜଓ୍ବାହର ସିରକର ଟୁଇଟ୍‌ରେ ଦୁଇ ପ୍ରକାର ଜାତୀୟ ପ୍ରତୀକର ଫଟୋ ଶେୟାର କରିଛନ୍ତି। ଅଶୋକ ସ୍ତମ୍ଭର ସିଂହ ପ୍ରତିକୃତିର ପୂର୍ବ ଏବଂ ନୂଆ ଫଟୋକୁ ତୁଳନାତ୍ମକ ଭାବେ ଦର୍ଶାଇ ଲେଖିଛନ୍ତି, ଆମ ଜାତୀୟ ପ୍ରତୀକକୁ ଅପମାନିତ କରାଯାଇଛି। ପ୍ରକୃତ ଅଶୋକ ସିଂହ ଶାନ୍ତ ଏବଂ ସ୍ଥିର ଦେଖାଯାଉଥିବାବେଳେ ମୋଦି ଭର୍ସନର ନୂଆ ସ୍ତମ୍ଭରେ ତାହା ଆକ୍ରମଣାତ୍ମକ ଓ ଅନୁପଯୁକ୍ତ ଲାଗୁଛି। ଏହା ଲଜ୍ଜାର କଥା ବୋଲି ସେ କହିଛନ୍ତି। କେତେଜଣ ଐତିହାସକାର ଏବଂ ସାମାଜିକ କର୍ମୀ ମଧ୍ୟ ରାଷ୍ଟ୍ରୀୟ ଚିହ୍ନର ନୂଆ ରୂପକୁ ନେଇ ପ୍ରତିବାଦ ଜଣାଇଛନ୍ତି। ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କିମ୍ବା ପରିବର୍ତ୍ତନ ଗ୍ରହଣୀୟ ନୁହେଁ। ଆମ ଲାୟନ୍‌ ଉଗ୍ର ଏବଂ କ୍ରୋଧପୂର୍ଣ୍ଣ ଦେଖାଯିବା କ’ଣ ଆବଶ୍ୟକ ରହିଛି ବୋଲି ଐତିହାସକାର ଏସ୍‌. ଇରଫାନ୍‌ ହବିବ୍‌ କହିଛନ୍ତି। ‘ମହାତ୍ମା ଗାନ୍ଧୀଙ୍କଠାରୁ ନାଥୁରାମ ଗଡ୍‌ସେ, ଶାନ୍ତ ସ୍ବଭାବର ଜାତୀୟ ସ୍ତମ୍ଭର ସିଂହରୁ ନୂଆ ପାର୍ଲାମେଣ୍ଟ ସେଣ୍ଟ୍ରାଲ ଭିଷ୍ଟା ଅଶୋକ ସିଂହର କ୍ରୋଧିତ ରୂପ। ଏହା ହିଁ ମୋଦିଙ୍କ ନୂଆ ଭାରତ ବୋଲି କହି ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ କେନ୍ଦ୍ରର ଭାଜପା ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଶୋକ ସ୍ତମ୍ଭରେ ସିଂହର ପ୍ରକୃତି ଏବଂ ଚରିତ୍ରକୁ ବଦଳାଇବା ଭାରତର ଏହି ରାଷ୍ଟ୍ରୀୟ ଚିହ୍ନ ପ୍ରତି ଘୋର ଅପମାନ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି। ନୂଆ ସ୍ତମ୍ଭରେ ନରଭକ୍ଷୀ ପ୍ରକୃତି ଦେଖିବାକୁ ମିଳିଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି। ଆମ୍‌ ଆଦମୀ ପାର୍ଟି (ଏଏପି) ମଧ୍ୟ ନୂଆ ସ୍ତମ୍ଭର ପ୍ରତିରୂପକୁ ନେଇ ଭାଜପା ସରକାର ଉପରେ ଅଙ୍ଗୁଳି ଉଠାଇଛି। କୌଣସି ଐତିହ୍ୟକୁ ବଦଳାଇବା ଉଚିତ ନୁହେଁ ବୋଲି ଏଏପି ନେତା ସଞ୍ଜୟ ଭରଦ୍ୱାଜ କହିଛନ୍ତି। ରାଷ୍ଟ୍ରୀୟ ଚିହ୍ନ ବଦଳାଉଥିବା ବ୍ୟକ୍ତି ରାଷ୍ଟ୍ର ବିରୋଧୀ କି ନୁହେଁ ତାହା ଜବାବ ୧୩୦ କୋଟି ଦେଶବାସୀ ଦିଅନ୍ତୁ ବୋଲି ଶିବସେନା ନେତା ସଞ୍ଜୟ ସିଂ ଟୁଇଟ୍‌ କରିଛନ୍ତି। ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରା ମଧ୍ୟ ପୂର୍ବ କଳାକୃତି ଏବଂ ନୂଆ ଅଶୋକ ସ୍ତମ୍ଭର ଫଟୋ ଟୁଇଟ୍‌ କରିଛନ୍ତି।
