ସଂଘର୍ଷରତ ମା’ କାନ୍ଧରେ ପରିବାର ବୋଝ

ହଂକଂ,୫ା୫:ଜୟମାଳା ଦେବୀଙ୍କୁ ୧୪ ବର୍ଷ ବୟସରେ ବାହା କରାଇଥିଲେ ମା’ବାପା। ତାଙ୍କ ଉପରେ ସ୍ବାମୀ ଚାପ ପକାଇଚାଲିଥିଲେ ପୁଅ ଜନ୍ମ କରିବାକୁ। ଦୁଇ ପୁଅଙ୍କୁ ଜନ୍ମ ଦେବା ପରେ ଆଗକୁ ବଢ଼ିବା ନାହିଁ ବୋଲି ସେ କହୁଥିଲେ। ଏପରି ଭାବେ ଜୟମାଳା ୭ ପିଲାଙ୍କ ମା’ ହୋଇଗଲେ। ବିହାରରେ ଜୟମାଳାଙ୍କ ଭଳି ଅନେକ କାହାଣୀର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭାରତର ଦରିଦ୍ରତମ ରାଜ୍ୟ ବିହାରରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଠାରେ ପ୍ରାୟ ୧୨୭ ନିୟୁତ ଲୋକ ବସବାସ କରନ୍ତି, ଯାହାକି ମେକ୍ସିକୋ ଜନସଂଖ୍ୟା ସହ ସମାନ।
ଭାରତର ଅର୍ଥନୀତିକୁ ଦେଖିଲେ ମୋଟ ଜନ୍ମହାର ହ୍ରାସ ପାଇଛି। କିନ୍ତୁ ଦାରିଦ୍ର୍ୟ ଓ ଶିଶୁକନ୍ୟା ଜନ୍ମକୁ ନେଇ ରହିଥିବା ପକ୍ଷପାତୀ ମନୋଭାବ ଜାତୀୟ ସ୍ତରରେ ଜନସଂଖ୍ୟା ବୃଦ୍ଧିର କାରଣ ସାଜିଛି। ୭ ପିଲାଙ୍କୁ ନେଇ ଦୈନନ୍ଦିନ ଗୃହକାର୍ଯ୍ୟ ବୁଝିବା ମୋତେ ନିର୍ବୋଧତା ଆଡ଼କୁ ଟାଣିନେଇଛି ବୋଲି କେବେ ନିଜ ଗଁା ମାଟି ଛାଡ଼ି ନ ଥିବା ୩୦ ବର୍ଷୀୟା ଜୟମାଳା ପ୍ରକାଶ କରିଛନ୍ତି। ଜୟମାଳା ଭାବିଥିଲେ ଗୋଟିଏ କି ଦୁଇଟି ଛୁଆ ଜନ୍ମ ପରେ ଆଉ ଆଗକୁ ବଢ଼ିବେ ନାହିଁ। କିନ୍ତୁ ପ୍ରଥମେ ଲଗାତର ଭାବେ ଝିଅ ଜନ୍ମ ହେବାରୁ ପିଲାଙ୍କ ସଂଖ୍ୟା ୭ରେ ପହଞ୍ଚତ୍ୟାଇଛି। ଜୟମାଳାଙ୍କ ଜରାଜୀର୍ଣ୍ଣ କୁଡ଼ିଆ ଘରେ ଏକ ଛୋଟ ଟିଭି ଏବଂ ପୁରୁଣା ପଙ୍ଖା ଲାଗିଛି। ପଲସ୍ତରା ହୋଇ ନ ଥିବା କାନ୍ଥରେ ଝୁଲୁଛି ହିନ୍ଦୁ ଦେବଦେବୀଙ୍କ ଫଟୋ।
ବିହାରରେ କାର୍ଯ୍ୟ ପାଇଁ ଉଚିତ ପାଉଣାର ସୁଯୋଗ ନାହିଁ କହିଲେ ଚଳେ। ଜୟମାଳାଙ୍କ ସ୍ବାମୀ ସୁଭାଷ ଦାଦନ ଖଟିବାକୁ ଦିଲ୍ଲୀ ଯାଇଛନ୍ତି। ଅଣକୁଶଳୀ ଶ୍ରମିକ ସୁଭାଷ ଘରକୁ କିଛି କିଛି ଟଙ୍କା ପଠାଇଥାଆନ୍ତି। ବେଶି ଅର୍ଥ ଉପାର୍ଜନ ପାଇଁ ପରିବାରରେ ଅଧିକ ସଦସ୍ୟ ରହିବା ଆବଶ୍ୟକ ବୋଲି ଏବେ ମଧ୍ୟ ବିହାରରେ ମନେକରାଯାଏ ବୋଲି ଅଣଲାଭକାରୀ ସଂସ୍ଥା ପପୁଲେଶନ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ରାଜ୍ୟ ମୁଖ୍ୟ ପିରାମଲ ଚନ୍ଦ୍ରା କହିଛନ୍ତି। ଅଧିକ ସଂଖ୍ୟକ ପୁଅର ଆବଶ୍ୟକତାକୁ ନେଇ ଧାରଣା ମୁରବିଙ୍କ ସାଂସ୍କୃତିକ ଆକାଂକ୍ଷାକୁ ପ୍ରତିଫଳିତ କରେ। ପୁଅମାନେ ବାହାହୋଇ ପିଲାଛୁଆ ଜନ୍ମ କରିବା ପରେ ମଧ୍ୟ ମା’ବାପାଙ୍କୁ ଆର୍ଥିକ ସହଯୋଗ କରିବେ ବୋଲି ସେମାନେ ଧରିନେଇଥାଆନ୍ତି। ଏଠାରେ ଗୋଟିଏ ପୁଅକୁ ଜନ୍ମ ଦେବା ପରିବାର ତଥା ମା’ ପାଇଁ ସମ୍ମାନ ଓ ଗର୍ବର ବିଷୟ ବୋଲି ପିରାମଲ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଝିଅମାନଙ୍କୁ ସାଧାରଣତଃ ବୋଝ ଓ ଖର୍ଚ୍ଚାନ୍ତ ହେବାର କାରଣ ବୋଲି ଧରିନିଆଯାଏ। କାରଣ ପାରମ୍ପରିକ ବିବାହ ବେଳେ ମା’ବାପା ନିଜ ଝିଅକୁ ଯୌତୁକ ଦେଇଥାନ୍ତି। ଗରିବ ପରିବାରର ମା’ବାପା ଝିଅକୁ ବାଲ୍ୟବିବାହ କରାଇବା ପରେ ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇଥିବା ମନେକରନ୍ତି, ଯାହାକି ଜୟମାଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି କାରଣରୁ ବିହାରରେ ଅଧିକ ସଂଖ୍ୟକ ଛାତ୍ରୀ ପାଠପଢ଼ାରେ ଡୋରି ବାନ୍ଧି ସ୍କୁଲ ଛାଡ଼ିଥାଆନ୍ତି। ରାଜ୍ୟର ମାତ୍ର ୫୫% ମହିଳା ଲେଖିପଢ଼ି ଜାଣନ୍ତି, ଯାହାକି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଭାରତର ସର୍ବନିମ୍ନ ସାକ୍ଷରତା ହାର।
ପିରାମଲଙ୍କ ମତରେ ଏହି ପରିସଂଖ୍ୟାନ ରାଜ୍ୟର ଉଚ୍ଚ ଜନ୍ମହାରକୁ ଦର୍ଶାଉଛି। ମହିଳାମାନେ ପାଠଶାଠ ପଢ଼ିବାରୁ ବଞ୍ଚତ୍ତ ହେଉଥିବାରୁ ପରିବାର କେତେ ଛୋଟ ହେବା କଥା ତାହା ଜାଣିପାରୁ ନାହାନ୍ତି। ଗର୍ଭନିରୋଧ ଜରିଆରେ ପରିବାର ନିୟୋଜନ ବିଷୟରେ ସେମାନଙ୍କ ଜ୍ଞାନ ନାହିଁ। ଏକଦା ବିହାରର ସ୍ଥିତିକୁ ଯନ୍ତ୍ରଣାଦାୟକ ଦାରିଦ୍ର୍ୟର ବୋଝ ସମ୍ଭାଳିଥିବା ସାରା ଭାରତରେ ଦୋହରାଯାଇଥିଲା। କିନ୍ତୁ କିଛି ଦଶନ୍ଧି ହେଲା ଆର୍ଥିକ ଉନ୍ନତି ଯୋଗୁ ଚିତ୍ର ବଦଳିଛି।
ଭାରତରେ ମହିଳାମାନେ ହାରାହାରି ୨ ପିଲା ଜନ୍ମ କରୁଛନ୍ତି। ୧୯୬୦ରେ ଏହି ସଂଖ୍ୟା ସର୍ବାଧିକ ୬ ରହିଥିଲା। ମା’ମାନଙ୍କ ସ୍ବାସ୍ଥ୍ୟସେବା ଓ ଜୀବନଶୈଳୀରେ ଉନ୍ନତି ଯୋଗୁ ଏହି ପରିବର୍ତ୍ତନ ଆସିପାରିଛି। କିନ୍ତୁ ବିହାର ଅତ୍ୟଧିକ ଜନ୍ମହାର ହେତୁ ଆର୍ଥିକ ଦୃଷ୍ଟିରୁ ପଛେଇଯାଇଛି। ଜଣେ ମା’ ହାରାହାରି ୩ ପିଲା ଜନ୍ମ କରୁଛନ୍ତି। ଭାରତରେ କୁପୋଷଣ, ଶିଶୁ ମୃତ୍ୟୁହାର, ଶିକ୍ଷା ଓ ଡାକ୍ତରୀ ସୁବିଧାର ଅଭାବର ସବୁଠୁ ଦୟନୀୟ ସ୍ଥିତି ଏଥିରୁ ପ୍ରତିଫଳିତ ହେଉଛି।
୫୫ ବର୍ଷୀୟ ରାଜକୁମାର ସଦାଙ୍କ ୫ ସନ୍ତାନଙ୍କ ମଧ୍ୟରୁ ମାତ୍ର ଜଣେ ପୁଅ ଜୀବିତ ଅଛନ୍ତି। ବିହାରରେ ୪, ୫, ୬, ୭ ଏପରିକି ୮ ପିଲା ଜନ୍ମ କରିବା ସାଧାରଣ କଥା ବୋଲି ସେ କହିଛନ୍ତି। ସରକାରୀ ସ୍ବାସ୍ଥ୍ୟକର୍ମୀ ଇନ୍ଦିରା କୁମାରୀ ପ୍ରତି ମାସରେ ଗ୍ରାମାଞ୍ଚଳର ୪୦୦ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକେ କେତେ ପିଲା ଜନ୍ମ କରିବେ ସେନେଇ ନିଷ୍ପତ୍ତି ନେବା ଅଧିକାର ମହିଳାମାନଙ୍କର ନାହିଁ। ଯଦି କୌଣସି ମହିଳା ପରିବାର ନିୟୋଜନ ଚାହାନ୍ତି, ତେବେ ତାଙ୍କ ଶ୍ୱଶୁର ଘର କିମ୍ବା ସ୍ବାମୀ ତାଙ୍କୁ ସମର୍ଥନ କରନ୍ତି ନାହିଁ ବୋଲି ଇନ୍ଦିରା କହିଛନ୍ତି।
ରାଜ୍ୟ ସରକାର ଝିଅମାନଙ୍କ ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ଆର୍ଥତ୍କ ସହାୟତା ଘୋଷଣା କରିଛନ୍ତି। ‘ଛୋଟ ପରିବାର ସୁଖୀ ପରିବାର’ ସ୍ଲୋଗାନକୁ ଆଗକୁ ବଢ଼ାଇବା ପାଇଁ ମାଗଣାରେ କଣ୍ଡୋମ୍‌ ବଣ୍ଟନ କରାଯାଉଛି। ବିହାରରେ କିଛି ବର୍ଷ ତଳେ ଏହି ପ୍ରସଙ୍ଗ ଉଠାଇବା ଏକ ଚ୍ୟାଲେଞ୍ଜ ହୋଇଥିବାବେଳେ ବର୍ତ୍ତମାନର ଏହିସବୁ ଉଦ୍ୟମ ମା’ବାପାମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି ବୋଲି ପିଏଫ୍‌ଆଇ ପ୍ରୋଗ୍ରାମ୍‌ ଅଫିସର ରିତୁ ସିଂ କହିଛନ୍ତି। ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିବା ରିତୁ କହିଛନ୍ତି, ଆମ ଲୋକଙ୍କ ମତରେ ଜଣେ ମହିଳା ବିବାହ ପରେ ପିଲା ଜନ୍ମ କରି ନ ପାରିଲେ ତାଙ୍କ ଜୀବନ ମୂଲ୍ୟହୀନ। ଏବେ ଧାରା ବଦଳିବା ଆରମ୍ଭ ହୋଇଛି। ଜୟମାଳାଙ୍କ ସହ କିଛି ସମ୍ପର୍କ ନ ଥିବା ୨୬ ବର୍ଷୀୟା ପୁନମ୍‌ ଦେବୀ ଜଣେ ଦିନ ମଜୁରିଆ, ଯିଏକି ଚତୁର୍ଥ ପିଲାକୁ ଜନ୍ମ ଦେବା ପରେ ଅସ୍ତ୍ରୋପଚାର କରାଇଛନ୍ତି। ଏତିକି ପର୍ଯ୍ୟାପ୍ତ। ସେମାନଙ୍କୁ ଶିକ୍ଷାଦୀକ୍ଷା ଦେଇ ଭଲ ମଣିଷ କରିବା ଉପରେ ଆମେ ଗୁରୁତ୍ୱ ଦେବା ଉଚିତ ବୋଲି ପୁନମ୍‌ ନିଜ ସ୍ବାମୀଙ୍କୁ ବୁଝାଇଛନ୍ତି। ସ୍ବାମୀ ମଧ୍ୟ ତାଙ୍କ ପ୍ରସ୍ତାବରେ ସହମତ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri