ଆଗତ ହେଲା ବଜେଟ୍‌, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ମୋଟ୍‌ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତେବେ ଜାଣନ୍ତୁ କେଉଁ କ୍ଷେତ୍ରରେ କେତେ ଟଙ୍କାର ବ୍ୟୟ ବରାଦ ହୋଇଛି…

ପ୍ରଥମେ ଅର୍ଥମନ୍ତ୍ରୀ କୃଷି ବଜେଟ୍‌ ଉପସ୍ଥାପନ କରିଥିଲେ। କୃଷି ବଜେଟ୍‌ରେ ଜଳସେଚନ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି । ବଜେଟ୍‌ରେ ଉଦ୍ୟାନ କୃଷି ପାଇଁ ୩୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ୧୨,୫୦୦ ନଳକୂପ ଖନନ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ବଜେଟ୍‌ରେ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି

ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି, କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି

ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ୧୦, ୭୫୯ କୋଟି ଖର୍ଚ୍ଚ ହେବ

ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି

ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି

ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି

ପ୍ରଶାସନିକ ରାଜସ୍ବ ବ୍ୟୟ ବାବଦକୁ ୭୪, ୨୬୧ କୋଟି

ଦରମା ପାଇଁ ୨୯, ୨୪୮ କୋଟି; ପେନସନ ପାଇଁ ୧୮, ୨୨୧ କୋଟି

ସୁଧ ଦେୟ ପାଇଁ ୮୪୬୭ କୋଟି, ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮୫୬ କୋଟି

ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୨୧୦ କୋଟି

ବ୍ୟୟ ଅଟକଳ ପାଇଁ ରାଜସ୍ବ ପ୍ରାପ୍ତିରୁ ଖର୍ଚ୍ଚ ହେବ ୧, ୬୩, ୯୬୭ କୋଟି

ଋଣ ଓ ଅନ୍ୟାନ୍ୟ ବାବଦରୁ ପ୍ରାପ୍ତ ୩୬ ହଜାର ୩୩ କୋଟି

ଜନସ୍ବାସ୍ଥ୍ୟ ପାଇଁ ୧୨, ୬୨୪ କୋଟି

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭, ୩୨୪ କୋଟି

ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି

ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି; ବ୍ୟାଗ, ୟୁନିଫର୍ମ ପାଇଁ ୧୯୩ କୋଟି

ଧାର୍ମିକ ପୀଠ ବିକାଶ ପାଇଁ ୧୯୫୦ କୋଟି

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି

ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟି

ବିଜୁ ସେତୁ ଯୋଜନାରେ ୨୮୧ ସେତୁ ହେବ, ଖର୍ଚ୍ଚ ହେବ ୧୬୮୮ କୋଟି

ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri