Posted inଫୁରସତ

କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଫଟୋରେ ବର କନ୍ୟାଙ୍କ ପାଦ ଛୁଇଁ ଥିବାର ଦେଖାଯାଇଛି। ଏହି ଭାଇରାଲ ଫଟୋ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟୁଇଟର୍‌ରେ ଭାଇରାଲ ହୋଇଥିବା ଏହି ଫଟୋକୁ ଡା. ଅଜିତ ଭରଓ୍ବାଣ୍ଡକର ତାଙ୍କ ଅଫିସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରିବା ସହିତ ସେ ଏକ ହୃଦୟସ୍ପର୍ଶୀ କ୍ୟାପଶନ ଲେଖିଛନ୍ତି। ସେ ଲେଖିଛନ୍ତି, ବିବାହ କାର୍ଯ୍ୟକ୍ରମ ଶେଷ ହେବାପରେ, ବର କନ୍ୟାଙ୍କ ପାଦତଳେ ମୁଣ୍ଡ ନୁଆଁଇଥିଲେ। ଏହାଦେଖି ବିବାହ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଘରଲୋକ ସ୍ତବ୍ଧ ହୋଇଯାଇଥିଲେ।
ଫଟୋ ଭାଇରାଲ ହେଲାପରେ, ସେ ବର ତରଫରୁ ପ୍ରତିକ୍ରିୟାରେ ଲେଖିଥିଲେ, ସେ ମୋର ବଂଶକୁ ଆଗକୁ ବଢାଇବ, ସେ ମୋ ଘରର ଲକ୍ଷ୍ମୀ। ମୋ ମାତାପିତାଙ୍କୁ ସମ୍ମାନ କରିବ ଏବଂ ସେବା କରିବ। ମୋତେ ପିତା ହେବାର ସୌଭାଗ୍ୟ ଦେବ। ପ୍ରସବ ସମୟରେ ମୃତ୍ୟୁମୁଖରେ ଥାଇ ମୋ ପିଲା ଜନ୍ମ ଦେବ। ସେ ମୋ ଘରର ମୂଳଦୁଆ। ତା’ର ଆଚରଣ ଦ୍ୱାରା ସମାଜରେ ମୋର ପରିଚୟ ସୃଷ୍ଟି ହେବ। ମାତାପିତାଙ୍କୁ ଛାଡି ସେ ମୋ ପାଇଁ ଏଠାକୁ ଆସିଛି। ସେ ପ୍ରିୟଜନଙ୍କ ସହ ସମ୍ପର୍କ ଭାଙ୍ଗି ମୋ ସହିତ ସମ୍ପର୍କ ଯୋଡିଛନ୍ତି।
ଶେଷରେ, ଡକ୍ଟର ଅଜିତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ସେ ଏସବୁ କରିପାରିବେ, ତାଙ୍କୁ ଆମେ ଟିକିଏ ସମ୍ମାନ ମଧ୍ୟ ଦେଇ ପାରିବୁ ନାହିଁ? ଯଦି ମହିଳାମାନଙ୍କ ପାଦ ଛୁଇଁବା ହାସ୍ୟାସ୍ପଦ, ତେବେ ମୋତେ ସମାଜର ଚିନ୍ତା କରିବା ଆବଶ୍ୟକ ନାହିଁ।

https://twitter.com/Varwandkar/status/139866315963684454


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri