Posted inଫୁରସତ

ଭୟଙ୍କର ଦୃଶ୍ୟ: ଟ୍ରେନ୍‌ ଟ୍ରାକ୍‌ରେ ପଶିଗଲା କାର୍‌, ଆଉ ତା’ ପରେ…

ଆପଣ ନିଶ୍ଚିତ ଭାବରେ ଟ୍ରେନ୍‌ କିମ୍ବା ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓଟି ଚାଇନାରୁ ଆସିଛି। ଏକ ଟ୍ରକ କାର୍‌କୁ ରେଳଟ୍ରାକ୍‌ ମଧ୍ୟକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ହୋଇଉଠିବ।

ଏହି ଭିଡିଓର ପ୍ରତ୍ୟେକ ଫ୍ରେମ୍‌ ଦେଖିବାକୁ ମିଳିଛି। ଏକ ରେଳ କ୍ରସିଂରେ ଟ୍ରେନ୍‌ ପହଞ୍ଚିବାକୁ ଯାଉଛି। ତେଣୁ ସୁରକ୍ଷାକୁ ଧ୍ୟାନରେ ରଖି ଗେଟ୍‌ ବନ୍ଦ ରହିଛି। ଗେଟ୍‌ ପଡ଼ିବା ପୂର୍ବରୁ ଏକ କାର୍‌ ଅତିକ୍ରମ କରିବା ସମୟରେ ପଛରୁ ଆସୁଥିବା ଟ୍ରକ୍‌ ଗେଟ୍‌ ଭାଙ୍ଗି କାର୍‌କୁ ଆଗକୁ ଠେଲି ଦେଇଥିଲା। ଫଳରେ କାର୍‌ଟି ଟ୍ରାକ୍‌ ମଧ୍ୟକୁ ଚାଲିଯାଇଥିଲା। ସଙ୍ଗେ ସଙ୍ଗେ କାର୍‌ରେ ଯାଉଥିବା ଜଣେ ବ୍ୟକ୍ତି ବାହାରକୁ ଆସି ଟ୍ରକ୍‌ ଚାଳକଙ୍କୁ ତାଗିଦ କରୁଥିବାର ଦେଖିବାକୁ ମିଳେ। ଏହି ସମୟରେ ଟ୍ରେନ୍‌ଟି ପଛରୁ ଆସିଯାଇଥାଏ। କିନ୍ତୁ ସେତେବେଳେ କାର୍‌ର ଡ୍ରାଇଭର ତାଙ୍କ ଗାଡ଼ିକୁ ଟିକିଏ ଆଗକୁ ନେଇଯାଇଥିଲେ। ଫଳରେ ଜୀବନ ରକ୍ଷା ହୋଇଯାଇଥିଲା।

ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନେକ ୟୁଜର ପ୍ରଶ୍ନ କରିଛନ୍ତି, ଟ୍ରକ୍‌ ଡ୍ରାଇଭର କାହିଁକି କାର୍‌କୁ ପ୍ରଥମେ ଟ୍ରାକ ମଧ୍ୟକୁ ଠେଲି ଦେଲେ। ଆଉ ଜଣେ ୟୁଜର ଲେଖିଛନ୍ତି, ‘ମୋର ଅନୁମାନ ହେଉଛି ଟ୍ରକ୍‌ର ବ୍ରେକ୍‌ ଫେଲ୍‌ ହୋଇଥିଲା। ଆଉ କିଛି ୟୁଜର ଲେଖିଛନ୍ତି, ସୌଭାଗ୍ୟ ବଶତଃ କାର୍‌ ଚାଳକ ବଞ୍ଚିଗଲେ। ଭିଡିଓଟି ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri