ବିନା ଫିଟ୍‌ନେସରେ ଚାଲୁଛି ବସ୍‌

କେନ୍ଦୁଝର, ୯।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଉପଯୁକ୍ତ ତଦାରଖ ଅଭାବରୁ ବିନା ଇନସ୍ୟୁରାନ୍ସ ଓ ଫିଟ୍‌ନେସ୍‌ରେ ଯାତ୍ରୀବାହୀ ବସ୍‌ ଚାଲିଛି। ଜିଲା ମୁଖ୍ୟାଳୟ ଦେଇ ଏହି ସବୁ ବସ୍‌ ବେଧଡକ ଚଳାଚଳ କରୁଥିଲେ ହେଁ ଧରପଗଡ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। କାୈଣସି ଅଘଟଣ ବା ଦୁର୍ଘଟଣା ଘଟିଲେ ଯାତ୍ରୀ ମାନେ କିପରି କ୍ଷୟକ୍ଷତି ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯେ କେନ୍ଦୁଝର ଜିଲାରେ ଓ ଜିଲା ଦେଇ ବହୁ ସଂଖ୍ୟାରେ ଘରୋଇ ବସ ଚଳାଚଳ କରୁଛି। ତେବେ କେତେକ ବସ ବିନା ଫିଟନେସ ଓ ଇନସ୍ୟୁରାନ୍ସ ପ୍ରମାଣ ପତ୍ରରେ ବସ ଚଳାଚଳ କରୁଥିବାରୁ ଯାତ୍ରୀଙ୍କ ଧନଜୀବନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ସୂଚନାଯୋଗ୍ୟ, ଜିଲାରେ ବିଭିନ୍ନ ସ୍ଥାନକୁ ଠିକ ଭଡା ନିର୍ଦ୍ଧାରଣ କରାଯାଇ ବିଭିନ୍ନ ବସ ଷ୍ଟାଣ୍ଡ ଓ ଷ୍ଟପ ମାନଙ୍କରେ କିଲୋମିଟର ଓ ଭଡ଼ା ମୂଲ୍ୟ ପ୍ରଦର୍ଶନ କରାଯାଉ ନ ଥିବାରୁ ଯାତ୍ରୀମାନେ ଠକେଇର ଶିକାର ହେଉଛନ୍ତି। ଏହାକୁ ନେଇ ଅନେକ ସମୟରେ ବସ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ। ଅନେକ ସମୟରେ ମାରପିଟ ଭଳି ପରିସ୍ଥିତି ଉପୁଜିଥାଏ। ସେହିପରି ଯୋଡ଼ା/ବଡବିଲ ତଥା ଚମ୍ପୁଆ ଅଂଚଳରୁ ଆସୁଥିବା କେତେକ ବସ୍‌ ଗୁଡିକ ରାତିରେ କେନ୍ଦୁଝର ସହରକୁ ନ ଆସି ବାଲିଆଗୁଡାରୁ ବାଇପାସ ଦେଇ କଟକ/ଭୁବନେଶ୍ୱର ଯାଉଛନ୍ତି। ଫଳରେ କେନ୍ଦୁଝର ଯାତ୍ରୀ ମାନଙ୍କ ରାତିରେ ବାଲିଆଗୁଡା ନିକଟରେ ନିଛାଟିଆ ସ୍ଥାନରେ ଛାଡି ଚାଲିଯାଉଥିବା ଅଭିଯୋଗ ହେଉଛି। ସେହିପରି ବିନା ପରମିଟ ରେ କେତେକ ବସ ଟୋଲ ଫାଙ୍କିବା ସହ ତେଲ ବାବଦକୁ ପଇସା ବଞ୍ଚାଇବାକୁ ଘଟଗାଁ ଦେଇ ନ ଯାଇ ହରିଚନ୍ଦନପୁର ରାସ୍ତାରେ ଯିବା ଆସିବା କରୁଛନ୍ତି। ଏସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତିଙ୍କୁ ପଚାରିବାରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ବିନା ପରମିଟ, ଇନସ୍ୟୁରାନ୍ସ ଓ ଫିଟନେସରେ ଗାଡି ଚଳାଚଳ କରୁଥିଲେ ଧରପଗଡ଼ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା...

ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ

ପାଟଣା ,୨୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କୁଆପଶି ନିକଟରେ ବୁଧବାର ପୂର୍ବାହ୍ନରେ ୨...

ବୈତରଣୀରେ ଅଘଟଣ: ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ପାଟଣା୨୬।୩(ବୀର କିଶୋର ଦାଶ): ହୋଲି ଖେଳ ହେଲା କାଳ। ଜଣେ ୧୫ବର୍ଷୀୟ ନାବାଳକ ହୋଲି ଖେଳି ମଙ୍ଗଳବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ...

ନିଆରା ଢ଼ଙ୍ଗରେ ହୋଲି, ନିଷ୍ପତ୍ତି ଥିଲା ଏମତି…

ପାଟଣା,୨୬।୩(ବୀର କିଶୋର ଦାଶ): ରଙ୍ଗର ପର୍ବ ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ଯୁବକମାନେ। ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସ୍ବାମ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌, ଗାଡ଼ି ଭିତରେ ଚାପିହେଲେ ଡ୍ରାଇଭର

ପାଟଣା,୨୬।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ମୁମ୍ବାଇ କୋଲକାତା ଜାତୀୟ ରାଜପଥ ଧନୁର୍ଜୟପୁର ନିକଟରେ ମଙ୍ଗଳବାର ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri