ଭିତରକନିକାରେ ଲାଗିଲା କ୍ୟାମେରା

ରାଜନଗର, ୨୭।୧୦(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କର ଗତିବିଧି ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ରାଜନଗର ରେଞ୍ଜର ଘଞ୍ଚ ଜଙ୍ଗଲ ମଧ୍ୟରେ କ୍ୟାମେରା ଖଞ୍ଜା ଯାଇଛି। ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ପର୍ଯ୍ୟାୟକ୍ରମେ ରାଜନଗର ଲୁଣା ଜଙ୍ଗଲ ବନ୍ୟଜୀବ ବନଖଣ୍ଡ ଅଧୀନରେ ଥିବା ସମସ୍ତ ୫ଟି ରେଞ୍ଜର ଜଙ୍ଗଲ ମଧ୍ୟରେ କ୍ୟାମେରା ଲାଗିବ। ଚଳିତବର୍ଷ ପ୍ରଥମଥର ପାଇଁ ଏମ-ସ୍ପ୍ରାଇଟ୍ସ ମୋବାଇଲ ଆପ୍‌ରେ ବନ୍ୟଜନ୍ତୁଙ୍କର ମନିଟରିଂ କରାଯିବ। ଏଥିସହ ବୋଟ ସାହାଯ୍ୟରେ ଭିତରକନିକା ଜୀବଜନ୍ତୁଙ୍କ ମନିଟରିଂ କରାଯିବ ବୋଲି ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।
ରାଜନଗର ରେଞ୍ଜର ସୁନେଇ ରୂପେଇ, ରାଜାବନ୍ଧ, ଅଙ୍ଗାରି ଫରେଷ୍ଟ ବ୍ଲକ, ବରୁଣେଇ, ଦୋବନ୍ଧି, ଠାକୁରଡିଆ ଫରେଷ୍ଟ ବ୍ଲକ ମଧ୍ୟରେ କ୍ୟାମେରା ଖଞ୍ଜାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି କ୍ୟାମେରା ଲାଗିଛି। ଜଙ୍ଗଲ ମଧ୍ୟରେ ଥିବା ଗଛରେ ଏହି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାରେ ୨ ମାସ ଯାଏଁ ଭିଡିଓ ଷ୍ଟୋରେଜ ହୋଇ ରହିପାରିବ। ଭିତରକନିକାରେ ଥିବା ଫିସିଂକ୍ୟାଟ, ବଣବିରାଡି, ଚିତାବିରାଡି, ବିଲୁଆ, ହେଟାବାଘ, ପାଣିଓଧ, ଗୋଧ, ଝିଙ୍କ ଆଦି ବନ୍ୟଜୀବଙ୍କ ଗତିବିଧି ନିରୀକ୍ଷଣ କରାଯିବ। ଭିତରକନିକାରେ ପ୍ରକୃତରେ ଏମାନଙ୍କ ସଂଖ୍ୟା କେତେ, ଏମାନଙ୍କ ଜୀବନଶୈଳୀ, ଏମାନଙ୍କର ଖାଦ୍ୟ କ’ଣ, କେଊଁ ଜୀବ ଏକୁଟିଆ ରହିବାକୁ ପସନ୍ଦ କରେ ଏବଂ କେଉଁ ବନ୍ୟଜୀବ ଦଳ ଦଳ ହୋଇ ରହିବାକୁ ପସନ୍ଦ କରନ୍ତି, ସବୁକିଛି କ୍ୟାମେରା ଟ୍ରାପ୍‌ରୁ ଜାଣି ହେବ। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଭାରତୀୟ ବନ୍ୟ ଜୀବ ସଂସ୍ଥା, ଡେରାଡୁନ ମାଧ୍ୟମରେ ବନ୍ୟଜୀବମାନଙ୍କର ଗତିବିଧି ନିରୀକ୍ଷଣ କରାଯାଉଛି। ଭାରତର ସୁନ୍ଦରବନ ମ୍ୟାନଗ୍ରୁଭ ଅଞ୍ଚଳରେ ଏହି କ୍ୟାମେରା ଟ୍ରାପ ଯୋଜନା ଆରମ୍ଭ ହୋଇଥିଲା। ସୁନ୍ଦରବନର ସଫଳତା ପରେ ଭିତରକନିକା ମ୍ୟାନଗ୍ରୁଭ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ ପାଇଁ କ୍ୟାମେରା ଖଞ୍ଜାଯାଇଛି। ଏହି କ୍ୟାମେରା ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ କରିବା ସହ ଭିତରକନିକା ଜାତୀୟ ଉଦ୍ୟାନରେ ଅବାଧ ପ୍ରବେଶ କରୁଥିବା ଶିକାରୀଙ୍କ ଉପରେ ମଧ୍ୟ ଦୃଷ୍ଟି ରଖିବ। କେଉଁ ଫରେଷ୍ଟ ବ୍ଲକ ଅଞ୍ଚଳକୁ କିଏ କିଏ ଯାଇଛନ୍ତି। ସେମାନେ କିପରି ପ୍ରବେଶ କଲେ ଭିଡିଓ ଦେଖିବା ପରେ ଶିକାରୀଙ୍କ ସୂଚନା ବନ ବିଭାଗ ପାଇବା ସହ ଦୃଷ୍ଟି ରଖିବ। ନଭେମ୍ବରରେ ୫ଟି ରେଞ୍ଜର କ୍ଷେତ୍ର କର୍ମଚାରୀମାନଙ୍କୁ ଟ୍ରେନିଂ ସହ କିପରି ମୋବାଇଲ ଆପ୍‌ରେ ବନ୍ୟଜନ୍ତୁମାନଙ୍କ ଗତିବିଧି ନିରୀକ୍ଷଣ କରାଯିବ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଡିଏଫଓ ଡ. ପତି ସୂଚନା ଦେଇଛନ୍ତି। କ୍ୟାମେରା ଲାଗିବା ପରେ ଏହାର ସୁଫଳ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri