ଓଡ଼ିଶାର ବିସ୍ମୟ ପ୍ରତିଭା ଦାସିଆ ଅଜା

ନୟାଗଡ଼ ଅଫିସ,୧୩।୭: ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ସାରସ୍ବତ ସାଧକ, ନିଷ୍ଠାପର ସାମାଜିକ କର୍ମୀ ଦାସିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ଥିଲେ ଓଡ଼ିଶାର ବିସ୍ମୟ ପ୍ରତିଭା। ୯୦ ବର୍ଷ ବୟସରେ ବି ସେ ଖବରକାଗଜ ପଢ଼ୁଥିବା ବେଳେ ନିଜର ସଂଗ୍ରାହକ ବୃତ୍ତି ଜାରି ରଖିଥିଲେ। ୨୭ ବର୍ଷ ତଳର ଏକ ଭିଡିଓ ବଖାଣୁଛି ଦାସିଆ ଅଜାଙ୍କ ସେ ସମୟର ବିରଳ ଦୃଶ୍ୟ। ଏଥିରେ ଜବକାଚ ପକାଇ ସେ ଧରିତ୍ରୀ ପଢ଼ୁଥିବା ବେଳେ ଡାକ ଟିକେଟ ସଂଗ୍ରହ କରୁଥିବାର ଦୃଶ୍ୟ ରହିଛି। ୧୦ ପଇସାର ରାଜା ଦାସିଆ ଅଜା ଥିଲେ ଜଣେ ସାଧାରଣ ମଣିଷ। ତାଙ୍କର ସାଧାରଣ ବେଶ ପୋଷାକ ଦେଖିଲେ କେହି କହିବେନି ସେ ଥିଲେ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ। ଏହି ମହନୀୟ ବ୍ୟକ୍ତିତ୍ୱ ମୁଠାଏ ମୁଢ଼ି ଓ କପେ ନାଲି ଚା’ରେ ବେଶ ଖୁସି ରହୁଥିଲେ। ଦାସିଆ ଅଜା ବାହାରକୁ ବାହାରିଲେ କାନ୍ଧରେ ଝୁଲାମଣି ସହିତ ହାତରେ ଶୋଭା ପାଉଥିଲା ଠେଙ୍ଗା। ନୟାଗଡ଼ ଜିଲା ନୂଆଗଁା ବ୍ଳକର ଉଦୟପୁର ଗଁାର ଏହି ବ୍ୟକ୍ତିତ୍ୱ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପୁସ୍ତକ, ପତ୍ରପତ୍ରିକା, ପୋଥି, ବିଭିନ୍ନ ଖବରକାଗଜ, ପୁରୁଣା ଉପକରଣ ସଂଗ୍ରହ କରି ସେ ଉଦୟପୁରରେ ପ୍ରତିଷ୍ଠା କରିଥିଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର। ସେଠାରେ ବିଭିନ୍ନ ଭାଷାର ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ, ପତ୍ର ପତ୍ରିକା, ତାଳପତ୍ର ପୋଥି ଓ ବିଭିନ୍ନ ଦୁର୍ଲଭ ସାମଗ୍ରୀ ରହିଛି। ୧୯୦୭ ଜୁଲାଇ ୧୨ରେ ନୟାଗଡ଼ ଜିଲାରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ୍‌ ବ୍ୟକ୍ତିତ୍ୱ ଜିଲା ପାଇଁ ଆଲୋକବର୍ତ୍ତିକା ହୋଇ ରହିଛନ୍ତି। ପ୍ରତିଦିନ ସେ ୧୦୦ରୁ ଊର୍ଦ୍ଧ୍ୱ ପୋଷ୍ଟ କାର୍ଡ ଚିଠି ଲେଖି ବିଭିନ୍ନ ଲୋକଙ୍କ ପାଖକୁ ପଠାଉଥିଲେ। ତାଙ୍କ ହାତ ଲେଖା ଚିଠି ଖଣ୍ଡିକ ଯିଏ ପାଉଥିଲେ ସିଏ ନିଜକୁ ଭାଗ୍ୟବାନ ମଣୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆଦିବାସୀ

ଜମନକିରା,୭ା୧୧(ଡି.ଏନ.ଏ.): ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ସୋମବାର ଜମନକିରା ବ୍ଲକ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିବା ରାସ୍ତାରୋକୋ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, ବ୍ଲକର...

ମଦ ବିରୋଧରେ ତାତିଲେ ମହିଳା

ଫୁଲବାଣୀ ଅଫିସ, ୨୯ା୮-ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମରେ ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ କାରବାର ଚାଲିଛି ା ଥାନା ପାଖରୁ ମାତ୍ର ଅଳ୍ପ ଦୂରରେ...

୮ଦିନ ମଧ୍ୟରେ ଯୋଗାଣ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ, ୨୧।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମରେ ପାନୀୟ ଜଳ ସଙ୍କଟକୁ ନେଇ ବୁଧବାର ଶତାଧିକ ମହିଳା ଗରା, ବାଲ୍‌ତି ଧରି ରାସ୍ତା...

ପୃଥକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦାରିଙ୍ଗବାଡ଼ି,୫।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ଅଞ୍ଚଳରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା କାଜୁରିପାଙ୍ଗା...

ବୁଗୁଡ଼ାରେ ଶଟ୍‌ଡାଉନ୍‌ ଶେଷ ଦିନ: ପୋଲିସ, ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥ୍ୟା

ବୁଗୁଡ଼ା,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ୮ ଦିନିଆ ଶଟଡାଉନ। ମଙ୍ଗଳବାର ଶଟଡାଉନ...

ଭିତରକନିକା ଦେଇ କୋଇଲା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୦: ବନ୍ୟ ଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା...

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ମାଳି, ୪ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଉଦଳା,୨୭।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଉଦଳା ଉଦ୍ୟାନ ବିଭାଗ ମାଳି ଉଦ୍ଧବ ବେହେରା। ଶୁକ୍ରବାର ଉଦ୍ଦବଙ୍କ ୪ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍‌...

ଭଞ୍ଜନଗରରେ ପାୱାର କଟ୍‌, ଲୋକେ ଛଟପଟ

ଭଞ୍ଜନଗର,୨୪।୪(ଡି.ଏନ.ଏ): ରାଜ୍ୟରେ ଯେତିକି ପରିମାଣର ବିଦ୍ୟୁତ୍‌ ଆବଶ୍ୟକ ବର୍ତ୍ତମାନ ସେହି ଅନୁପାତରେ ବିଦ୍ୟୁତ୍‌ ଉପତ୍ାଦନ ହେଉନାହିଁ। ତେଣୁ ପାୱାର କଟ୍‌ ହେଉଛି। ଭଞ୍ଜନଗରରେ ଦିନକୁ ୩ଥର ପାୱାର...

Advertisement
Archives

Model This Week