ବିନା ଫିଟ୍‌ନେସରେ ଚାଲୁଛି ବସ୍‌

କେନ୍ଦୁଝର, ୯।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଉପଯୁକ୍ତ ତଦାରଖ ଅଭାବରୁ ବିନା ଇନସ୍ୟୁରାନ୍ସ ଓ ଫିଟ୍‌ନେସ୍‌ରେ ଯାତ୍ରୀବାହୀ ବସ୍‌ ଚାଲିଛି। ଜିଲା ମୁଖ୍ୟାଳୟ ଦେଇ ଏହି ସବୁ ବସ୍‌ ବେଧଡକ ଚଳାଚଳ କରୁଥିଲେ ହେଁ ଧରପଗଡ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। କାୈଣସି ଅଘଟଣ ବା ଦୁର୍ଘଟଣା ଘଟିଲେ ଯାତ୍ରୀ ମାନେ କିପରି କ୍ଷୟକ୍ଷତି ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯେ କେନ୍ଦୁଝର ଜିଲାରେ ଓ ଜିଲା ଦେଇ ବହୁ ସଂଖ୍ୟାରେ ଘରୋଇ ବସ ଚଳାଚଳ କରୁଛି। ତେବେ କେତେକ ବସ ବିନା ଫିଟନେସ ଓ ଇନସ୍ୟୁରାନ୍ସ ପ୍ରମାଣ ପତ୍ରରେ ବସ ଚଳାଚଳ କରୁଥିବାରୁ ଯାତ୍ରୀଙ୍କ ଧନଜୀବନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ସୂଚନାଯୋଗ୍ୟ, ଜିଲାରେ ବିଭିନ୍ନ ସ୍ଥାନକୁ ଠିକ ଭଡା ନିର୍ଦ୍ଧାରଣ କରାଯାଇ ବିଭିନ୍ନ ବସ ଷ୍ଟାଣ୍ଡ ଓ ଷ୍ଟପ ମାନଙ୍କରେ କିଲୋମିଟର ଓ ଭଡ଼ା ମୂଲ୍ୟ ପ୍ରଦର୍ଶନ କରାଯାଉ ନ ଥିବାରୁ ଯାତ୍ରୀମାନେ ଠକେଇର ଶିକାର ହେଉଛନ୍ତି। ଏହାକୁ ନେଇ ଅନେକ ସମୟରେ ବସ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ। ଅନେକ ସମୟରେ ମାରପିଟ ଭଳି ପରିସ୍ଥିତି ଉପୁଜିଥାଏ। ସେହିପରି ଯୋଡ଼ା/ବଡବିଲ ତଥା ଚମ୍ପୁଆ ଅଂଚଳରୁ ଆସୁଥିବା କେତେକ ବସ୍‌ ଗୁଡିକ ରାତିରେ କେନ୍ଦୁଝର ସହରକୁ ନ ଆସି ବାଲିଆଗୁଡାରୁ ବାଇପାସ ଦେଇ କଟକ/ଭୁବନେଶ୍ୱର ଯାଉଛନ୍ତି। ଫଳରେ କେନ୍ଦୁଝର ଯାତ୍ରୀ ମାନଙ୍କ ରାତିରେ ବାଲିଆଗୁଡା ନିକଟରେ ନିଛାଟିଆ ସ୍ଥାନରେ ଛାଡି ଚାଲିଯାଉଥିବା ଅଭିଯୋଗ ହେଉଛି। ସେହିପରି ବିନା ପରମିଟ ରେ କେତେକ ବସ ଟୋଲ ଫାଙ୍କିବା ସହ ତେଲ ବାବଦକୁ ପଇସା ବଞ୍ଚାଇବାକୁ ଘଟଗାଁ ଦେଇ ନ ଯାଇ ହରିଚନ୍ଦନପୁର ରାସ୍ତାରେ ଯିବା ଆସିବା କରୁଛନ୍ତି। ଏସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତିଙ୍କୁ ପଚାରିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ବିନା ପରମିଟ, ଇନସ୍ୟୁରାନ୍ସ ଓ ଫିଟନେସରେ ଗାଡି ଚଳାଚଳ କରୁଥିଲେ ଧରପଗଡ଼ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri