ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ମରୁଭୂମିରେ ଓଟ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଦଳେ ଓଟ ମରୁଭୂମିରେ ବୁଲୁଛନ୍ତି। ସେହି ସମୟରେ ଜଣେ ଯୁବକ ଓଟଙ୍କ ପାଖକୁ ଆସି ଗୋଡ ଟେକି ଡ୍ୟାନ୍ସ କରୁଛନ୍ତି। ଏହାପରେ ଓଟ ପଲ ମଧ୍ୟ ଯୁବକଙ୍କ ସହ ମିଶି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Camels can dance pic.twitter.com/dI0Sm1bqOL
— Susanta Nanda IFS (Retd) (@susantananda3) October 13, 2020

