Posted inଜାତୀୟ

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ ୭ ସେପ୍ଟେମ୍ବରର ଡେଡଲାଇନକୁ ବଢ଼ାଇ ୧୪ ସେପ୍ଟେମ୍ବର କରାଯାଇଥିଲା। ଏବେ ୧୪ ସେପ୍ଟେମ୍ବରର ସମୟସୀମା ମଧ୍ୟ ଶେଷ ହୋଇଛି।

ଏହା ପରେ ଯେଉଁ ଉପଭୋକ୍ତାମାନେ ଏପର୍ଯ୍ୟନ୍ତ e-KYC କରାଇନାହାନ୍ତି, ସେମାନଙ୍କ ମନରେ ଗ୍ୟାସ କନେକ୍ସନକୁ ନେଇ ଅନେକ ପ୍ରଶ୍ନ ରହିଛି। ବିଶେଷକରି ଡେଡଲାଇନ ଶେଷ ହେବା ପରେ କନେକ୍ସନ କଟିଯିବ କି ନାହିଁ, ତାହାକୁ ନେଇ ଚିନ୍ତା ବଢ଼ିଛି।

LPG e-KYCର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ୟାସ କନେକ୍ସନର ଉପଭୋକ୍ତାଙ୍କ ପରିଚୟ ଯାଞ୍ଚ କରିବା ଏବଂ ଏକାଧିକ କିମ୍ବା ଜାଲି ନାମରେ ଥିବା କନେକ୍ସନକୁ ଚିହ୍ନଟ କରିବା। ଏହା ମାଧ୍ୟମରେ ସରକାରୀ ସବସିଡିର ଲାଭ ପ୍ରକୃତ ଯୋଗ୍ୟ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ରହିଛି। e-KYC କରାଇନଥିବା ଉପଭୋକ୍ତାଙ୍କ ଗ୍ୟାସ କନେକ୍ସନ ଡେଡଲାଇନ ଶେଷ ହେବା ମାତ୍ରେ କଟିଯିବ ବୋଲି ନୁହେଁ। ଅର୍ଥାତ୍‌୧୫ ସେପ୍ଟେମ୍ବରରୁ ସିଧାସଳଖ ଗ୍ୟାସ କନେକ୍ସନ ବନ୍ଦ ହୋଇଯିବ ନାହିଁ।

ତେବେ e-KYC ଅପଡେଟ ନଥିଲେ ଆଗାମୀ ଦିନରେ LPG ସିଲିଣ୍ଡର ବୁକିଂ କିମ୍ବା ସବସିଡି ପାଇବାରେ ସମସ୍ୟା ହୋଇପାରେ। ତେଣୁ ଯେଉଁ ଉପଭୋକ୍ତା ଏପର୍ଯ୍ୟନ୍ତ ଥରେ ବି e-KYC କରାଇନାହାନ୍ତି, ସେମାନେ ଏହାକୁ ଶୀଘ୍ର ପୂରଣ କରିବା ଆବଶ୍ୟକ। ଯଦି କୌଣସି ଉପଭୋକ୍ତା ନିକଟରେ e-KYC ପ୍ରକ୍ରିୟା ପୂରଣ କରିସାରିଛନ୍ତି, ତେବେ ତାଙ୍କୁ ତୁରନ୍ତ ପୁଣି e-KYC କରିବାର ଆବଶ୍ୟକତା ନାହିଁ। ଏହି ଡେଡଲାଇନ ମୁଖ୍ୟତଃ ସେହି ଉପଭୋକ୍ତାଙ୍କ ପାଇଁ, ଯେଉଁମାନେ ଏପର୍ଯ୍ୟନ୍ତ ଥରେ ମଧ୍ୟ e-KYC କରାଇନାହାନ୍ତି।
ତେବେ ସମୟ ସମୟରେ KYC ଅପଡେଟ କରିବାର ଆବଶ୍ୟକତା ରହିପାରେ। ତେଣୁ ନିଜ LPG କନେକ୍ସନର KYC ସ୍ଥିତି ଯାଞ୍ଚ କରି ରଖିବା ଉପଭୋକ୍ତାଙ୍କ ପାଇଁ ଜରୁରୀ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?