ଆଇପିଏଲ୍‌ରେ ସର୍ବାଧିକଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କଲେ ଏହି ଖେଳାଳି

ଶାରଜା, ୧୩।୧୦: ଚଳିତ ଆଇପିଏଲ୍‌ର ୨୮ତମ ମ୍ୟାଚ୍‌ରେ ସୋମବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ୮୨ ରନର ବୃହତ୍‌ ବ୍ୟବଧାନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆର୍‌ସିବି ଏବି ଡି ଭିଲର୍ସ (୭୩ ରନ୍‌, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ୍‌ ହରାଇ ୧୯୪ ରନ କରିଥିଲା। ଜବାବରେ କୋଲକାତା ୯ ଉଇକେଟ୍‌ ବିନିମୟରେ ମାତ୍ର ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଲାଗି ଡି ଭିଲର୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଡି ଭିଲର୍ସ ଆଇପିଏଲ୍‌ ଇତିହାସରେ ସର୍ବାଧିକଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତିବାର ରେକର୍ଡ କରିଛନ୍ତି। ଆଇପିଏଲ୍‌ରେ ସେ ମୋଟ୍‌ ଉପରେ ୨୨ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହିକ୍ରମରେ ଡି ଭିଲର୍ସ ବାଙ୍ଗାଲୋରର କ୍ରିସ୍‌ ଗେଲ୍‌ (୨୧ଥର)ଙ୍କୁ ପଛରେ ପକାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋଟିଏ ଦିନ ଖେଳ ଛାଡିଦେବି’, ବିରାଟ କୋହଲିଙ୍କ ଭାବପ୍ରବଣ ବୟାନକୁ ନେଇ ହଇଚଇ

ଯେତେବେଳେ ବିରାଟ କୋହଲି ମନ୍ତବ୍ୟ ଦେଇଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ ହେବ,” ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ଏପରି ଏକ ସମୟ ଆସିବ…

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

୪୮ଘଣ୍ଟାରେ ମହଙ୍ଗା ମାଡ଼: ଏବେ ପେଟ୍ରୋଲ-ଗ୍ୟାସ୍‌ର ପାଳି, ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ବଜାରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ, ଭାରତ ସରକାର ଗତ 48 ଘଣ୍ଟା ମଧ୍ୟରେ ତିନୋଟି…

ରାଜଧାନୀରେ ଲଜ୍ଜା: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣବଳାତ୍କାର, ପୀଡ଼ିତା କହିଲେ ୨ ଘଣ୍ଟା ଧରି…

ନୂଆଦିଲ୍ଲୀ,୧୪ା୫: ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ…

ଖୁସି ଖବର, ବନ୍ଦ ହେବ ନାହିଁ LPG ସପ୍ଲାଇ, ଭାରତ ପ୍ରସ୍ତୁତ କଲା 40,000 କୋଟି ଟଙ୍କାର ପ୍ଲାନ

ନୂଆଦିଲ୍ଲୀ,୧୪।୫: ଭାରତରେ ଏକ ଲୋକପ୍ରିୟ କଥା ଅଛି ଯେ ଭବିଷ୍ୟତର ସମାଧାନ ପ୍ରାୟତଃ ଏକ ସଙ୍କଟ ଭିତରେ ଲୁଚି ରହିଛି; କେବଳ ଏହାକୁ ଖୋଜିବା ଆବଶ୍ୟକ। ଇରାନ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri