ହାତଗଣ୍ଠି ପରେ କନ୍ୟା ଫେରାର: ଶିଶୁପାଳ ହୋଇ ଫେରିଲେ ବର

ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ ନବବଧୂ ପ୍ରେମିକ ସହ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ଦେଓଗଁା ଥାନା ମୁକୁନ୍ଦପୁର ଅଞ୍ଚଳର ଜଣେ ଯୁବକଙ୍କ ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ବିବାହ ଉତ୍ସବ ଚାଲିଥିଲା। ପ୍ରାୟ ୭ ମାସ ପୂର୍ବରୁ ଉଭୟ ବର-କନ୍ୟାପକ୍ଷ ପାରମ୍ପରିକ ରୀତିରେ ବିବାହ ଲଗ୍ନ ସ୍ଥିର କରିଥିଲେ। ଫେବୃୟାରୀ ୧୬ ଗୁରୁବାର ବିବାହ ଲଗ୍ନ ବାହାରିଥିଲା। ମୁକୁନ୍ଦପୁରରୁ ବରଯାତ୍ରୀଙ୍କ ସହ ଫୁଲରେ ସଜାଯାଇଥିବା କାରରେ ବର ବଲାଙ୍ଗୀର ଆସି ପହଞ୍ଚତ୍ଥିଲେ। କନ୍ୟାପକ୍ଷ ଦେଇଥିବା ଜଳଖିଆ ଖାଇବା ପରେ ବରଯାତ୍ରୀ ରାତିରେ ବ୍ରାହ୍ମଣପଡା କନ୍ୟାଘରକୁ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା କନ୍ୟା ଘରେ ପହଞ୍ଚତ୍ବା ପରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବରପକ୍ଷ ଦେଇଥିବା ଗହଣା ପିନ୍ଧି ନବବଧୂ ବିବାହ ବେଦୀରେ ସମ୍ପୃକ୍ତ ଯୁବକଙ୍କୁ ସାତଜନମର ସାଥୀ ଭାବେ ଗ୍ରହଣ କରିଥିଲେ। ବିବାହ ସରିଯିବା ପରେ ବରଯାତ୍ରୀମାନେ ଭୋଜି ଖାଇ ଫେରିଥିଲେ। ଶୁକ୍ରବାର ସକାଳେ ନବବିବାହିତାଙ୍କୁ ନେଇ ବର ନିଜ ଘରକୁ ଫେରିବା ସ୍ଥିର ହୋଇଥିଲା। ମାତ୍ର ବିଳମ୍ବିତ ରାତିରେ ଘର ଲୋକଙ୍କୁ ଚକ୍‌ମା ଦେଇ ନବ ବିବହିତା କନ୍ୟା ପ୍ରେମିକ ସହ ଏକ ବାଇକ୍‌ରେ ଫେରାର ହୋଇ ଯାଇଥିଲେ। ଏ କଥା ଜାଣିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା ା ହେଲେ ନବବଧୂ ଓ ତାଙ୍କ ପ୍ରେମିକାଙ୍କ ପତ୍ତା ମିଳି ନ ଥିଲା ା କେବଳ ସିସିଟିଭି ଫୁଟେଜ୍‌ରୁ ଜଣାପଡିଥିଲା, ନବବଧୂ ଜଣେ ବାଇକ୍‌ ଆରୋହୀଙ୍କ ସହ ଯାଉଛନ୍ତି। ଏହି ଘଟଣା ପରେ ବର ଟାଉନ୍‌ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। କନ୍ୟାଘର ପକ୍ଷରୁ ମଧ୍ୟ ଥାନାରେ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ବରପକ୍ଷରୁ କନ୍ୟାଙ୍କୁ ଦିଆଯାଇଥିବା ସମସ୍ତ ସୁନାଗହଣା ଧରି ନବବଧୂ ଫେରାର ମାରିଥିବା ଶିଶୁପାଳ ହୋଇଥିବା ବର ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣା ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?