Posted inଜାତୀୟ

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଗାଡ଼ି ସମ୍ବନ୍ଧୀୟ ଅନଲାଇନ ସେବା ଫ୍ରିଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବକେୟା ଇ-ଚାଲାଣ ଥିବା ଗାଡ଼ିଗୁଡ଼ିକୁ କେନ୍ଦ୍ରୀୟ ‘ପରିବହନ’ ପୋର୍ଟାଲରେ ବ୍ଲାକ୍‌ଲିଷ୍ଟ କରିବାକୁ ମଧ୍ୟ କୁହାଯାଇଛି।

ଜଷ୍ଟିସ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ରୋଡ ସେଫ୍ଟି ସମ୍ପର୍କିତ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ କେବଳ ବହୁ ସଂଖ୍ୟାରେ ଇ-ଚାଲାଣ ଜାରି କରିଦେଲେ ହେବ ନାହିଁ, ଜରିମାନା ଆଦାୟ ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ। କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ ପ୍ରାୟ ୪୯,୧୯୪.୦୫ କୋଟି ଟଙ୍କାର ଇ-ଚାଲାଣ ବକେୟା ଥିବାବେଳେ, ସେଥିରୁ ପ୍ରାୟ ୨୬,୧୭୫.୦୫ କୋଟି ଟଙ୍କା ଆଦାୟ ହୋଇଛି।

PUC ସାର୍ଟିଫିକେଟ: ବକେୟା ଟ୍ରାଫିକ ଜରିମାନା ଥିଲେ ଗାଡ଼ିର ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ (PUC) ସାର୍ଟିଫିକେଟ ଜାରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରିବହନ ପୋର୍ଟାଲରେ ବ୍ଲାକ୍ଲିଷ୍ଟ: ବକେୟା ଇ-ଚାଲାଣ ଥିବା ଗାଡ଼ିକୁ ‘ପରିବହନ’ ପୋର୍ଟାଲରେ ବ୍ଲାକ୍ଲିଷ୍ଟ କରାଯିବ। ଏହା ଫଳରେ ଗାଡ଼ିର ମାଲିକାନା ହସ୍ତାନ୍ତର ଭଳି ସେବା ପ୍ରଭାବିତ ହୋଇପାରେ।

RC ଓ ଫିଟନେସ: ରେଜିଷ୍ଟ୍ରେସନ ସମ୍ବନ୍ଧୀୟ କିଛି ସେବା, ଯେପରିକି ରେଜିଷ୍ଟ୍ରେଶନ ନବୀକରଣ, ଡୁପ୍ଲିକେଟ RC, ଠିକଣା ପରିବର୍ତ୍ତନ ଏବଂ ଫିଟନେସ ସାର୍ଟିଫିକେଟ ଭଳି ସେବାକୁ ବକେୟା ଜରିମାନା ସହ ଯୋଡ଼ାଯିବ।

ଡ୍ରାଇଭିଂ ଲାଇସେନ୍ସ: ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ନବୀକରଣ ଉପରେ ରୋକ ଲଗାଇବା ସହ ଚାଲୁ ଲାଇସେନ୍ସ ସସ୍ପେଣ୍ଡ କରିବା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଅଧିକ ପ୍ରଭାବଶାଳୀ ଭାବେ ଟ୍ରାଫିକ ଜରିମାନା ଆଦାୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଅନପେଡ ଇ-ଚାଲାଣ ଥିବା ଗାଡ଼ିଗୁଡ଼ିକ ବିରୋଧରେ ଯାଞ୍ଚ ସମୟରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
ଏହି ନିର୍ଦ୍ଦେଶର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାଫିକ ନିୟମ ଉଲ୍ଲଂଘନ ପରେ କେବଳ ଇ-ଚାଲାଣ ଜାରି କରିବା ନୁହେଁ, ବରଂ ବକେୟା ଜରିମାନାର ପ୍ରଭାବଶାଳୀ ଆଦାୟ ସୁନିଶ୍ଚିତ କରିବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?