ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି। ଆମେରିକୀୟ ସିନେଟ୍‌ରେ ବିଲ୍‌କୁ ଅନୁମୋଦନ ମିଳିବା ପରେ ଏବେ ଏହାକୁ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ଉପସ୍ଥାପନ କରାଯାଉଛି। ଆମେରିକୀୟ କଂଗ୍ରେସର ନିମ୍ନ ସଦନରେ ଏହି ବିଲ ଉପରେ ସେପ୍ଟେମ୍ବର ୧୭ରେ ଭୋଟିଂ ହେବାର କାର୍ଯ୍ୟକ୍ରମ ରହିଛି।

ବିଲ୍‌ଟି ଆଇନରେ ପରିଣତ ହେଲେ ରୁଷିଆଠାରୁ ତେଲ କିଣୁଥିବା ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ ଲାଗିପାରେ। ତେବେ ଆମେରିକାର ଚାପ ଆଗରେ ଭାରତ ନିଜ ନୀତି ବଦଳାଇବ ନାହିଁ ବୋଲି ସଙ୍କେତ ଦେଇଛି। ରୁଷିଆଠାରୁ ତେଲ କିଣିବା ଜାରି ରଖିବା ନେଇ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଭାରତ ନିଜର ଶକ୍ତି ଆବଶ୍ୟକତା ସମ୍ପର୍କିତ ନିଷ୍ପତ୍ତି ଦେଶର ୧୪୦ କୋଟି ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ନେଇଆସିଛି ଏବଂ ଆଗକୁ ମଧ୍ୟ ସେହି ନୀତି ଅନୁସରଣ କରିବ।

ଆମେରିକାରେ ଏହି ବିଲ୍‌କୁ ‘ଲିଣ୍ଡସେ ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ବିଲ’ ବୋଲି କୁହାଯାଉଛି। ଆମେରିକୀୟ ସିନେଟ୍‌ରେ ବିଲ୍‌କୁ ୮୬-୧୧ ଭୋଟ୍‌ରେ ପାସ ହୋଇଥିବା ଦାବି କରାଯାଇଛି।

ଏହି ବିଲ୍‌ରେ ରୁଷିଆଠାରୁ ସର୍ବାଧିକ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାର ବ୍ୟବସ୍ଥା ଥିବା କୁହାଯାଉଛି। ଭାରତ ଓ ଚାଇନା ଏହି ତାଲିକାରେ ପ୍ରମୁଖ ଦେଶ ଭାବେ ରହିଛନ୍ତି।

ଭାରତ ସରକାର ସହ ଜଡ଼ିତ ସୂତ୍ରଙ୍କ ଅନୁସାରେ, ନୂଆଦିଲ୍ଲୀ ଏହି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏହି ଚାପ ଯୋଗୁ ଭାରତ ରୁଷିଆଠାରୁ ତେଲ କିଣିବା ନୀତିରେ ପରିବର୍ତ୍ତନ କରିବାର ସଙ୍କେତ ଦେଇନାହିଁ।

ଏହା ମଧ୍ୟରେ କିଛି ଆମେରିକୀୟ ସାଂସଦ ବିଲ୍‌ରେ ସଂଶୋଧନ ଆଣିବାକୁ ଦାବି କରିଥିବା ଖବର ଆସିଛି। ରୁଷିଆଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ମଧ୍ୟରୁ ବିଶେଷ ଭାବେ ଭାରତର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କିଛି ସାଂସଦ ଦାବି କରିଛନ୍ତି।

ଏହା ସହ ରୁଷିଆଠାରୁ ସର୍ବାଧିକ ତେଲ କିଣୁଥିବା ୧୦ଟି ଦେଶର ନାଁ ସ୍ପଷ୍ଟ ଭାବେ ବିଲ୍‌ରେ ଉଲ୍ଲେଖ କରି ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ପାଇଁ ମଧ୍ୟ ଦାବି ହୋଇଥିବା ଜଣାପଡ଼ିଛି।

ଏହି ପ୍ରସ୍ତାବିତ ତାଲିକାରେ ଭାରତ ଓ ଚାଇନା ସହ ତୁର୍କୀ, ଆଜରବାଇଜାନ, ହଙ୍ଗେରୀ, ସ୍ଲୋଭାକ ରିପବ୍ଲିକ, ୟୁଏଇ, ସିଙ୍ଗାପୁର, କାଜାଖସ୍ତାନ ଓ କିର୍ଗିଜସ୍ତାନର ନାଁ ଥିବା ଦାବି କରାଯାଇଛି।

ଏବେ ଆମେରିକୀୟ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ଟିର ଭବିଷ୍ୟତ ଉପରେ ନଜର ରହିଛି। ବିଲ୍‌ଟି ଆଇନରେ ପରିଣତ ହେଲେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଏବଂ ଭାରତର ଊର୍ଜା ଆମଦାନୀ ନୀତି ଉପରେ ଏହାର ପ୍ରଭାବକୁ ନେଇ ଆଲୋଚନା ବଢ଼ିପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?