Posted inଫୁରସତ

ଭୟଙ୍କର ଦୃଶ୍ୟ: ଟ୍ରେନ୍‌ ଟ୍ରାକ୍‌ରେ ପଶିଗଲା କାର୍‌, ଆଉ ତା’ ପରେ…

ଆପଣ ନିଶ୍ଚିତ ଭାବରେ ଟ୍ରେନ୍‌ କିମ୍ବା ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓଟି ଚାଇନାରୁ ଆସିଛି। ଏକ ଟ୍ରକ କାର୍‌କୁ ରେଳଟ୍ରାକ୍‌ ମଧ୍ୟକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ହୋଇଉଠିବ।

ଏହି ଭିଡିଓର ପ୍ରତ୍ୟେକ ଫ୍ରେମ୍‌ ଦେଖିବାକୁ ମିଳିଛି। ଏକ ରେଳ କ୍ରସିଂରେ ଟ୍ରେନ୍‌ ପହଞ୍ଚିବାକୁ ଯାଉଛି। ତେଣୁ ସୁରକ୍ଷାକୁ ଧ୍ୟାନରେ ରଖି ଗେଟ୍‌ ବନ୍ଦ ରହିଛି। ଗେଟ୍‌ ପଡ଼ିବା ପୂର୍ବରୁ ଏକ କାର୍‌ ଅତିକ୍ରମ କରିବା ସମୟରେ ପଛରୁ ଆସୁଥିବା ଟ୍ରକ୍‌ ଗେଟ୍‌ ଭାଙ୍ଗି କାର୍‌କୁ ଆଗକୁ ଠେଲି ଦେଇଥିଲା। ଫଳରେ କାର୍‌ଟି ଟ୍ରାକ୍‌ ମଧ୍ୟକୁ ଚାଲିଯାଇଥିଲା। ସଙ୍ଗେ ସଙ୍ଗେ କାର୍‌ରେ ଯାଉଥିବା ଜଣେ ବ୍ୟକ୍ତି ବାହାରକୁ ଆସି ଟ୍ରକ୍‌ ଚାଳକଙ୍କୁ ତାଗିଦ କରୁଥିବାର ଦେଖିବାକୁ ମିଳେ। ଏହି ସମୟରେ ଟ୍ରେନ୍‌ଟି ପଛରୁ ଆସିଯାଇଥାଏ। କିନ୍ତୁ ସେତେବେଳେ କାର୍‌ର ଡ୍ରାଇଭର ତାଙ୍କ ଗାଡ଼ିକୁ ଟିକିଏ ଆଗକୁ ନେଇଯାଇଥିଲେ। ଫଳରେ ଜୀବନ ରକ୍ଷା ହୋଇଯାଇଥିଲା।

ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନେକ ୟୁଜର ପ୍ରଶ୍ନ କରିଛନ୍ତି, ଟ୍ରକ୍‌ ଡ୍ରାଇଭର କାହିଁକି କାର୍‌କୁ ପ୍ରଥମେ ଟ୍ରାକ ମଧ୍ୟକୁ ଠେଲି ଦେଲେ। ଆଉ ଜଣେ ୟୁଜର ଲେଖିଛନ୍ତି, ‘ମୋର ଅନୁମାନ ହେଉଛି ଟ୍ରକ୍‌ର ବ୍ରେକ୍‌ ଫେଲ୍‌ ହୋଇଥିଲା। ଆଉ କିଛି ୟୁଜର ଲେଖିଛନ୍ତି, ସୌଭାଗ୍ୟ ବଶତଃ କାର୍‌ ଚାଳକ ବଞ୍ଚିଗଲେ। ଭିଡିଓଟି ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri