ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି। ଆମେରିକୀୟ ସିନେଟ୍‌ରେ ବିଲ୍‌କୁ ଅନୁମୋଦନ ମିଳିବା ପରେ ଏବେ ଏହାକୁ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ଉପସ୍ଥାପନ କରାଯାଉଛି। ଆମେରିକୀୟ କଂଗ୍ରେସର ନିମ୍ନ ସଦନରେ ଏହି ବିଲ ଉପରେ ସେପ୍ଟେମ୍ବର ୧୭ରେ ଭୋଟିଂ ହେବାର କାର୍ଯ୍ୟକ୍ରମ ରହିଛି।

ବିଲ୍‌ଟି ଆଇନରେ ପରିଣତ ହେଲେ ରୁଷିଆଠାରୁ ତେଲ କିଣୁଥିବା ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ ଲାଗିପାରେ। ତେବେ ଆମେରିକାର ଚାପ ଆଗରେ ଭାରତ ନିଜ ନୀତି ବଦଳାଇବ ନାହିଁ ବୋଲି ସଙ୍କେତ ଦେଇଛି। ରୁଷିଆଠାରୁ ତେଲ କିଣିବା ଜାରି ରଖିବା ନେଇ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଭାରତ ନିଜର ଶକ୍ତି ଆବଶ୍ୟକତା ସମ୍ପର୍କିତ ନିଷ୍ପତ୍ତି ଦେଶର ୧୪୦ କୋଟି ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ନେଇଆସିଛି ଏବଂ ଆଗକୁ ମଧ୍ୟ ସେହି ନୀତି ଅନୁସରଣ କରିବ।

ଆମେରିକାରେ ଏହି ବିଲ୍‌କୁ ‘ଲିଣ୍ଡସେ ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ବିଲ’ ବୋଲି କୁହାଯାଉଛି। ଆମେରିକୀୟ ସିନେଟ୍‌ରେ ବିଲ୍‌କୁ ୮୬-୧୧ ଭୋଟ୍‌ରେ ପାସ ହୋଇଥିବା ଦାବି କରାଯାଇଛି।

ଏହି ବିଲ୍‌ରେ ରୁଷିଆଠାରୁ ସର୍ବାଧିକ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାର ବ୍ୟବସ୍ଥା ଥିବା କୁହାଯାଉଛି। ଭାରତ ଓ ଚାଇନା ଏହି ତାଲିକାରେ ପ୍ରମୁଖ ଦେଶ ଭାବେ ରହିଛନ୍ତି।

ଭାରତ ସରକାର ସହ ଜଡ଼ିତ ସୂତ୍ରଙ୍କ ଅନୁସାରେ, ନୂଆଦିଲ୍ଲୀ ଏହି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏହି ଚାପ ଯୋଗୁ ଭାରତ ରୁଷିଆଠାରୁ ତେଲ କିଣିବା ନୀତିରେ ପରିବର୍ତ୍ତନ କରିବାର ସଙ୍କେତ ଦେଇନାହିଁ।

ଏହା ମଧ୍ୟରେ କିଛି ଆମେରିକୀୟ ସାଂସଦ ବିଲ୍‌ରେ ସଂଶୋଧନ ଆଣିବାକୁ ଦାବି କରିଥିବା ଖବର ଆସିଛି। ରୁଷିଆଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ମଧ୍ୟରୁ ବିଶେଷ ଭାବେ ଭାରତର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କିଛି ସାଂସଦ ଦାବି କରିଛନ୍ତି।

ଏହା ସହ ରୁଷିଆଠାରୁ ସର୍ବାଧିକ ତେଲ କିଣୁଥିବା ୧୦ଟି ଦେଶର ନାଁ ସ୍ପଷ୍ଟ ଭାବେ ବିଲ୍‌ରେ ଉଲ୍ଲେଖ କରି ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ପାଇଁ ମଧ୍ୟ ଦାବି ହୋଇଥିବା ଜଣାପଡ଼ିଛି।

ଏହି ପ୍ରସ୍ତାବିତ ତାଲିକାରେ ଭାରତ ଓ ଚାଇନା ସହ ତୁର୍କୀ, ଆଜରବାଇଜାନ, ହଙ୍ଗେରୀ, ସ୍ଲୋଭାକ ରିପବ୍ଲିକ, ୟୁଏଇ, ସିଙ୍ଗାପୁର, କାଜାଖସ୍ତାନ ଓ କିର୍ଗିଜସ୍ତାନର ନାଁ ଥିବା ଦାବି କରାଯାଇଛି।

ଏବେ ଆମେରିକୀୟ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ଟିର ଭବିଷ୍ୟତ ଉପରେ ନଜର ରହିଛି। ବିଲ୍‌ଟି ଆଇନରେ ପରିଣତ ହେଲେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଏବଂ ଭାରତର ଊର୍ଜା ଆମଦାନୀ ନୀତି ଉପରେ ଏହାର ପ୍ରଭାବକୁ ନେଇ ଆଲୋଚନା ବଢ଼ିପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?