ଅଶୋକ ସ୍ତମ୍ଭର ଅନାବରଣ କାର୍ଯ୍ୟକ୍ରମକୁ କୌଣସି ବିରୋଧୀ ଦଳ ନେତାଙ୍କୁ ନ ଡାକିବା ଅସାମ୍ବିଧାନିକ ବୋଲି କଂଗ୍ରେସ, ସିପିଆଇ(ଏମ୍‌), ଏଆଇଏମ୍‌ଆଇଏମ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଏଥିରେ କେବଳ ସରକାରଙ୍କ ଉପସ୍ଥିତି ଏକ୍‌ଜିକ୍ୟୁଟିଭ୍‌ ଏବଂ ଲେଜିସଲେଚର ମଧ୍ୟରେ କ୍ଷମତା ପାର୍ଥକ୍ୟ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ବିରୋଧୀ କହିଛନ୍ତି। ଏଥିସହ ସ୍ତମ୍ଭରେ ସତ୍ୟମେବ ଜୟତେ କେଉଁଠି ଲେଖାଯାଇଛି ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ ବୋଲି ଅଭିଯୋଗ ହୋଇଛି।
ସମାଲୋଚନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
ସେଣ୍ଟ୍ରାଲ ଭିଷ୍ଟା ବିଲ୍ଠିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନାବରଣ ହୋଇଥିବା ଅଶୋକ ସ୍ତମ୍ଭର ସିଂହ ପ୍ରତିରୂପକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ଭାଜପା ଏହାର ଜବାବ ରଖିଛି। ବିରୋଧୀ ଦଳଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଅଭିଯୋଗ ଆଣିଥିବା ଭାଜପା ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି କହିଛନ୍ତି। ୧୫୦ ବର୍ଷ ପୂର୍ବେ ବ୍ରିଟିଶ ଶାସନବେଳେ ହୋଇଥିବା ପାର୍ଲାମେଣ୍ଟକୁ ବଦଳାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଏହାର ନୂଆ ସଂସଦ ଭବନ ନିର୍ମାଣ କରୁଛି। ଏଥିରେ ନିରାଶ ହୋଇ ବିରୋଧୀ ଏଭଳି ଅଭିଯୋଗ ଆଣୁଛନ୍ତି। ମୋଦିଙ୍କୁ ଟାର୍ଗେଟ କରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରି ପରିବେଶକୁ କଳୁଷିତ କରିବା ବିରୋଧୀଙ୍କ ଉଦ୍ଦେଶ୍ୟ ବୋଲି ବାଲୁନି କହିଛନ୍ତି। ସାରନାଥର ଏକ ସିଂହ ସହ ନୂଆ ଅଶୋକ ସ୍ତମ୍ଭକୁ ତୁଳନା କରାଯାଉଛି। କିନ୍ତୁ ବିରୋଧୀ ଜାଣିରଖିବା ଉଚିତ ଯେ, ନୂଆ ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର, ଯାହା କି ସାରନାଥର ଉକ୍ତ ଅଶୋକ ସିଂହଠାରୁ ପ୍ରାୟ ୩ ଗୁଣ ବଡ଼। ନରେନ୍ଦ୍ର ମୋଦି ସୋମବାର ସେଣ୍ଟ୍ରାଲ ଭିଷ୍ଟାରେ ନିର୍ମିତ ଅଶୋକସ୍ତମ୍ଭକୁ ଅନାବରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?