Posted inଜାତୀୟ

ଜାତୀୟ ପ୍ରତୀକକୁ ବିକୃତ କରିଛି କେନ୍ଦ୍ର: ବିରୋଧୀ

ନୂଆଦିଲ୍ଲୀ, ୧୩।୭: ନୂଆ ପାର୍ଲାମେଣ୍ଟ ଭବନ ଛାତ ଉପରେ ତିଆରି ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ତେବେ ଉକ୍ତ ନବନିର୍ମିତ ସିଂହକୁ ନେଇ ବିବାଦ ଦେଖାଦେଇଛି। ଅଶୋକ ସ୍ତମ୍ଭରେ ପୂର୍ବରୁ ସୁନ୍ଦର ଏବଂ ବାସ୍ତବରେ ଆତ୍ମବିଶ୍ୱାସୀ ଥିବା ସିଂହକୁ କେନ୍ଦ୍ରର ଭାଜପା ସରକାର ବିକୃତ କରିଥିବା ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅନାବରଣ କରିଥିବା ସିଂହକୁ ଭଲ କରି ଦେଖନ୍ତୁ। ଏହା ବାସ୍ତବରେ ମହାନ୍‌ ସାରନାଥ ‘ଲାୟନ କ୍ୟାପିଟାଲ ଅଫ୍‌ ଅଶୋକ’ର ମୂର୍ତ୍ତିକୁ ପ୍ରତିଫଳନ କରୁଛି ନା ତାହାର ବିକୃତି କରାଯାଇଛି ତାହା ଯାଞ୍ଚ କରନ୍ତୁ। ଏଥିରେ ଆବଶ୍ୟକ ସଂଶୋଧନ କରାଯାଉ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟୁଇଟ୍‌ କରିଛନ୍ତି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଭା ସଦସ୍ୟ ଜଓ୍ବାହର ସିରକର ଟୁଇଟ୍‌ରେ ଦୁଇ ପ୍ରକାର ଜାତୀୟ ପ୍ରତୀକର ଫଟୋ ଶେୟାର କରିଛନ୍ତି। ଅଶୋକ ସ୍ତମ୍ଭର ସିଂହ ପ୍ରତିକୃତିର ପୂର୍ବ ଏବଂ ନୂଆ ଫଟୋକୁ ତୁଳନାତ୍ମକ ଭାବେ ଦର୍ଶାଇ ଲେଖିଛନ୍ତି, ଆମ ଜାତୀୟ ପ୍ରତୀକକୁ ଅପମାନିତ କରାଯାଇଛି। ପ୍ରକୃତ ଅଶୋକ ସିଂହ ଶାନ୍ତ ଏବଂ ସ୍ଥିର ଦେଖାଯାଉଥିବାବେଳେ ମୋଦି ଭର୍ସନର ନୂଆ ସ୍ତମ୍ଭରେ ତାହା ଆକ୍ରମଣାତ୍ମକ ଓ ଅନୁପଯୁକ୍ତ ଲାଗୁଛି। ଏହା ଲଜ୍ଜାର କଥା ବୋଲି ସେ କହିଛନ୍ତି। କେତେଜଣ ଐତିହାସକାର ଏବଂ ସାମାଜିକ କର୍ମୀ ମଧ୍ୟ ରାଷ୍ଟ୍ରୀୟ ଚିହ୍ନର ନୂଆ ରୂପକୁ ନେଇ ପ୍ରତିବାଦ ଜଣାଇଛନ୍ତି। ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କିମ୍ବା ପରିବର୍ତ୍ତନ ଗ୍ରହଣୀୟ ନୁହେଁ। ଆମ ଲାୟନ୍‌ ଉଗ୍ର ଏବଂ କ୍ରୋଧପୂର୍ଣ୍ଣ ଦେଖାଯିବା କ’ଣ ଆବଶ୍ୟକ ରହିଛି ବୋଲି ଐତିହାସକାର ଏସ୍‌. ଇରଫାନ୍‌ ହବିବ୍‌ କହିଛନ୍ତି। ‘ମହାତ୍ମା ଗାନ୍ଧୀଙ୍କଠାରୁ ନାଥୁରାମ ଗଡ୍‌ସେ, ଶାନ୍ତ ସ୍ବଭାବର ଜାତୀୟ ସ୍ତମ୍ଭର ସିଂହରୁ ନୂଆ ପାର୍ଲାମେଣ୍ଟ ସେଣ୍ଟ୍ରାଲ ଭିଷ୍ଟା ଅଶୋକ ସିଂହର କ୍ରୋଧିତ ରୂପ। ଏହା ହିଁ ମୋଦିଙ୍କ ନୂଆ ଭାରତ ବୋଲି କହି ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ କେନ୍ଦ୍ରର ଭାଜପା ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଶୋକ ସ୍ତମ୍ଭରେ ସିଂହର ପ୍ରକୃତି ଏବଂ ଚରିତ୍ରକୁ ବଦଳାଇବା ଭାରତର ଏହି ରାଷ୍ଟ୍ରୀୟ ଚିହ୍ନ ପ୍ରତି ଘୋର ଅପମାନ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି। ନୂଆ ସ୍ତମ୍ଭରେ ନରଭକ୍ଷୀ ପ୍ରକୃତି ଦେଖିବାକୁ ମିଳିଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି। ଆମ୍‌ ଆଦମୀ ପାର୍ଟି (ଏଏପି) ମଧ୍ୟ ନୂଆ ସ୍ତମ୍ଭର ପ୍ରତିରୂପକୁ ନେଇ ଭାଜପା ସରକାର ଉପରେ ଅଙ୍ଗୁଳି ଉଠାଇଛି। କୌଣସି ଐତିହ୍ୟକୁ ବଦଳାଇବା ଉଚିତ ନୁହେଁ ବୋଲି ଏଏପି ନେତା ସଞ୍ଜୟ ଭରଦ୍ୱାଜ କହିଛନ୍ତି। ରାଷ୍ଟ୍ରୀୟ ଚିହ୍ନ ବଦଳାଉଥିବା ବ୍ୟକ୍ତି ରାଷ୍ଟ୍ର ବିରୋଧୀ କି ନୁହେଁ ତାହା ଜବାବ ୧୩୦ କୋଟି ଦେଶବାସୀ ଦିଅନ୍ତୁ ବୋଲି ଶିବସେନା ନେତା ସଞ୍ଜୟ ସିଂ ଟୁଇଟ୍‌ କରିଛନ୍ତି। ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରା ମଧ୍ୟ ପୂର୍ବ କଳାକୃତି ଏବଂ ନୂଆ ଅଶୋକ ସ୍ତମ୍ଭର ଫଟୋ ଟୁଇଟ୍‌ କରିଛନ୍ତି।
ଅଶୋକ ସ୍ତମ୍ଭର ଅନାବରଣ କାର୍ଯ୍ୟକ୍ରମକୁ କୌଣସି ବିରୋଧୀ ଦଳ ନେତାଙ୍କୁ ନ ଡାକିବା ଅସାମ୍ବିଧାନିକ ବୋଲି କଂଗ୍ରେସ, ସିପିଆଇ(ଏମ୍‌), ଏଆଇଏମ୍‌ଆଇଏମ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଏଥିରେ କେବଳ ସରକାରଙ୍କ ଉପସ୍ଥିତି ଏକ୍‌ଜିକ୍ୟୁଟିଭ୍‌ ଏବଂ ଲେଜିସଲେଚର ମଧ୍ୟରେ କ୍ଷମତା ପାର୍ଥକ୍ୟ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ବିରୋଧୀ କହିଛନ୍ତି। ଏଥିସହ ସ୍ତମ୍ଭରେ ସତ୍ୟମେବ ଜୟତେ କେଉଁଠି ଲେଖାଯାଇଛି ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ ବୋଲି ଅଭିଯୋଗ ହୋଇଛି।
ସମାଲୋଚନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
ସେଣ୍ଟ୍ରାଲ ଭିଷ୍ଟା ବିଲ୍ଠିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନାବରଣ ହୋଇଥିବା ଅଶୋକ ସ୍ତମ୍ଭର ସିଂହ ପ୍ରତିରୂପକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ଭାଜପା ଏହାର ଜବାବ ରଖିଛି। ବିରୋଧୀ ଦଳଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଅଭିଯୋଗ ଆଣିଥିବା ଭାଜପା ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି କହିଛନ୍ତି। ୧୫୦ ବର୍ଷ ପୂର୍ବେ ବ୍ରିଟିଶ ଶାସନବେଳେ ହୋଇଥିବା ପାର୍ଲାମେଣ୍ଟକୁ ବଦଳାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଏହାର ନୂଆ ସଂସଦ ଭବନ ନିର୍ମାଣ କରୁଛି। ଏଥିରେ ନିରାଶ ହୋଇ ବିରୋଧୀ ଏଭଳି ଅଭିଯୋଗ ଆଣୁଛନ୍ତି। ମୋଦିଙ୍କୁ ଟାର୍ଗେଟ କରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରି ପରିବେଶକୁ କଳୁଷିତ କରିବା ବିରୋଧୀଙ୍କ ଉଦ୍ଦେଶ୍ୟ ବୋଲି ବାଲୁନି କହିଛନ୍ତି। ସାରନାଥର ଏକ ସିଂହ ସହ ନୂଆ ଅଶୋକ ସ୍ତମ୍ଭକୁ ତୁଳନା କରାଯାଉଛି। କିନ୍ତୁ ବିରୋଧୀ ଜାଣିରଖିବା ଉଚିତ ଯେ, ନୂଆ ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର, ଯାହା କି ସାରନାଥର ଉକ୍ତ ଅଶୋକ ସିଂହଠାରୁ ପ୍ରାୟ ୩ ଗୁଣ ବଡ଼। ନରେନ୍ଦ୍ର ମୋଦି ସୋମବାର ସେଣ୍ଟ୍ରାଲ ଭିଷ୍ଟାରେ ନିର୍ମିତ ଅଶୋକସ୍ତମ୍ଭକୁ ଅନାବରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri