Posted inଜାତୀୟ

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ ୭ ସେପ୍ଟେମ୍ବରର ଡେଡଲାଇନକୁ ବଢ଼ାଇ ୧୪ ସେପ୍ଟେମ୍ବର କରାଯାଇଥିଲା। ଏବେ ୧୪ ସେପ୍ଟେମ୍ବରର ସମୟସୀମା ମଧ୍ୟ ଶେଷ ହୋଇଛି।

ଏହା ପରେ ଯେଉଁ ଉପଭୋକ୍ତାମାନେ ଏପର୍ଯ୍ୟନ୍ତ e-KYC କରାଇନାହାନ୍ତି, ସେମାନଙ୍କ ମନରେ ଗ୍ୟାସ କନେକ୍ସନକୁ ନେଇ ଅନେକ ପ୍ରଶ୍ନ ରହିଛି। ବିଶେଷକରି ଡେଡଲାଇନ ଶେଷ ହେବା ପରେ କନେକ୍ସନ କଟିଯିବ କି ନାହିଁ, ତାହାକୁ ନେଇ ଚିନ୍ତା ବଢ଼ିଛି।

LPG e-KYCର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ୟାସ କନେକ୍ସନର ଉପଭୋକ୍ତାଙ୍କ ପରିଚୟ ଯାଞ୍ଚ କରିବା ଏବଂ ଏକାଧିକ କିମ୍ବା ଜାଲି ନାମରେ ଥିବା କନେକ୍ସନକୁ ଚିହ୍ନଟ କରିବା। ଏହା ମାଧ୍ୟମରେ ସରକାରୀ ସବସିଡିର ଲାଭ ପ୍ରକୃତ ଯୋଗ୍ୟ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ରହିଛି। e-KYC କରାଇନଥିବା ଉପଭୋକ୍ତାଙ୍କ ଗ୍ୟାସ କନେକ୍ସନ ଡେଡଲାଇନ ଶେଷ ହେବା ମାତ୍ରେ କଟିଯିବ ବୋଲି ନୁହେଁ। ଅର୍ଥାତ୍‌୧୫ ସେପ୍ଟେମ୍ବରରୁ ସିଧାସଳଖ ଗ୍ୟାସ କନେକ୍ସନ ବନ୍ଦ ହୋଇଯିବ ନାହିଁ।

ତେବେ e-KYC ଅପଡେଟ ନଥିଲେ ଆଗାମୀ ଦିନରେ LPG ସିଲିଣ୍ଡର ବୁକିଂ କିମ୍ବା ସବସିଡି ପାଇବାରେ ସମସ୍ୟା ହୋଇପାରେ। ତେଣୁ ଯେଉଁ ଉପଭୋକ୍ତା ଏପର୍ଯ୍ୟନ୍ତ ଥରେ ବି e-KYC କରାଇନାହାନ୍ତି, ସେମାନେ ଏହାକୁ ଶୀଘ୍ର ପୂରଣ କରିବା ଆବଶ୍ୟକ। ଯଦି କୌଣସି ଉପଭୋକ୍ତା ନିକଟରେ e-KYC ପ୍ରକ୍ରିୟା ପୂରଣ କରିସାରିଛନ୍ତି, ତେବେ ତାଙ୍କୁ ତୁରନ୍ତ ପୁଣି e-KYC କରିବାର ଆବଶ୍ୟକତା ନାହିଁ। ଏହି ଡେଡଲାଇନ ମୁଖ୍ୟତଃ ସେହି ଉପଭୋକ୍ତାଙ୍କ ପାଇଁ, ଯେଉଁମାନେ ଏପର୍ଯ୍ୟନ୍ତ ଥରେ ମଧ୍ୟ e-KYC କରାଇନାହାନ୍ତି।
ତେବେ ସମୟ ସମୟରେ KYC ଅପଡେଟ କରିବାର ଆବଶ୍ୟକତା ରହିପାରେ। ତେଣୁ ନିଜ LPG କନେକ୍ସନର KYC ସ୍ଥିତି ଯାଞ୍ଚ କରି ରଖିବା ଉପଭୋକ୍ତାଙ୍କ ପାଇଁ ଜରୁରୀ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?