ଓଡ଼ିଶାର ବିସ୍ମୟ ପ୍ରତିଭା ଦାସିଆ ଅଜା

ନୟାଗଡ଼ ଅଫିସ,୧୩।୭: ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ସାରସ୍ବତ ସାଧକ, ନିଷ୍ଠାପର ସାମାଜିକ କର୍ମୀ ଦାସିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ଥିଲେ ଓଡ଼ିଶାର ବିସ୍ମୟ ପ୍ରତିଭା। ୯୦ ବର୍ଷ ବୟସରେ ବି ସେ ଖବରକାଗଜ ପଢ଼ୁଥିବା ବେଳେ ନିଜର ସଂଗ୍ରାହକ ବୃତ୍ତି ଜାରି ରଖିଥିଲେ। ୨୭ ବର୍ଷ ତଳର ଏକ ଭିଡିଓ ବଖାଣୁଛି ଦାସିଆ ଅଜାଙ୍କ ସେ ସମୟର ବିରଳ ଦୃଶ୍ୟ। ଏଥିରେ ଜବକାଚ ପକାଇ ସେ ଧରିତ୍ରୀ ପଢ଼ୁଥିବା ବେଳେ ଡାକ ଟିକେଟ ସଂଗ୍ରହ କରୁଥିବାର ଦୃଶ୍ୟ ରହିଛି। ୧୦ ପଇସାର ରାଜା ଦାସିଆ ଅଜା ଥିଲେ ଜଣେ ସାଧାରଣ ମଣିଷ। ତାଙ୍କର ସାଧାରଣ ବେଶ ପୋଷାକ ଦେଖିଲେ କେହି କହିବେନି ସେ ଥିଲେ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ। ଏହି ମହନୀୟ ବ୍ୟକ୍ତିତ୍ୱ ମୁଠାଏ ମୁଢ଼ି ଓ କପେ ନାଲି ଚା’ରେ ବେଶ ଖୁସି ରହୁଥିଲେ। ଦାସିଆ ଅଜା ବାହାରକୁ ବାହାରିଲେ କାନ୍ଧରେ ଝୁଲାମଣି ସହିତ ହାତରେ ଶୋଭା ପାଉଥିଲା ଠେଙ୍ଗା। ନୟାଗଡ଼ ଜିଲା ନୂଆଗଁା ବ୍ଳକର ଉଦୟପୁର ଗଁାର ଏହି ବ୍ୟକ୍ତିତ୍ୱ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପୁସ୍ତକ, ପତ୍ରପତ୍ରିକା, ପୋଥି, ବିଭିନ୍ନ ଖବରକାଗଜ, ପୁରୁଣା ଉପକରଣ ସଂଗ୍ରହ କରି ସେ ଉଦୟପୁରରେ ପ୍ରତିଷ୍ଠା କରିଥିଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର। ସେଠାରେ ବିଭିନ୍ନ ଭାଷାର ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ, ପତ୍ର ପତ୍ରିକା, ତାଳପତ୍ର ପୋଥି ଓ ବିଭିନ୍ନ ଦୁର୍ଲଭ ସାମଗ୍ରୀ ରହିଛି। ୧୯୦୭ ଜୁଲାଇ ୧୨ରେ ନୟାଗଡ଼ ଜିଲାରେ ଜନ୍ମ ଗ୍ରହଣ କରିଥିବା ଏହି ମହାନ୍‌ ବ୍ୟକ୍ତିତ୍ୱ ଜିଲା ପାଇଁ ଆଲୋକବର୍ତ୍ତିକା ହୋଇ ରହିଛନ୍ତି। ପ୍ରତିଦିନ ସେ ୧୦୦ରୁ ଊର୍ଦ୍ଧ୍ୱ ପୋଷ୍ଟ କାର୍ଡ ଚିଠି ଲେଖି ବିଭିନ୍ନ ଲୋକଙ୍କ ପାଖକୁ ପଠାଉଥିଲେ। ତାଙ୍କ ହାତ ଲେଖା ଚିଠି ଖଣ୍ଡିକ ଯିଏ ପାଉଥିଲେ ସିଏ ନିଜକୁ ଭାଗ୍ୟବାନ ମଣୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?